ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ: ଉଦ୍ଘାଟନୀ ସମାରୋହ 

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ: ଉଦ୍ଘାଟନୀ ସମାରୋହ 

ମ,ରାମପୁର, ୨୬/୧୧( ମସୀହା):- ଓଡ଼ିଶା ର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ର ଶତ ବାର୍ଷିକୀ ମହୋତ୍ସବ ୨୫ ତାରିଖ ମହାସମାରୋହରେ ଉଦଘାଟିତ ହୋଇଯାଇଛି l ଏହି ଅବସର ରେ ଶନିବାର ଦିବା ୧୦ ଘଣ୍ଟା ସମୟରେ ଗ୍ରାମ ଇଷ୍ଟଦେବୀ ରାଜବାଟି ସ୍ଥିତ ମା ଡୋକରୀ ମନ୍ଦିର ଠାରୁ ଏକ ଭବ୍ୟ ସାଂସ୍କୃତିକ ମଶାଲ ଶୋଭା ଯାତ୍ରା ବାହାରି ଉତ୍ସବ ପଡ଼ିଆରେ ପହଞ୍ଚିଥିଲା l ସନ୍ଧ୍ୟାରେ ସାଂସ୍କୃତିକ ସଭା ନାଟ୍ୟ ସଂଘର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ,ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଔପନ୍ୟାସିକ ରାସ ବିହାରି ବେହେରା ଓ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ ଏବଂ ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ପ୍ରଫେସର ନାରାୟଣ ସାହୁ ମଞ୍ଚାସୀନ ରହିଥିଲେ l ସଂପାଦକ ହେମନ୍ତ ସାହୁ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ l ସନ୍ତୋଷ ଦୁବେ, ଲିପ୍ସା ମହାରଣା ଏବଂ ସାଥୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ l ଉତ୍ସବ ପଡ଼ିଆରେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କ ବାଲୁକା କଳା ପ୍ରଦର୍ଶନୀ କରାଯାଇଥିଲା l ଚନ୍ଦ୍ର ମଣି ନାଟ୍ୟ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ରାଜା ଦୁର୍ଗାମାଧବ ସିଂଦେଓ ଓ ନଟରାଜ ଙ୍କ ମୂର୍ତ୍ତି ତିଆରି କରି ଥିଲେ l ଅଞ୍ଚଳରେ ପ୍ରଥମକରି ଏହି ବାଲୁକା କଳା କରାଯାଇଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଏବଂ ପ୍ରବଳ ଗହଳି ଦେଖାଯାଇଥିଲା l ବାଲୁକା ଶିଳ୍ପୀ ଓମ ପ୍ରକାଶ ଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ମାନପାତ୍ର କୁ ରାକେଶ କୁମାର ଶତପଥୀ ପଠନ କରିଥିଲେ l ନାଟ୍ୟ ସଂଘର ଉପ ସଭାପତି ଚିତ୍ତରଞ୍ଜନ ବାଗ ଧନ୍ୟବାଦ ପ୍ରଦାନ କରିଥିଲେ l ସଂସ୍କୃତିକ ସଭାପରେ ‘ନାଟ୍ୟକାର ପ୍ରଫେସର ବିଜୟ ଶତପଥୀଙ୍କ ଏଇ ଯେ ସୂର୍ଯ୍ୟ ଉଏଁ ନାଟକ ମଞ୍ଚସ୍ଥ ହୋଇଥିଲା l ଏହି ନାଟକରେ ନାତ୍ୟସଂଘର ବରିଷ୍ଠ ଓ କନିଷ୍ଠ କଳାକାରମାନେ ଅଭିନୟ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶତ ବାର୍ଷିକୀ ପାଳନ କମିଟି ସଦସ୍ୟଙ୍କ ସମେତ ସାଂସ୍କୃତିକ ସଂପାଦକ ଶ୍ରୀପତି ପଟ୍ଟନାୟକ, ବିଭୂତି ଭୂଷଣ ମହାଖୁଡ, ସତ୍ୟନାରାୟଣ ସାହୁ, ରଶ୍ମି ରଂଜନ ପ୍ରହରାଜ ପ୍ରମୁଖ ତଥା ସମସ୍ତ ବରିଷ୍ଠ ,କନିଷ୍ଠ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ l ଆଜି ପୁଣି ସନ୍ଧ୍ୟାରେ ସାଂସ୍କୃତିକ ସଭା ଏବଂ ସମ୍ବର୍ଦ୍ଧନା ପର୍ବ ପରେ ନାଟ୍ୟକାର ପଦ୍ମ ଲୋଚନ ମିଶ୍ରଙ୍କ ରଚିତ ତଥା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ପରଶୁ ର ଉତ୍ତର ଦାୟିତ୍ଵ ନାଟକ ମଞ୍ଚସ୍ଥ ହେବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଆମ୍ ଆଦମୀ ପାର୍ଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

୧-;ବିଶ୍ଵକର୍ମା ବିସର୍ଜନ ପାଇଁ ଆସିଥିବା ଡି ଜେ ସାଉଣ୍ଡ ବକ୍ସ ଗାଡ଼ି ଥାନାରେ ଅଟକ, ବିଦ୍ଯୁତ ବିଭାଗ କର୍ମୀ ଙ୍କ ମଧ୍ୟରେ ଅଶାନ୍ତି, ସେପଟେ ଥାନାରୁ ବିଦ୍ୟୁତ କଟି ଥାନା ଅନ୍ଧାର ,୨– ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

Sunil Chandra Nayak

ଉମରକୋଟ ଠାରେ ପହଲଗାଁଓ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ହିନ୍ଦୁ ସଂଘଟନ ପକ୍ଷରୁ ବିରୋଧ ପ୍ରଦର୍ଶନ

masiha

Leave a Comment

error: Content is protected !!