ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

ରୁପ୍ରା, ୧/୧୨ (ମନିସ) : ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ନର୍ଲା ଠାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଆଜି ଅନୁଷ୍ଠିତ ହୋଇ ଯାଇଛି। ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ତପିମଣି ଜାନୀ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଯୋଗଦାନ କରି ଥିଲେ। ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଅଭୟ କୁମାର ଦେବତା, ତରୁଣ ମିଶ୍ର , ସୋମନାଥ ସାହୁ ଓ ସୁରେଶ କୁମାର ସାହୁ ଯୋଗଦାନ କରି ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରି ଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୬୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀରେ ସ୍ୱୟଂ ସ୍ୱାଗତ କର ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲା, ଏଲିନା ଗହୀର ଗଙ୍ଗାଦେବୀ ବାବୁରାୟ ଉଚ୍ଚ ବିଦ୍ୟାପୀଠ ଭାନପୁର, ଘଣ୍ଟେଶ୍ୱର ସାହୁ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରା, ଦିପେଶ ଗଉଡ଼ ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କରିସ୍ମା ସା ରାଧାକୃଷ୍ଣ ହାଇସ୍କୁଲ ଶାନ୍ତପୁରର ୫ ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରରେ ମନୋନୀତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ନର୍ଲା ଗୋଷ୍ଠୀ ବିଜ୍ଞାନ କେନ୍ଦ୍ରର ସମ୍ପାଦକ ତଥା ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ସଞ୍ଚାଳନ କରି ଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନରେ ତେଜରାଜ ସାହୁ, ସୁବାସ ପଧାନ, ସୁସ୍ମିତା କୁମାରୀ ସୁନମୁଦି, ପ୍ରଶାନ୍ତ କୁମାର ସାହୁ, ଫାଲ୍ଗୁନା ରାଓ, ଧୀରେନ୍ଦ୍ର ନାଏକ, ହିତେଶ ମେହେର, ତପନ ଦାସ, ମିନକ୍ଷୀ ମିଶ୍ର, ପ୍ରଣତି ବୈଦ୍ୟ, ଶର୍ମିତା ସେଠୀ, ସୋନମ ରାଣୀ ପଧାନ, ସସ୍ମିତା ପ୍ରଧାନ, ଜ୍ୟୋତିର୍ମୟୀ ମହାନ୍ତି, ନିବେଦିତା ଗନ୍ତିଆ,ସୁବାସ ପଧାନ, ମିତ୍ରସେନ ସାହୁ ଓ ତରଣୀ ଧଙ୍ଗଡା ମାଝି ପ୍ରମୁଖ ସାହାଯ୍ୟ କରି ଥିଲେ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ 

Sunil Chandra Nayak

ଥୁଆମୂଳ ରାମପୁର କୃଷି ବିଭାଗ ପକ୍ଷରୁ ପୋଖରା ଗ୍ରାମରେ ଅକ୍ଷୀ ମୁଠି ଅନୁକୂଳ ପୂଜା

Sunil Chandra Nayak

ଡାବୁଗାଁ ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କେବଳ ପ୍ରହସନ ମାତ୍ର:କାହା ପାଇଁ ହେଲା ଏ ମେଳା

Sunil Chandra Nayak

Leave a Comment

error: Content is protected !!