ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବି, ବାଲି ପଥର ଚାଲାଣ ମାଫିଆ ଙ୍କୁ ଲାଗୁନି ରୋକ୍

ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବି, ବାଲି ପଥର ଚାଲାଣ ମାଫିଆ ଙ୍କୁ ଲାଗୁନି ରୋକ୍

ନବରଙ୍ଗପୁର, ୩୦/୧୧,(ମ ସି ହା  ) ବାଲି ପରେ ଏବେ ପଥର ଉପରେ ଆଖି ପକାଇଛନ୍ତି ମାଫିଆ ! ବାଙ୍କୁଲି ସାଜିଛି ପଥର ମାଫିଆ ଙ୍କ ଆଡାସ୍ଥଳୀ। ହେଲେ ରାଜସ୍ବ ବିଭାଗ ଅଧିକାରୀ ଙ୍କ ଦେଖା ମିଳୁନି। ଏଭଳି ଚିତ୍ର ଦେଖିବାକୁ ମିଳୁଛି, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାଙ୍କୁଲି ପଞ୍ଚାୟତ ବାଙ୍କୁଲି ଗ୍ରାମ ଠାରେ। କୋଷାଗୁମୁଡା ବ୍ଲକ ହେଉଛି ନବରଙ୍ଗପୁର ଜିଲ୍ଲା ର ସର୍ବ ବୃହତ ବ୍ଲକ, ଏବଂ କୋଷାଗୁମୁଡା ବ୍ଲକ ଓଡିଶା ଓ ଛତିଶଗଡ ରାଜ୍ୟ ସିମା କୁ ସଂଲଗ୍ନ ହୋଇ ରହିଛି। ଯାହାର ଭରପୁର ଫାଇଦା ଉଠାଇବାରେ ଲାଗିଛନ୍ତି ବାଲି ମାଫିଆ ଓ ପଥର ମାଫିଆ। ବ୍ଲକ ର ଗୋଟିଏ ପାଶ୍ୱରେ ବରଗାମ ଦେଇ ଛତିଶଗଡ ଯିବା କୁ ବାଟ ରହିଥିବା ବେଳେ, ମାଝୀଧନୁଆ ଦେଇ ପୁଣି ସେପଟେ ମୋତିଗାଁ ହେଉଁ କି ବାଙ୍କୁଲି ପଂଚାୟତ ହେଉ ଯେଉଁପଟେ ଗଲେ ବି ଓଡିଶା ଓ ଛତିଶଗଡ ସିମା ଲାଗିରହିଛି। ବାଲି ମାଫିଆ ମାନେ ପ୍ରତି ଦିନ ବିଭିନ୍ନ ବାଲିଘାଟ ରୁ ହଜାର ହଜାର ଟିପର ବାଲି ଛତିଶଗଡ ଓ ଆନ୍ଧ୍ରପ୍ରଦେଶ କୁ ରାତି ଦିନ ଚୋରାଚାଲାଣ କରୁଥିବା ଦୃଶ୍ୟ ଏବେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ବାଲି ମାଫିଆ ଙ୍କ ପରେ ଏବେ ସାମ୍ନା କୁ ଆସୁଛି ପଥର ମାଫିଆ ଙ୍କ କଳା କାରନାମା ଯାହାକୁ ନେଇ ଏବେ ପ୍ରଶାସନ ଉପରେ ଅଙ୍ଗୁଳି ଉଠାଉଛନ୍ତି ଅଞ୍ଚଳବାସୀ। ବ୍ଲକ ର ଅତି ଉପାନ୍ତ ବାଙ୍କୁଲି ପଞ୍ଚାୟତ ଜଙ୍ଗଲ ପାହାଡ଼ ଓ ବଡ଼ ବଡ଼ କଳା ପଥର ରେ ପରିପୂର୍ଣ ରହିଛି, ହେଲେ ଏବେ ପଥର ମାଫିଆ ଙ୍କ ଆଖି ପଡିଛି ସେହି ଅଞ୍ଚଳ ରେ। କଳା ପଥର ଦିନ ରାତି ବାହାର କରି ଟିପର ସାହାଯ୍ୟ ରେ ବାହାର ରାଜ୍ୟ କୁ ପଠାଯାଉଛି। ସୂଚନା ଥାଉକି ଏହି ଜିଲ୍ଲା ର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ଭିଜିଲାନ୍ସ ଜାଲରେ କୋଟି କୋଟି ଟଙ୍କା ଧରା ପଡ଼ିବା