ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଜିଲ୍ଲା ଡମ୍ ସମାଜର ଦିଆଲି ପରବ ଭେଟଘାଟ -2023

ରାୟଗଡ ଜିଲ୍ଲା ଡମ୍ ସମାଜର ଦିଆଲି ପରବ ଭେଟଘାଟ -2023

ରାୟଗଡା :-ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଦିଆଲି ପରବର ପାରମ୍ପାରିକ ରିତିନିତୀକୁ ପ୍ରଦର୍ଶିତ କରାଗଲା | ଏଥିରେ 20 ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି | ଆନନ୍ଦ ଓ ଉଲ୍ଲାସର ସହ ରାୟଗଡ ଜିଲ୍ଲା ସଦର ମହକୁମାରେ ଶେଷହେଲା ଦିଆଲ ପରବ ଭେଟଘାଟ-2023 । ଏହାଥିଲା ଦ୍ବିତୀୟ ବର୍ଷ | ଡମ ସମାଜ ପକ୍ଷରୁ ଦିଆଲି ପରବ 2023 ବଡ ଆମ୍ବର ସହକାରରେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ପାଳନ କରାଯାଇଛି | ଏହି ଉତ୍ସବ ପାଳନର ପ୍ରଥମଥର ପାଇଁ ଜିଲ୍ଲାର 11 ଗୋଟି ବ୍ଲକର ପ୍ରାୟ 20 ହଜାରରୁ ଅଧିକ ଲୋକ ଯୋଗଦେଇ ଦିଆଲ ପରବ ଭେଟଘାଟ ପାଳନ କରିଥିଲେ | ଡମ ସମାଜର ସଂସ୍କୃତି, ପରମ୍ପରାକୁ ଉଦ୍ ଜୀବିତ କରିବା ବିଶେଷ କରି ଦିଆଲି ପରବରେ କଣ ସବୁ କାର୍ଯ୍ଯକ୍ରମ ରହିଛି, କିଭଳି ପାଳନ କରାଯାଉଛି, କଣ ରହିଛି ତାହାର ମହତ୍ବ ସେସବୁକୁ ଏହି ମଂଚରେ ପ୍ରଦର୍ଶିତ କରାଯାଇଥିଲା | ଦିଆଲି ପରବ ଭେଟଘାଟ ପାଳନ ଅବସରରେ ମାଝିଘରିଆଣି ମନ୍ଦିରପାଶ୍ବ ରାସ୍ତା, ରୋହିତ କୋଲନୀ ଛକ, ରେଳଷ୍ଟେସନ ଛକ ଏବଂ ବ୍ଲକ ଛକରୁ ହଜାରହଜାର ସଂଖ୍ଯକ ଲୋକ ପାରମ୍ପରିକ ନାଚଗୀତରେ ସହରର ଚାରିପାର୍ଶରୁ େକତ୍ରିତ ହୋଇ ପ୍ରଥମେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁସ୍ପମାଲ୍ଯ ଅର୍ପଣ କରିବା ପରେ ଜିସିଡି ହାଇସ୍କୁଲ ପଡିଆରେ ପହଂଚି କାର୍ଯ୍ଯକ୍ରମକୁ ଆଗକୁ ବଢାଇଥିଲେ | ଦିଆଲି ପରବ ଅର୍ଥାତ୍ ଦ୍ବିପାବଳୀ ସମୟରେ ଡମ୍ ମାନଙ୍କ କଣ ସବୁ ରିତିନିତୀ, ସଂସ୍କୃତି, ପୂଜାପାଠ ରହିଛି | ଏହି ଭେଟଘାଟ ଉତ୍ସବରେ ଡଃ ଦୟାନିଧି ବାଘ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ରୂପେ ଡଃ ବାସୁଦେବ ସୁନାନୀ ଯୋଗଦେଇ ପିତୃପୁରୁଷ ବା ଡୁମା ପୂଜାକୁ ପ୍ରାଧାନ୍ଯ ଦେବା ସହ ନିଜ ଡମ ଭାଷାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ଏବଂ ଡମ ସମାଜର ଉତ୍ପତ୍ତି କେବେ ଓ କିପରି ହୋଇଥିଲା ସେସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ | ଦିଆଲି ପରବ ପାଳନ ଅବସରରେ ଡମ ସମାଜ ପକ୍ଷରୁ ଦଶ ଗୋଟି ଦାବୀ ସମ୍ବଳିତ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ଯ ମନ୍ତ୍ରୀଙ୍କ ଉଦ୍ଧେଶ୍ଯରେ ପ୍ରେରଣ କରାଯାଇଛି | ଡମ୍ ସମାଜର ସଭାପତି ଧନିରାମ ନାଏକ, ସାଧାରଣ ସମ୍ପାଦକ ଜନାର୍ଦ୍ଧନ ଗରଡାଙ୍କ ନେତୃତ୍ବରେ ଶହଶହ ଯୁବକ ଏହି କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମୁଳିଛି | ପ୍ରତିବର୍ଷ ସମ୍ବିଧାନ ଦିବସରେ ଡମ ସମାଜର ନେତୃମଣ୍ଡଳୀଙ୍କ ଦ୍ବାରା ଦିଆଲି ପରବ ଭେଟଘାଟ ଉତ୍ସବ ପାଳନ କରାଯିବ | ଦେଶର ମୂଳନୀବାସୀ ହଜାର ହଜାର ସଂଖ୍ଯାରେ ଯୋଗଦେଇ ଭାରତ ସମ୍ବିଧାନର ପ୍ରାଣ କର୍ତ୍ତା, ଦଲିତ ସମାଜର ପ୍ରଥପ୍ରଦର୍ଶକ, ପ୍ରାଣକର୍ତ୍ତା ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁସ୍ପମାଲ୍ଯ ଅର୍ପଣ କରି ଜୟଭୀମ ନାରାଦେଇ ଶ୍ରଦ୍ଧାସୁମନ ଜଣାଇଥିଲେ | ଡମ ସମାଜର ରିତିନିତି ପ୍ରକାରେ ଜୁହାର କରି ଢାଳ ପାଣିରେ ଗୋଡ ଧୁଆଇବା ପରେ ହଳଦୀ ଚାଉଳର ତିଲକ ଲଗାଇ ଅତିଥି ମାନଙ୍କୁ ସଭାସ୍ଥଳକୁ ପାଛଟି ନେଇଥିଲେ | ଡମସମାଜ ର ଦିଆଲି ପରବ ଭେଟଘାଟର ଆଜିର ମୁଖ୍ଯ ପୁରଧା କହିଲେ ଅତ୍ଯୁକ୍ତି ହେବ ନାହିଁ ସେ ଆଜି ଏହି ମଂଚର ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ ଡଃ ଦୟାନିଧି ବାଘ୍ | ଡମ ସମାଜର ଆଦୀ, ଆବିର୍ଭାବ ଓ ସାମାଜିକ, ନ୍ଯାୟିକ, ଆର୍ଥିକ ସ୍ଥିତି, ରାଜନୈନିକ ଦୂରବସ୍ଥା ଓ ବିଭିନ୍ନ ପୁସ୍ତକର ରଚୟିତା ଡଃ ବାସୁଦେବ ସୁନାନୀ ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଡମ୍ ସମାଜର ଦିଆଲି ପରବ ସମ୍ପର୍କରେ ବିସ୍ତୃତ ଭାବେ ନିଜ ବକ୍ତବ୍ଯ ରଖିଥିଲେ ଏହଂ କହିଥିଲେ ଡମ ମାନଙ୍କ ଢାମ୍ପ, ମହୁରୀ ସହ ନିଶାଣୀ ଟାମକ ହେଉଛି ଆଦ୍ଯବାଦ୍ଯର ପରିଚୟଏହା ଆଦୀମ କାଳରୁ ରହିଆସିଛି, ଏହି ବାଦ୍ଯ ବିନା କୌଣସି ଶୁବକାର୍ଯ୍ଯ ହେଉନଥିଲା, ଧରତୀ, ଗୁଡି ପୂଜା ଆଉ ଡୁମାଡାକିବା ରହିଛି ମୁଖ୍ଯ | ମଂଚ ପରିଚାଳନାରେ ଜନାର୍ଦ୍ଧନ ଗରଡା, ରବି ଗରଡା, ଗଜମୋହନ ଗରଡିଆ ପ୍ରମୁଖ ସମେତ ଅନ୍ଯମାନେ ସହଯୋଗ କରିଥିଲେ | ରାମଦାସ ନାଏକ, ହାଜାରି ନିମାଲା ପ୍ରମୁଖ ନେତୃମଣ୍ଡଳୀ ଦିଆଲି ପରବ ପାଳନ ଅବସରରେ ନିଜନିଜ ମତ ରଖିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଘର ସର୍ଭେରେ ଅଙ୍ଗନ ବାଡ଼ି କର୍ମୀଙ୍କୁ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ କଲେ ଅଙ୍ଗନବାଡ଼ି କର୍ମୀ ସଂଘ 

Sunil Chandra Nayak

ଉମରକୋଟ ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ପକ୍ଷ ପାଳନ 

Sunil Chandra Nayak

Leave a Comment

error: Content is protected !!