ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହାବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିଵବସ-୨୦୨୩ ପାଳିତ

ରାଇରଙ୍ଗପୁର ମହାବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିଵବସ-୨୦୨୩ ପାଳିତ

 ମୟୂରଭଞ୍ଜ- ୦୧/୧୨ ( ମସିହା)ସାରା ବିଶ୍ବରେ ୧୯୮୮ ମସିହାରୁ ଆଜିର ଦିନରେ ବିଶ୍ବ ଏଡସ ଦିବସ ପାଳନ କରାଯାଇଅଛି । ଏଚଆଇଭଇ ଭୂତାଣୁର କ୍ରମେ ଯୋଗୁଁ ହେଉଥିବା ଏଡ୍ସ ରୋଗର ଭୟାନକ ପରିଣତି ସମ୍ପର୍କରେ ସଚେତନତା ଆଜିର ଦିବସ ଉତ୍ସର୍ଗୀକୃତ । ରାଇରଙ୍ଗପୁର ମହା ବିଦ୍ୟାଳୟର ଇଣ୍ଡୋର ଷ୍ଟାଡିୟମରେ ବିଶ୍ବ ଏଡ୍ସ ସଂକ୍ରାନ୍ତୀୟ ଏକ ସଚେତନତା ସଭା ଅଧ୍ଯକ୍ଷ ତ୍ରିଲୋଚନ ଚକ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ହସ୍ପିଟାଲର ଏଚଆଇଭି ରିସୋର୍ସ ପର୍ସନ ଭାବେ ରାଇରଙ୍ଗପୁର ହସ୍ପିଟାଲର ବୈକୁଣ୍ଠନାଥ ସାଲ ଏଚଆଇଭଇ ଭୂତାଣୁ ବ୍ୟାପିବାର ଚାରିଗୋଟି ମାଧ୍ୟମକୁ ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ମାନଙ୍କୁ ଅବଗତ କରାଇଥିଲେ । ଭୂତାଣୁ ଥରେ ସଂକ୍ରମିତ ହେଲେ କିପରି ଜଣେ ସୁସ୍ଥ ମଣିଷକୁ ମୃତ୍ୟୁ ମୁଖକୁ ଟାଣିନିଏ ତାହା ବିଷୟ ଭାବେ ବୁଝାଇଥିଲେ । ତେଣୁ ସମସ୍ତେ ଏଡ୍ସ ବିଷୟରେ ସଚେତନ ହେବା ସହ ସମସ୍ତେ ଗୋଷ୍ଠୀଗତ ସମ୍ପ୍ରଦାୟକୁ ସଚେତନ କରାନ୍ତୁ । ସରକାର ଏଡ୍ସ ରୋଗୀଙ୍କ କଲ୍ୟାଣ ପାଇଁ ମାଗଣା ପରୀକ୍ଷା,ଔଷଧ, ଖାଦ୍ୟ,ଆବାସ ଘର, ଭତ୍ତା ଭଳି ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ନେଲେ ନିଶ୍ଚିତ ଭାବେ ସୁରକ୍ଷିତ ହୋଇ ପାରିବ ।ଅଧ୍ୟକ୍ଷ କହିଥିଲେ ସମସ୍ତେ ଏଚଆଇଭି ସଂକ୍ରମଣ,ନିରାକରଣ,ପରୀକ୍ଷଣ, ଚିକିତ୍ସା ଓ ସଂକ୍ରମିତ ଲୋକେ ସମ୍ମୁଖୀନ ହେଉଥିବା ସାମାଜିକ ଭେଦଭାବ ଉପରେ ସଚେତନ କରାଇବା ପାଇଁ ଆଜିର ଦିବସ ଏକ ସୁଯୋଗ । ତେଣୁ ଏଡ଼ସ ରୋଗୀଙ୍କୁ ଘୃଣା କର ନାହିଁ ଏଡ୍ସ ଠାରୁ କିଭଳି ଦୂରେଇ ରହିବା ସେଥିପାଇଁ ସବୁବେଳେ ସତର୍କ ଅବଲମ୍ବନ କରିବା ଉଚିତ । କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ ଵୀର‌ନାରାୟଣ ଚାଉପଟ୍ଟନାୟକ,ପ୍ରଫେସର ହେମନ୍ତ ଗିରି,ଅଧ୍ୟାପକ ପିତାମ୍ବର ମିଶ୍ର,,ଦାରା ସିଂ ମହାନ୍ତ,ଓ୍ବାଇଆରସି କାଉନସିଲର ହଳଧର ବାରିକ, ପ୍ରୋଗ୍ରାମ ଅଫିସର ମାନସ ସାହୁ,ଏନସିସି ଚନ୍ଦ୍ରକାନ୍ତ ମହାନ୍ତ,,ଯୋଗେଶ୍ଵର ସାଧୁ,ସୋନାଲି ମହାନ୍ତ ଏବଂ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।ପରେ ରାଇରଙ୍ଗପୁର ମହାବିଦ୍ୟାଳୟ ରୁ ଏଡ୍ସ ସଚେତନତା ଶୋଭାଯାତ୍ରା ରାଇରଙ୍ଗପୁର ଗୋଲାଇ ଛକ ପର୍ଯ୍ୟନ୍ତ ଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାର ଦଫା ଦାବି ନେଇ ନାରାୟଣପୋଷି ସ୍ଥିତ ଜେଏସଡବ୍ଲ୍ୟୁ ଲୌହ ଓ ମାଙ୍ଗାନିଜ ଖଣି ଗେଟ ସମ୍ମୁଖରେ ସିଆଇଟିୟୁ ପକ୍ଷରୁ ଗଣ ବିକ୍ଷୋଭ ଓ ଧାରଣା 

masiha

ଜେପି ହସପିଟାଲ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ; ବିଜୁପଟ୍ଟନାୟକ ଛକରେ ଦିର୍ଘ ଦିନ ହେଲା ଟେଣ୍ଟ ବନ୍ଧା ଯୋଗୁଁ ଯାତ୍ରୀ ଓ ପରିବହନ ହନ୍ତସନ୍ତ

masiha

Leave a Comment

error: Content is protected !!