ପରେ ଏହାର ଗୁମର ଖୋଲିଥିଲା। ଏହାର କିଛି ମାସ ଶାନ୍ତ ରହିବା ପରେ କିଛି ଅସାଧୁ ବ୍ୟକ୍ତି ବାଙ୍କୁଲି ଗ୍ରାମ ରେ ରହି କଳା ପଥର କାରବାର କରିବାକୁ ସତ୍ ସାହସ କରିଛନ୍ତି। ସେହି ଅଞ୍ଚଳ ରେ ରହିଥବା ପାହାଡ଼ କାଟି ରାତିଦିନ କଳା ପଥର ବାହାର କରି ବାହାର ରାଜ୍ୟ କୁ ହେଉଁ ବା ବାହାର ଜିଲ୍ଲା କୁ ଟିପର ମାଧ୍ୟମରେ ପଠାଇ ମୋଟା ଟଙ୍କା ସାଉଁଟି ବାରେ ଲାଗିଛନ୍ତି। ବାଙ୍କୁଲି ଗ୍ରାମ ମଝି ରାସ୍ତା କଡ଼ ରେ ଟିପର ଟିପର କଟାଯାଇଥିବା କଳା ମାଙ୍କଡ଼ା ପଥର ଗଦା କରିଥିବା ଦୃଶ୍ୟ ଏବେ ମୋବାଇଲ ଠୁ ମୋବାଇଲ କୁ ଘୁରି ବୁଲୁଥିବା ଦୃଶ୍ୟ ସାମ୍ନା କୁ ଆସୁଛି। ତଥାପି କୋଡ଼ିଙ୍ଗା ତହସିଲଦାର କିମ୍ବା ରାଜସ୍ବ ବିଭାଗ ର ନଜର ପଡୁନଥିବା ଅଞ୍ଚଳ ବାସୀଙ୍କ ମନ ରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। କଣ ପଥର ମାଫିଆ ଓ ବାଲି ମାଫିଆ ଙ୍କ ସହ ରାଜସ୍ବ ବିଭାଗ ଙ୍କ କିଛି ଭିତରିଆ ସଲାସୁତରା ରେ ଚାଲିଛି କି ପଥର ଓ ବାଲି ଚୋରାଚାଲାଣ? ବାଙ୍କୁଲି ଗାଁ ରାସ୍ତା କଡ଼ ରେ ପଡ଼ିଥିବା ଟିପର ଟିପର କଳା ମାଙ୍କଡା ପଥର ଉପରେ ରାଜସ୍ବ ବିଭାଗ ର ନଜର କଣ ପାଇଁ ପଡୁନାହିଁ ବୋଲି ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଏବେ ଦେଖିବାକୁ ବାକି ରହିଲା କୋଡ଼ିଙ୍ଗା ତହସିଲଦାର ତୁରନ୍ତ ବାଲି ମାଫିଆ କିମ୍ବା ପଥର ମାଫିଆ ଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।ଏ ନେଇ ଆମେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ଫୋନ୍ ରେ ଯୋଗାଯୋଗ ହୋଇ ପାରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରି ପାରି ନାହୁ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଶିମିଳିପାଳ ଅଭୟାରଣ୍ୟରେ ଶିକାର କରୁଥିବା ଶିକାରୀଙ୍କୁ କଡ଼ା ଚେତାବନୀ

masiha

ଅନ୍ତର୍ଜାତୀୟ ରଗବୀ ଖେଳାଳି ସନ୍ଧ୍ୟାରାଣୀଙ୍କୁ ମୟୁରଭଞ୍ଜ ମାଟିରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

ଅଳ୍ପକେ ବଞ୍ଚିଗଲା ପରିବାରର ୪ ଜଣଙ୍କ ଜୀବନ 

masiha

Leave a Comment

error: Content is protected !!