ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା କୁ ରାଉରକେଲାରେ କାର୍ଯ୍ୟକ୍ଷମ କରାଯାଉ 

ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା କୁ ରାଉରକେଲାରେ କାର୍ଯ୍ୟକ୍ଷମ କରାଯାଉ 

ରାଉରକେଲା/ ଉଚ୍ଚ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ପାଇଁ ଓଡିଶା ଗୃହ ନିର୍ମାଣ ସଂସ୍ଥା ର ରାଉରକେଲା ସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟ ବନ୍ଦ ହେବାକୁ ଯାଉଛି । ୧୯୭୫ ମସିହା ରେ ଆରମ୍ଭ ହୋଇଥିବା ଅଫିସ ରାଉରକେଲା ସ୍ଥିତ ବାସନ୍ତି କଲୋନୀ ରେ ୨୩୭୬ , ଛେଣ୍ଡ ଫେଜ ୧ ରେ ୧୦୩୫,ଛେଣ୍ଡ ଫେଜ ୨ ରେ ୮୩୨,ଛେଣ୍ଡ ଫେଜ ୩ ରେ ୯୭୨ ଟି ବାସଗୃହ ଜନସାଧାରଣ ଙ୍କ ପାଇଁ ନିର୍ମାଣ କରାଯାଇ ବଣ୍ଟନ କରାଯାଇଥିଲା। ଏହିସବୁ ଗୃହ ୩୧୦ ଏକର ଜମିରେ ନିର୍ମାଣ କରାଯାଇଥିଲା । ଏହି ଅଫିସ ଯୋଗୁଁ ହାଉସିଂ ବୋର୍ଡ଼ ତାର ଆର୍ଥିକ ସ୍ଥିତି କୁ ସୁଧାର ଆଣି ପାରିଥିଲା । କିନ୍ତୁ ଗତ ୩୫ ବର୍ଷ ହେବ ଏହି ଅଫିସ ରେ ଅଫିସର ଓ ତଳ କର୍ମଚାରୀ ମାନଙ୍କ ମରୁଡି ପଡ଼ିଯାଇଥିବା ପରିଲକ୍ଷିତ ହେଉଛି ।ଅଫିସର ମାନଙ୍କୁ ୬ ମାସ ପାଇଁ ଆଣି ପୁନ୍ନର୍ବାର ଭୁବନେଶ୍ୱର ଅଫିସକୁ ଫେରାଇନିଆଯାଉଛି । ସେହିପରି ଭୁବନେଶ୍ବର ପରେ ୧୯୭୫ମସିହାରେ ରାଉରକେଲା ରେ ହାଉସିଙ୍ଗ ବୋର୍ଡ ଖୋଲିଲା। ସେତେବେଳେ ଏହା ଡ଼ିଭିଜନ ଅଫିସ ଥିଲା। ଯେଉଁଟାକି ଆଜିକା ଦିନରେ ମୁଖ୍ୟଯନ୍ତ୍ରୀ ଏଠି ଅଧ୍ୟକ୍ଷ ହେବାକଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏଠି ଯେଉଁ ପିଅନଙ୍କ ସହ ୮ଜଣ କର୍ମଚାରୀ ଅଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ଇଂଜିନିୟର ଏଠାକାର କଥା ବୁଝାବୁଝି କରୁଛନ୍ତି। ଅଥଚ ଭୁବନେଶ୍ୱର ରେ ୪୦୦ପାଖାପାଖି କର୍ମଚାରୀ ଥିବା ବେଳେ ଏଠାରେ ସ୍ବଳ୍ପ ସଂଖ୍ୟକ କର୍ମଚାରୀଙ୍କ ପାଇଁ ଉପଭୋକ୍ତା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ୨ ଗୋଟି ବହୁତଳ ଅଟ୍ଟାଳିକା ତିଆରି ହେବାର ସମସ୍ତ ଆନୁସାଙ୍ଗିକ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏହା ଆରମ୍ଭ ହୋଇପାରୁନାହିଁ । ରାଉରକେଲାରେ ବାସ ଗୃହର ପ୍ରଚୁର ଚାହିଦା ଥିଲାବେଳେ ଖାଲିଜାଗାରେ ପ୍ରକଳ୍ପ ନ କରିବା ରାଉରକେଲା ବାସିନ୍ଦାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେତେ ଯେମିତି ରାଉରକେଲା ଓଡିଶା ଭିତରେ ନାହିଁ । ରାଉରକେଲା ଓଡ଼ିଶା ଭିତରେ ଆସୁଛି। ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସ୍ଥାନ ହୋଇଥିଲା ବେଳେ ଏହାର ବିକାଶ ସାମଗ୍ରିକ ବିକାଶ ବୋଲି ଧରାଯିବ। ଏ ସମ୍ବନ୍ଧ ରେ ଓଡ଼ିଶା ଷ୍ଟେଟ ହାଉସିଙ୍ଗ୍ ବୋର୍ଡ ଲ୍ୟାଣ୍ଡ ଆଣ୍ଡ ହାଉସ ଓନର ଆସୋସିଏସନ୍ ର ସଭାପତି ତଥା ସଚେତନ ନାଗରିକ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଏ ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଙ୍କୁ ଅବଗତ କରାଇଥିବା ଜଣାପଡିଛି। ଏନେଇ ଶ୍ରୀ ବିଶି ୨ଥର ହାଉସିଙ୍ଗ ବୋର୍ଡ ର ଅଧ୍ୟକ୍ଷ ଓ ମହାପ୍ରବନ୍ଧକ ଙ୍କ ସହିତ ବାରମ୍ବାର ସାକ୍ଷାତ ପରେ ମଧ୍ୟ କୌଣସି ଅଗ୍ରଗତି ହୋଇପାରୁ ନାହିଁ ବୋଲି କହିଛନ୍ତି । ଫଳ ଶୂନ ହେଉଥିବାରୁ ସେ ଏନେଇ ସେ ଏହି ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି ଯେ  ରାଉରକେଲାର ଗୃହ ମାଲିକମାନେ ବିଭିନ୍ନ କାମ ପାଇଁ ଭୁବନେଶ୍ୱରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବାର ଅଭିଯୋଗ ମଧ୍ୟ ହେଉଛି ଓ ଭୁବେନେଶ୍ୱର ଠାରେ କିରାଣୀ ମାନେ ଉତ୍କୋଚ ନ ନେଲେ କାମ କରୁନାହାନ୍ତି । ଛେଣ୍ଡ ଫେଜ ୨ ଓ ୩ର ଗୃହ ମାଲିକମାନଙ୍କ ଲିଜ ଦଲିଲ ରାଉରକେଲାରେ ସମ୍ପୂର୍ଣ୍ଣ କରାଯାଇଥିଲେ ମଧ୍ୟ ଭୁବନେଶ୍ୱରଠାରେ ସଚିବଙ୍କର ଦସ୍ତଖତ କରାଇ ୩ ମାସ ପରେ ଫେରସ୍ତ କରାଯାଇ ଥିଲା । ତାହା ପୁଣି ସମ୍ବାଦପତ୍ର ଗୁଡିକରେ ଏ ସମ୍ବନ୍ଧରେ ସମ୍ବାଦ ପ୍ରକାଶ ପାଇଲା ପରେ । ଏ ମଧ୍ୟରେ ୫୦୦ ରୁ ଉର୍ଦ୍ଧ୍ବ ଗୃହମାଲିକ ମାନେ ରାଉରକେଲା ଅଫିସ ମାଧ୍ୟମରେ ଲିଜ ଦଲିଲ କରିବାପାଇଁ ଆବେଦନ କରୁଥିଲେ ମଧ୍ୟ ଏ ପଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନାହିଁ ।ଏ ମଧ୍ୟରେ ଯେଉଁ ଲୋକ ମୋଟା ଟଙ୍କାର ଲାଞ୍ଚ ଦେଇପାରୁଛନ୍ତି ସେମାନଙ୍କୁ ଭୁବନେଶ୍ୱର ଡକାଇ ଲିଜ ଦଲିଲ ସମ୍ପାଦନା କରାଯାଉଛି ବୋଲି ବାରମ୍ବାର ଅଭିଯୋଗ ହସ୍ତଗତ ହେଉଅଛି। ଦଲିଲ ସମ୍ପାଦନ ସମୟରେ ସଚିବ ରାଉରକେଲାରେ ନ ରହିବାର କାରଣ ଗୃହ ମାଲିକ ମାନେ ଜାଣିପାରୁନାହାନ୍ତି । 

ତେଣୁ ସରକାରଙ୍କ ଦୃଷ୍ଟି ଗୋଚର କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଉଛି ଓ ଯଥାଶୀଘ୍ର ସଚିବଙ୍କୁ ରାଉରକେଲା ପଠାଇ ଦଲିଲ ସମ୍ପାଦନ ପଦକ୍ଷେପ ନେବା ସହିତ ବାସନ୍ତୀ କଲୋନୀ ଠାରେ ପ୍ରସ୍ତାବିତ ବହୁତଳ ପ୍ରସାଦକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ରାଉରକେଲାବାସୀଙ୍କ ସହ ଶ୍ରୀବିଶି ଦାବି କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ମୃଦୁ ଭୂମିକମ୍ପ !!

masiha

ରାଷ୍ଟୀୟଏକତା ଦିବସରେସଂସାରଫଳ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଙ୍କ ସଂଯୋଜନା ରେ ଗଣ ଦୌଡ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ମାଟି ଅତଡ଼ା ଖସି ନାବାଳିକା ମୃତ, ଅନ୍ୟ ଜଣେ ଗୁରୁତର 

Sunil Chandra Nayak

Leave a Comment

error: Content is protected !!