ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପନିପରିବା ମଣ୍ଡି ଖୋଲିବା ନେଇ କୃଷ୍ଣ ନାଗଙ୍କ ବଗିଚାକୁ ଉପ ଜିଲ୍ଲାପାଳ ଗ୍ରସ୍ତ

ଗୋଳାମୁଣ୍ଡା ୩୦/୦୩ ମସିହାନ୍ୟୁଜ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ପନିପରିବା ମଣ୍ଡି ଖୋଲିବା ନେଇ ଗୋଳାମୁଣ୍ଡା ବ୍ଲକର ପନିପରିବା ଚାଷୀମାନେ ଦୀର୍ଘ ଦିନ ଧରି ଓଡିଶା ସରକାରଙ୍କୁ ଦାବି କରିଆସୁଥିଲେ । ଏ ନେଇ ଧର୍ମଗଡ଼ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,,ଜିଲ୍ଲା କୃଷି ଅଧିକାରୀ,କାମେଶ୍ୱର ମଳିକ,ବିଡିଓ ଶରତ କୁମାର ସେଠୀ ଓ ଗୋଳାମୁଣ୍ଡା ବିଡ଼ିଓ ସିଂଧା ରାଣୀ ପଧାନ,ବିପିଏମ ସୁଧାଂଶୁ ବିଶ୍ୱାଳ ପ୍ରମୁଖ ସମେତ ଆଜି କେଗାଁ ପଞ୍ଚାୟତର ସାନଚେରଗାଁ ସ୍ଥିତ କୃଷ୍ଣନାଗ ଓ ବିଶ୍ୱନାଥଙ୍କ ପନିପରିବା ବଗିଚାକୁ ପରିଦର୍ଶନ କରିବା ସଙ୍ଗେ ଚାଷୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି ।ଏହି ବଗିଚାରେ ବିଭିନ୍ନ ପ୍ରକାର ପନି ପରିବା ଚାଷ ଉତ୍ପାଦନ ହେଉଛି,ତାହା ଦେଖି ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଫିସର ମାନେ ଖୁସି ହୋଇ ଥିବା ଅନୁମେୟ କରାଯାଇଛି,ପୂର୍ବରୁ ଉପ୍ତାଦିତ ପନିପରିବାକୁ ସ୍ୱଳ୍ପ ମୂଲ୍ୟରେ ଛତିଶଗଡ଼ ରାଜ୍ୟକୁ ରପ୍ତାନି କରୁଥିଲେ । ସରକାରଙ୍କ ଜରିଆରେ ମଣ୍ଡି ବ୍ୟବସ୍ଥା ହେଲେ ଚାଷୀମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରି କିଛି ଲାଭ ପାଇପାରିବେ ବୋଲି ଚାଷୀ ଶ୍ରୀ କୃଷ୍ଣ ନାଗ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କୁ ଜଣାଇ ଥିବା ପ୍ରକାଶ ପାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ସୁରେଶ ଚନ୍ଦ୍ର ପାଢ଼ୀ ଙ୍କ କବିତା ମଣିଷ

Sunil Chandra Nayak

ମ.ରାମପୁର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ : ମେଧା ବୃତ୍ତି ପରୀକ୍ଷାରେ କୃତିତ୍ବ

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଜନ୍ମତିଥି ରେ ସ୍ମୃତି ବାଢେ ଆଜି

Sunil Chandra Nayak

Leave a Comment

error: Content is protected !!