ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର କଲେଜ ଠାରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇଘର କଲେଜ ଠାରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇଘର,୧/୧୨ ସ୍ଥାନୀୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ଅବସରରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ଅଧ୍ୟକ୍ଷ ପରୀକ୍ଷିତ ସାହୁ ସଭାପତି ଭାବେ ମଞ୍ଚାସୀନ ହୋଇଥିବା ବେଳେ ଅର୍ଥନୀତି ଅଧ୍ୟାପକ ରମେଶ ଚନ୍ଦ୍ର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ | ଏଥିସହିତ ବରିଷ୍ଠ ଅଧ୍ୟାପକ , କିଶୋର କୁମାର ପାଲ, ବାଣିଜ୍ୟ ଅଧ୍ୟାପକ ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ଓଡ଼ିଆ ଅଧ୍ୟାପିକା ରେଣୁକା ସାମଲ, ପିଇଟି ପୂର୍ଣ୍ଣଚନ୍ଦ୍ର ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ |ମଂଚାସୀନ ଅତିଥିମାନେ ଏଡ଼ସ ସଂକ୍ରମଣ ଠାରୁ ଜନସାଧାରଣ କିପରି ରକ୍ଷା ପାଇପାରିବେ ସେଥିପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ ନାୟକ, ପ୍ରଲ୍ଲୀଭା ଭୂୟାଁ, ଦିଲୀପ ପଦାର, ଶକ୍ତି ଜେନା, ସଦାରାମ କେଉଟ ବୁଦ୍ଧେଶ୍ୱର ମଣ୍ଡଳ ପରିଚାଳନା କରିଥିଲେ |ଏହି ଉତ୍ସବ ଅବସରରେ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚାଷୀଙ୍କ ଲ୍ୟାମ୍ପ ଘେରାଓ ଘଟଣା ତଦନ୍ତ କଲେ ଜିଲା ଅଧିକାରୀ 

masiha

କଳାହାଣ୍ଡି ଯୁବ ପାଇକ ସମାଜ ପକ୍ଷରୁ ଆଜି ଛିଲିପା ତେଲନଦୀ କୂଳସ୍ଥ ହନୁମାନ ବାଟୀକା ଠାରେ ନୂଆଁଖାଇ ଭେଟଘାଟ ଓ ବନ୍ଧୁମିଲନ

masiha

ମାଟ୍ରିକ ପରୀକ୍ଷାରେ ଛାତ୍ରୀ ପ୍ରତିଭା ମିଶ୍ର ବ୍ଲକ ଟପର 

masiha

Leave a Comment

error: Content is protected !!