ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିମିଳିପାଳ କଲେଜ ଅଫ୍ ନର୍ସିଂ, ରାଇରଙ୍ଗପୁର, ମୟୂରଭଞ୍ଜ ଶାଖା ଆନୁକୁଲ୍ୟରେ ବିଶ୍ବ ଏଡ୍ସ ଦିବସ ପାଳିତ

ଶିମିଳିପାଳ କଲେଜ ଅଫ୍ ନର୍ସିଂ, ରାଇରଙ୍ଗପୁର, ମୟୂରଭଞ୍ଜ ଶାଖା ଆନୁକୁଲ୍ୟରେ ବିଶ୍ବ ଏଡ୍ସ ଦିବସ ପାଳିତ

 ମୟୂରଭଞ୍ଜ-୦୧/୧୩ ( ମସିହା)ଏଡ୍ସ ଏକ ଦୁରାରୋଗ୍ୟ ବ୍ୟାଧି । ଏହାକୁ ନେଇ ସମଗ୍ର ବିଶ୍ବାସୀ ଚିନ୍ତିତ ।ଏଚଆଇଭଇ ମଣିଷର ପ୍ରତିରକ୍ଷା ପ୍ରଣାଳୀ ଉପରେ ଆକ୍ରମଣ କରି ଅନ୍ୟ ରୋଗର ପ୍ରତିରୋଧକୁ ହ୍ରାସ କରିଥାଏ । ଏହାର ଏକମାତ୍ର ଉପାୟ ସଚେତନତା ହିଁ ପ୍ରକୃତ ନିଦାନ ।

 ଏଡ୍ସ ସଚେତନତା ନେଇ ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ନର୍ସିଂ ଅନୁଷ୍ଠାନ ‘ ଶିମିଳିପାଳ କଲେଜ ଅଫ୍ ନର୍ସିଂ ଆନୁକୁଲ୍ୟରେ ବିଶ୍ଵ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନର୍ସିଂ ଛାତ୍ରଛାତ୍ରୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ପ୍ଳାକାର୍ଡ ଧରି ରାଇରଙ୍ଗପୁର ସହର ପରିକ୍ରମା କରିବା ସହ ରାସ୍ତାରେ ଯାଉଥିବା ପଥିକମାନଙ୍କୁ ଏଡ୍ସ ର ଭୟାବହତା ଓ ନିରାକରଣ ଉପରେ ସଚେତନ କରାଇଥିଲେ ।ତଦସହ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ପଥପ୍ରାନ୍ତ ସଭା କରିଥିଲେ । ସେମାନେ କହିଥିଲେ ଏଡ୍ସ ରୋଗ ସମ୍ବନ୍ଧରେ ନିଜେ ସଚେତନ ହେବା ଜଣଙ୍କୁ ସଚେତନ କରାଇ ସାମୁହିକ ଗୋଷ୍ଠୀକୁ ସଚେତନ କରାଇଲେ ଆମେ ଏଡ୍ସ ଠାରୁ ସୁରକ୍ଷିତ ହୋଇ ପାରିବା । ଏଡ୍ସ ରୋଗୀକୁ ଘୃଣା ନକରି ସ୍ବାସ୍ଥ୍ୟ ସଚେତନତା ବାର୍ତ୍ତା, ନିୟମିତ ଔଷଦଳଧ ସେବନ, ଡାକ୍ତର ପରାମର୍ଶ ନେଲେ ରୋଗ ଆଗରୁ ମାରାତ୍ମକ ହେବ ନାହିଁ ।ଏହି କାର୍ଯ୍ୟକ୍ରମରେ ଓମ୍ ଆୟୁଷ ବେହେରା,ପ୍ରଣବ ଗିରି,ସନ୍ତୋଷ ଦତ୍ତ,ମାନସ ନାୟକ,ଵୈଜୟନ୍ତୀ ହେମ୍ବ୍ରମ,ସୋନାଲି ବେହେରା, ବାସନ୍ତୀ ହେମ୍ବ୍ରମ,ପୂଜା ବାଧା, ଏବଂ ପ୍ରଶିକ୍ଷିକା ସୋନାଲି ହେମ୍ବ୍ରମ,ଵୁଦୂଜ ମାଝୀ,କଲେଜ କର୍ତୃପକ୍ଷ ଭବାନୀ ଶଙ୍କର ମହାନ୍ତି,ପ୍ରଦ୍ୟୁମ୍ନ ଦତ୍ତ,ଅଜୟ ମହାପାତ୍ର,ମୂରଲୀ ନାୟକ,ପ୍ରଦୀପ ସିଂ, ଚତୁର୍ଭୁଜ ସାହୁ, ଅବିନାଶ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

ସମାଜସେବୀ ଙ୍କ ବସ୍ତି ଅଭିଯାନ

masiha

ପୂର୍ବତନ ସରପଞ୍ଚ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ : ଅଞ୍ଚଳର ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ପ୍ରତିଷ୍ଠାନରେ ଶୋକସଭା 

masiha

Leave a Comment

error: Content is protected !!