ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଚୁପ୍ଲାଣ୍ଟ ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ

ପିଚୁପ୍ଲାଣ୍ଟ ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ ତଥା ରୁପ୍ରାରୋଡ ରାଜସ୍ଵ ସର୍କଲ ଅଧିନ ଲାଖଗୁଡା ଗ୍ରାମ ନିକଟରେ ଏକ ପିଚୁ ପ୍ଳାଣ୍ଟ ପ୍ରାୟ ଚାରି ବର୍ଷରୁ ଅଧିକ ହେବ ଆରମ୍ଭ ହୋଇଛି । ଏଠାରେ ପିଚୁପ୍ଲାଣ୍ଟ ମାଲିକ ପୁଚୁ ତିଆରି କରି ନିଜ ଠିକା କାମରେ ବ୍ୟବହୃତ କରି ଅନ୍ୟଙ୍କୁ ବିକ୍ରି କରି ବ୍ୟବସାୟ ଆରମ୍ଭ କରି ଆସୁଛନ୍ତି।ଠିକାଦାର ଜଣକ ଲାଠୋରର ଆକାଶ ଅଗ୍ରୱାଲ ପରିବେଶ ସୁରକ୍ଷା ଦିଗରେ ଆଖି ବୁଜି ଦେଇ ପୁଣି ବିଭାଗୀୟ ଅଧିକାରୀଙ୍କ ସ୍ଵୀକୃତି ବିନା ପିଚୁ ତିଆରି କରୁଥିବା ସହ ନିକଟରେ ଥିବା କୃଷି ଜମିରେ ଅନୁର୍ବର ବୃଦ୍ଧି ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପାରିପାର୍ଶ୍ୱିକ ଦୃଷ୍ଟିରୁ ପ୍ଳାଣ୍ଟକୁ ଲାଗି ଲାଖଗୁଡା ଗ୍ରାମ, ସମ୍ମୁଖରେ ସାନ୍ଦୁଲ ନଦୀ,ନିକଟରେ ଐତିହାସିକ ଦୁର୍ଗ ଅସୁରଗଡ ,୫୦ଫୁଟ ଦୂରତ୍ୱରେ ମୁଖ୍ୟ ରାସ୍ତା ଯାହାକି ପିଚୁ ପ୍ଲାଣ୍ଟ ହେବା ପାଇଁ ଯୋଗ୍ୟ ନୁହେଁ ହେଲେ ତିନିରୁ ଚାରି ବର୍ଷ ହେବ ସ୍ଥାନୀୟ ଲୋକେ ଏହା ପ୍ରତି ଆପତ୍ତି କଲେ ମଧ୍ୟ କେହି ଶୁଣୁ ନ ଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଇଛି।ଏହିପ୍ଳାଣ୍ଟରୁ ନିର୍ଗତ ଧୂଆଁ , ଧୂଳିରେ ରାସ୍ତା ଉପରେ ଯାଉଥିବା ଲୋକେ ଅତିଷ୍ଠ ହୋଇ ପଡ଼ୁଛନ୍ତି । ପ୍ଳାଣ୍ଟରେ ଗଚ୍ଛିତ ଥିବା ବଜ୍ରି ଓ ଡଷ୍ଟ ଉଡି ଲୋକଙ୍କ ନାକ,କାନ,ଆଖିରେ ପଡି ଲୋକେ ରୋଗାକ୍ରାନ୍ତ ସହିତ ଚାଷ ଜମି ନଷ୍ଟ ହେବାକୁ ଲାଗିଥିବା ଅଭିଯୋଗ ହୁଏ। ଏସବୁ ଅଭିଯୋଗ ପରେ କିଛି ଦିନ ଧରି ପିଚୁପ୍ଳାଣ୍ଟଟିକୁ ବନ୍ଧ କରିଦେଇ ଥିବା ମାଲିକ ପୁଣି ପ୍ଲାଣ୍ଟ ଚାଲୁ ରଖିବା ଦ୍ଵାରା ଏହା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏହାକୁ ନେଇ ଠିକାଦାର ଆକାଶ ଅଗ୍ରୱାଲଙ୍କୁ କହିବାରୁ ମୋ ନିକଟରେ ପୋଲୁସନ ସାର୍ଟିଫିକେଟ ଅଛି ବୋଲି ପ୍ରକାଶ କରିଥିଲେ । ଏହା ପୂର୍ବରୁ ଅନ୍ୟପଟରେ ସ୍ଥାନୀୟ ସରପଞ୍ଚ ହେମନ୍ତ ଭୋଇ ଓ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଣାଙ୍କୁ ପଚାରିବାରୁ କୌଣସି ଏନ୍ଓସି ଦିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି । ପୋଲୁସନ ସାର୍ଟିଫିକେଟ ସ୍ଥାନୀୟ ପଞ୍ଚାୟତର ଅନୁମତି ବିନା କଳକାରଖାନା ଗଢିଉଠିବା ସମ୍ଭବ ନୁହେଁ ।ଏହି ଜମିରେ ପିଚୁପ୍ଳାଣ୍ଟର ସ୍ଵୀକୃତି ନ ଥିବା ବେଳେ ରୁପ୍ରାରୋଡ ଜମି ମାଲିକ କେଉଁ ଅଧିକାରରେ ପିଚୁପ୍ଲାଣ୍ଟ ବସାଇବା ପାଇ ଅନୁମତି ଦେଲେ ବୋଲି ଜନସାଧାରଣ ଅଭିଯୋଗ ରଖୁଛନ୍ତି। ପିଚୁ ପ୍ଳାଣ୍ଟ ବନ୍ଦ ପରେ ପରେ ପୁଣି ଥରେ ଏହାକୁ ଚାଲୁ ରଖିବାକୁ ନେଇ ଜନସାଧାରଣରେ ପ୍ରତିବାଦ କରା ଯାଉଛି । ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ସହିତ ପରିବେଶ ସୁରକ୍ଷା ସହ ଲୋକଙ୍କ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହେଉଛି।

ଦୀପକ ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲ ରେ ସ୍ମାର୍ଟ ଡିଜିଟାଲ କ୍ଳାସ କକ୍ଷ ଉଦଘାଟିତ

masiha

ଡଙ୍ଗା ସିଲ ଠୁଁ ବିଜାପଦର ରାସ୍ତା ଓ ସଂଯୋଗକାରୀ ବ୍ରିଜ ନିର୍ମାଣ କରିବାକୁ ଦାବୀ

Sunil Chandra Nayak

ଜିଲ୍ଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ

masiha

Leave a Comment

error: Content is protected !!