ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁର୍ଟିଗଡ଼ ଓ ବନ୍ଧପାରିରେ ଆମ ବ୍ୟାଙ୍କ ଲୋକାର୍ପିତ

ଭୁର୍ଟିଗଡ଼ ଓ ବନ୍ଧପାରିରେ ଆମ ବ୍ୟାଙ୍କ ଲୋକାର୍ପିତ

ଆମ ବ୍ୟାଙ୍କ ଓ ସିଏସପି ପ୍ଲସରେ ମହିଳା ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେବାକୁ ଦାବି

ଲାଞ୍ଜିଗଡ଼,୨୮/୧୧(ମନିସ)-ରାଜ୍ୟ ସରକାରଙ୍କ ଦ୍ବାରା ରାଜ୍ୟର ବ୍ୟାଙ୍କ ସେବା ଉପଲବ୍ଧ ନଥିବା ପଞ୍ଚାୟତଗୁଡ଼ିକରେ ଆମ ବ୍ୟାଙ୍କ ସେବା ଆରମ୍ଭ କରାଯାଇଛି ! ଏଇକ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକର ଦୁର୍ଗମ ଭୁର୍ଟିଗଡ଼ ଓ ବନ୍ଧପାରି ଗ୍ରାମପଞ୍ଚାୟତରେ ଆମ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି ! ଭୁର୍ଟିଗଡ଼ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ସ୍ଥାନୀୟ ସରପଞ୍ଚ ଦାନାଦେଇ ମାଝୀ, କାନକୁଟୃ ସମିତିସଭ୍ୟ ମନୋହର ହରପାଲ ପ୍ରମୁଖ ଯୋଗ ଦେଇଥିଲେ ! ସେହିପରି ବନ୍ଧପାରିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଜନପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ! ତେବେ ଲାଞ୍ଜିଗଡ଼ ବ୍ଲକର ବ୍ୟାଙ୍କ ସେବା ଉପଲବ୍ଧ ନଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ମିଶନଶକ୍ତି ତରଫରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ଲେଖାଏଁ ସଦସ୍ୟାଙ୍କୁ ବ୍ୟାଙ୍କ ଯୋଗାଯୋଗ ସେବା, ସେବାକେନ୍ଦ୍ର (ସିଏସପି, ସିଏସପି ପ୍ଲସ୍) ଖୋଲିବା ପାଇଁ ବିଜନେସ୍ କରେସପଣ୍ଡେଣ୍ଟ ଏଜେଣ୍ଟ (ବିସିଏ) ଭାବେ ତାଲିମ ପ୍ରଦାନ କରାଯାଇଥିଲା ! ଏସବିଆଇ ଦ୍ବାରା ପରିଚାଳିତ ଭବାନୀପାଟଣାସ୍ଥିତ ଗ୍ରାମାଞ୍ଚଳ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନ ( ଆର୍ ଏସ୍ ଇଟିଆଇ) ଦ୍ବାରା ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଏଇ ସ୍ବତନ୍ତ୍ର ତାଲିମ ଦିଆଯାଇଥିବାବେଳେ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ହେଁ ସେମାନଙ୍କୁ ମିଶନଶକ୍ତି କିମ୍ବା ବ୍ୟାଙ୍କ ତରଫରୁ ଥଇଥାନ କରାଯାଇନାହିଁ ! ଏହାକୁ ନେଇ ସପ୍ତାହକ ତଳେ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏଇ ତାଲିମପ୍ରାପ୍ତ ମହିଳାମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଏନେଇ ପ୍ରତିଶୃତି ଦେଇଥିଲେ ! ଏଣୁ ବ୍ୟାଙ୍କସେବା ଉପଲବ୍ଧ ନଥିବା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆମ ବ୍ୟାଙ୍କ, ସିଏସପି ପ୍ଲସ୍ ସେବା ଆରମ୍ଭ କରାଯିବାବେଳେ ଏକ ବର୍ଷରୁ ଅଧିକ ସମୟ ଧରି ନିଯୁକ୍ତି ଓ ଥଇଥାନ ଅପେକ୍ଷାରେ ଥିବା ତାଲିମପ୍ରାପ୍ତ ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଅଗ୍ରାଧିକାର ଦେବାକୁ ଦାବି ହେଉଛି !

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପାଜିଗିଡି ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ ଛାତ୍ରୀଛାତ୍ର, ସରପଞ୍ଚ, ୱର୍ଡମେମ୍ବର ,ଅବିଭାବକ ଓ ଗ୍ରାମବାସୀ

Sunil Chandra Nayak

Annaprasad Seva Event Brings Community Together in Saipriyanagar   

masiha

ପାଞ୍ଚ ପୁଟ ଲମ୍ବାର ଦାମଣା ସାପ ଉଦ୍ଧାର, ଜଙ୍ଗଲ ବିଭାଗଙ୍କ ଉପସ୍ଥିତିରେ ଜଙ୍ଗଲରେ ଛଡ଼ା ଗଲା 

masiha

Leave a Comment

error: Content is protected !!