ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଶ୍ବ ଭିନ୍ନକ୍ଷମ ଦିବସ 

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଶ୍ବ ଭିନ୍ନକ୍ଷମ ଦିବସ 

 ମୟୂରଭଞ୍ଜ – ୩/୧୨ ( ମସିହା )ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆଜି ରାଇରଙ୍ଗପୁର ପିସିଏମ ଵିଦ୍ଯାଳୟ ପରିସରରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ଛାତ୍ରଛାତ୍ରୀ ,ଅଭିଭାଵକ, ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ପିସିଏମ ବିଦ୍ୟାଳୟରୁ ଭିନ୍ନକ୍ଷମ ସଚେତନତା ଶୋଭାଯାତ୍ରା ବାହାରି ରାଇରଙ୍ଗପୁର ସହର ପରିକ୍ରମା କରିଥିଲା ।ହାତରେ ପ୍ଳାକାର୍ଡ ଧରି ଭିନ୍ନକ୍ଷମ ଦିବସ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ବାର୍ତ୍ତା ସହ ଛାତ୍ରଛାତ୍ରୀ ମାନେ ସ୍ଲୋଗାନ ଦେଇଥିଲେ ।ପରେ ପିସିଏମ ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମଧ୍ୟରେ ଥିବା ସୁପ୍ତ ପ୍ରତିଭାକୁ ଉଜ୍ଜୀବିତ କରିବା ପାଇଁ ବକ୍ତୃତା,ନୃତ୍ୟ,, ଚିତ୍ରାଙ୍କନ ,ପ୍ରବନ୍ଧ,କୁଇଜ୍ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ତଦସହ ଭିନ୍ନକ୍ଷମ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ବିଇଓ ଶ୍ରୀ ଭାଗ୍ଯରଥୀ ମହାନ୍ତି,ଏବିଇଓ ଶ୍ରୀ କାର୍ତ୍ତିକ କାରୁଆ,ଏବିଇଓ ହେମ ମାଝୀ,ବିଆରଟି ମହେଶ ମହାପାତ୍ର,,ବିଆରଟି ସାଗରିକା ପଣ୍ଡା,ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଣୀ ସୋମବାରୀ ମୁର୍ମୁ,ସଂଞ୍ଜୟ କୁମାର,ସିଆରସିସି ଆଶିଷ ମଣ୍ଢଳ,ସିଆରସିସି ଅଜିତ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ।ବିଇଓ ଶ୍ରୀ ଭାଗ୍ଯରଥୀ ମହାନ୍ତି କହିଥିଲେ ଭିନ୍ନକ୍ଷମ ମାନେ ସମାଜରେ ଅଲୋଡା ନୁହନ୍ତି ‌ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ କହିଥିଲେ । ସେହିଭଳି ମୁଖ୍ୟବକ୍ତା ଵିଭିଏସଏସଓ ସୁଶ୍ରୀ ସୋମଵାରୀ ମୁର୍ମୁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁବିଧ ଯୋଜନା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ପାଇଁ ବାଣୀଶ୍ରୀ ବୃତ୍ତି,ଭତ୍ତା, ଭିନ୍ନକ୍ଷମ ଉପକରଣ,ପାଠ୍ୟ ପୁସ୍ତକ ଇତ୍ୟାଦି ଦିଆଯାଉଛି । ତେଣୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ନିଜକୁ କେବେ ଏକୁଟିଆ ଭାବିଲା ଉଚିତ ନୁହେଁ ।ପରେ ଅତିଥି ଗଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଇଲେଭେନ ରୋୟାଲ ଗ୍ରୀନ ଟେନିସ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚମ୍ପିୟାନ 

masiha

ଆମ୍ବେଦକର ଜୟନ୍ତୀ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦଯାପିତ 

masiha

Leave a Comment

error: Content is protected !!