ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଓଗାଁ ବ୍ଲକ ଧଣ୍ଡlମାଳ ଗାଁ ରେ ବିଶାଳ ଆଦିବାସୀ ସମ୍ମିଳନୀ , ଜମି ଜଳ ଜଙ୍ଗଲ ଜୀବନଜୀବିକା ସୁରକ୍ଷା ପାଇଁ ଆଦିବାସୀ ଙ୍କ ଆହ୍ୱାନ 

ଦେଓଗାଁ ବ୍ଲକ ଧଣ୍ଡlମାଳ ଗାଁ ରେ ବିଶାଳ ଆଦିବାସୀ ସମ୍ମିଳନୀ , ଜମି ଜଳ ଜଙ୍ଗଲ ଜୀବନଜୀବିକା ସୁରକ୍ଷା ପାଇଁ ଆଦିବାସୀ ଙ୍କ ଆହ୍ୱାନ 

 ଦେଓଗାଁ ତା ୨୬ /୧୧ ଦେଓଗାଁ ବ୍ଲକ ର ଧଣ୍ଡlମାଳ ଗାଁ ରେ ଶବର ସମାଜ ଏବଂ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଆହ୍ୱାନ କ୍ରମେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀ ପୂର୍ବରୁ ଆଦିବାସୀ ମାନେ ଗାଁ ରେ କୀର୍ତ୍ତନ ବାଦ୍ୟ ନୃତ୍ୟ ଗୀତ ଦ୍ୱାରା ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଗାଁ ପରିକ୍ରମା ପରେ ଶବର ସମାଜ ର ବ୍ଲକ ସଭାପତି ଅଶୋକ କୁମାର ଭୋଇ ଙ୍କ ସଭାପତିତ୍ୱ ରେ ସଵାରୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ସଭା କାର୍ଯ୍ୟ ହୋଇଥିଲା l ସଭାରେ ଆଦିବାସୀ ମାନଙ୍କ ଜମି, ଜଳ, ଜଙ୍ଗଲ, ଜୀବଜନ୍ତୁ, ଜୀବନ ଜୀବିକା ସୁରକ୍ଷା ଏବଂ ପୁନଃଉଦ୍ଧାର ପାଇଁ ଜାଗ୍ରତ ଏବଂ ଏକଜୁଟ ହେବା ପାଇଁ ଆହ୍ୱାନ କରାଯାଇଥିଲା l ଏଟ୍ରୋସିଟି କେଶ ରେ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ବ୍ୟବସ୍ଥା,ସମ୍ବିଧାନ ପ୍ରଦତ୍ତ ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ସ୍ୱତନ୍ତ୍ର ସଂରକ୍ଷଣ ଅଧିକାର , ଆଦିବାସୀ କଳା,ସଂସ୍କୃତି, ଐତିହ୍ୟ, ଭାଷା,ଧର୍ମ ସୁରକ୍ଷା ଅଧିକାର, ଅର୍ଥନୈତିକ ବିକାଶ ପାଇଁ ସରକାରୀ ଯୋଜନା ବିଷୟରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l ଏହା ସହିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା, ମହିଳା ଶସକ୍ତିକରଣ ଯୋଜନା ଉପରେ ସଚେତନ କରିଥିଲେ l ମଦ ଛାଡି ପାଠ ପଢ଼ି ଦେଶର ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ସାଂସଦ (ରାଜ୍ୟ ସଭା) ଶ୍ରୀ ବିଶି ଉଦବୋଧନ ଦେଇଥିଲେ l ଅଣ- ଆଦିବାସୀ ଙ୍କ ଜବରଦଖଲ ରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକ ରେ ସିଟ ର ଅଭାବ ହେଉଥିବା ରୁ ସିଟ ବୃଦ୍ଧି କରିବା , ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ସେହିପରି କେନ୍ଦ୍ର ସରକାର କେନ୍ଦୁପତ୍ର ରୁ ଜିଏସଟି ପ୍ରତ୍ୟାହାର କରିବା,ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀ ମାନଙ୍କୁ ଆବାସ ପ୍ରଦାନ,ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଓରା ଭାଷା କୁ ସମ୍ବିଧାନ ର ଅଷ୍ଟମ ସୂଚୀ ରେ ଅନୁମୋଦନ କରିବା,ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କରେ ଇଣ୍ଟରନେଟରେ ପାଠ ପଢିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ରେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ,ସେବlଶ୍ରମ କନ୍ୟାଶ୍ରମ ଗୁଡିକ ରେ ସିଟ ସଂଖ୍ୟା ବୃଦ୍ଧି କରିବା,ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ପୂରଣ କରିବା ପାଇଁ ଦାବୀ କରାଯାଇଥିଲା l ବୈଠକ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, , ବଲାଙ୍ଗିର ବ୍ଲକ ସଭାପତି ପlଳେଶ୍ୱର ଭୋଇ ,ଉପସଭାପତି ଅଚ୍ୟୁତ ଧରୁଆ,ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା,ନାରୀନେତ୍ରୀ ପ୍ରମିଳା ଭୋଇ, ପୁରୁସ୍ତମ ଭୋଇ,ବଲାଙ୍ଗିର ନଗର ସଭାପତି ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ମଞ୍ଚାସିନ ଥିଲେ l ସଭାରେ ବହୁ ସଂଖ୍ୟା ରେ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ l ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସଭା ପରିଚାଳନା କରିଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା – ୨୦୨୫ (ଷଷ୍ଠ ସଂସ୍କରଣ) ଅନୁଷ୍ଠିତ 

masiha

ବିମ୍ବୋଷ୍ଠୀ ଦେବୀଙ୍କ ଶୋକସଭା 

Sunil Chandra Nayak

ରୋଟାରୀ କ୍ଳବ୍ ରାଉରକେଲା ରିଭରସାଇଡ୍ ର ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!