ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା +3 ମହାବିଦ୍ୟାଳୟରେ “ବିଶ୍ୱ ଏଡ଼ସ୍ ଦିବସ” ପାଳିତ

କୌଶିକ ବାବା +3 ମହାବିଦ୍ୟାଳୟରେ “ବିଶ୍ୱ ଏଡ଼ସ୍ ଦିବସ” ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କୌଶିକ ବାବା +3 ମହାବିଦ୍ୟାଳୟ ଠାରେ “ବିଶ୍ୱ ଏଡ଼ସ ଦିବସ” ଯୁବ ରେଡ଼କ୍ରସ ପରାମର୍ଶଦାତା ତଥା ଶିକ୍ଷା ଅଧ୍ୟାପକ ସମୀର ପଧାନଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି l ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷl ଲିପ୍ସାମୟୀ ଦୁବେଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ରିଷିଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଣତି ନାଗ, ମୁଖ୍ୟବକ୍ତା ତେରେସିଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଶାନ୍ତନୁ ମହାକୁଡ଼, ସମ୍ମାନିତ ଅତିଥି କମ୍ପାଉଣ୍ଡର ରଞ୍ଜନ ସାହୁ, ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଇତିହାସ ଅଧ୍ୟାପକ କସ୍ତୁଭ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ମୁଖ୍ୟ ଅତିଥିଙ୍କ ଦ୍ୱାରା ରଚନା ପ୍ରତିଯୋଗିତାରେ ପ୍ରଥମ ଉଷା ବେବର୍ତ୍ତା, ଚିତ୍ରାଙ୍କନରେ ପ୍ରଥମ ସସ୍ମିତା ହରିପାଳ, ସାଧାରଣଜ୍ଞାନରେ ପ୍ରଥମ ଉଷା ବେବର୍ତ୍ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଗ୍ରନ୍ଥଗାରିକ ବସନ୍ତ କୁମାର ସାହୁ, କନିଷ୍ଠ କିରାଣୀ ଭୂପିନ୍ଦର ରଣା, ଚତୁର୍ଥ କର୍ମଚାରୀ ଚମ୍ପୁଲାଲ ରଣା, ଡୋଲେଶ୍ୱର ରଣା ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଲୁଗାଁ ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

କୋକସରା ବ୍ଲକ ବାରବଖରା ଗାଁ ରେ ଡାଇରିଆ ଆତଙ୍କ,ଜଣେ ଆକ୍ରାନ୍ତ ଙ୍କ ମୃତ୍ୟୁ ଅଭିଯୋଗ,ମେଡ଼ିକାଲ ଟିମ ର ଚିକିତ୍ସା ଜାରି

masiha

SIR ପର୍ଯ୍ୟବେକ୍ଷକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ଏବଂ କାର୍ଯ୍ୟ ସମୀକ୍ଷା 

Sunil Chandra Nayak

Leave a Comment

error: Content is protected !!