ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଣେ ବ୍ଯକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା 

ଜଣେ ବ୍ଯକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା 

ଥୁଆମୂଳ ରାମପୁର:୨୭/୧୧ – (ମିନିସ):- ବ୍ଯକ୍ତି ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି, ଏଭଳି ଏକ ଅଭାବନୀୟ ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା ଜାଗେଜପଦର (ଇନ୍ଦିରା କଲୋନୀ) ରେ। ଇନ୍ଦିରା କଲୋନୀ ଜନୈକ ପରମା ମାଝୀ ଗତ ତା ୨୫/୧୧/୨୦୨୩ ରିଖ ଦିନ ଘରୁ ବାହାରି ଯାଇ ଆଉ ଘରକୁ ଫେରିନଥିଲେ। ପରମାଙ୍କ ବିଳମ୍ବ ଦେଖି ଘର ଲୋକ ଆଖପାଖ ସ୍ଥାନ ମାନଙ୍କରେ ଖୋଜାଖୋଜି କରିଥିଲେ। କିନ୍ତୁ ତାକୁ ପାଇନଥିବା ବେଳେ ଗତ ୨୬/୧୧/୨୦୨୩ ରିଖ ସଂନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ଗ୍ରାମ ନିକଟରେ ଥିବା ଏକ ବଟ ଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରି ମରି ଓହଲି ଥିବା ଘଟଣା ଘର ଲୋକେ ଜାଣିବାକୁ ପାଇଥିଲେ। ଏହାକୁ ନେଇ ମୃତ ଙ୍କ ସାନଭାଇ ରେଙ୍ଗଟୁ ମାଝୀ ଥୁଆମୂଳ ରାମପୁର ଥାନାରେ ଲିଖିତ ଭାବରେ ଜଣାଇଥିଲେ। ଖବର ପାଇ ଥୁଆମୂଳ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ଶବ ବ୍ଯବଛେଦ ପରେ ପରିବାର ପ୍ରୟଜନ ଙ୍କୁ ହସ୍ତାନ୍ତର କରି ଏନେଇ ଏକ ମାମଲା ଋଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା ଘଟଣା…. କଟାମୁଣ୍ଡ ଉଦ୍ଧାର

masiha

ଅବକାରୀ ଚଢ଼ାଉ, 40 କୁଇଣ୍ଟାଲ ମହୁଲ ଗାଡି ସହ ଜଣେ ଗିରଫ

Sunil Chandra Nayak

ପଞ୍ଚାୟତ କାର୍ଯ୍ୟାଳୟ ରେ ପଶି ମହିଳା କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଘଟଣାରେ ଯୁବକ ଗିରଫ

masiha

Leave a Comment

error: Content is protected !!