ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ୩ ଦିନ ହେଲା ବ୍ଳକ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରତ ! ଜାମଦା ଅଂଚଳ ବାସୀ ଏବଂ ଅଧ୍ଯକ୍ଷଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ  

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ୩ ଦିନ ହେଲା ବ୍ଳକ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରତ ! ଜାମଦା ଅଂଚଳ ବାସୀ ଏବଂ ଅଧ୍ଯକ୍ଷଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ  

 ମୟୂରଭଂଜ -୨୦/୦୮ — ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ ଯାମଦା ଵ୍ଳକରେ ବିଡ଼ିଓ ଦେବାଶିଷ ପଣ୍ଡା ସରକାରଙ୍କ ଗାଇଡ ଲାଇନ କୁ ଉଲଙ୍ଘନ କରି ଜନପ୍ରତିନିଧି ଙ୍କୁ ଅଣଦେଖା କରିବା ନେଇ ଜନ ପ୍ରତିନିଧିମାନେ ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ ଙ୍କ ନେତୃତ୍ବରେ ତିନି ଦିନ ହେଲା ଯାମଦା ବ୍ଲକ ଫାଟକରେ ତାଲା ଠୁଙ୍କିବା ସହ ଧାରଣାରେ ଵସିଛନ୍ତି ।ସୂଚନାଯୋଗ୍ୟ ଯାମଦା ବ୍ଳକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆସିଛି ୨୦୦୨୧-୨୨,୨୦୨୨-୨୩,୨୦୨୩-୨୪ ପ୍ରକଳ୍ପ କାର୍ଯ୍ୟାଦେଶ ପଡ଼ିରହିଛି ।କୌଣସି ବିକାଶମୂଳକ କାମ ହୋଇ ପାରୁନାହିଁ । ସରକାରଙ୍କ ଗାଇଡ ଲାଇନ ଅଛି ଜନପ୍ରତିନିଧି ଙ୍କ ଭାଗ ଷାଠିଏ ଏବଂ ବିଧାୟକଙ୍କ ଭାଗ ଚାଳିଶ ।କିନ୍ତୁ ବିଡ଼ିଓ ୪୦ ଭାଗ କାର୍ଯ୍ୟର ଦସ୍ତଖତ ମାରି ଷାଠିଏ ଭାଗ କାମରେ ହାତ ମାରୁ ନାହାନ୍ତି ।କୌଣସି ନା କୌଣସି ସରକାରଙ୍କ ଚାପରେ ପଡିଛନ୍ତି ବବିଡିଓ । ଯାହାକୁ ନେଇ ଜନ ପ୍ରତିନିଧିଙ୍କ ମଧ୍ୟରେ ପ୍ରଵଳ ଅସନ୍ତୋଷ ଦାନା ବୃଦ୍ଧି ପାଇଛି ।ଅପରପକ୍ଷରେ ପଞ୍ଚାୟତ ସମିତି ବିଜେଡି ହାତରେ ଥିବାବେଳେ ବିଧାୟକ ଏଵଂ ସରକାରରେ ବିଜେପି ଅଛି ।ତେଣୁ ଛକାପଞ୍ଝା ରାଜନୀତିରେ ବିଡ଼ିଓ ମହାଶୟ ପେଶି ହେଉଛନ୍ତି ।ଧାରଣାରେ ବସିଥିବା ଜନପ୍ରତିନିଧି ଵିଡିଓ ବିକଶିତ ଗ୍ରାମ ଓ ଵିକଶିତ ଓଡ଼ିଶାର କାମ ବଣ୍ଟନରେ ବିଳମ୍ବ କରୁଛନ୍ତି ।ବିଡିଓ,ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ନିୟମିତ ଅଫିସ ଆସୁ ନାହାନ୍ତି ।ସମିତି ବୈଠକକୁ ବିଡ଼ିଓ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନ କରି ତାଙ୍କ ଅଫିସ କାର୍ଯ୍ୟାଳୟରେ କରୁଛନ୍ତି । କାର୍ଯ୍ୟାଦେଶ ଗୁଡିକମାସ ମାସ ଧରି ଫାଇଲ ଖୋଲା ଯାଉନାହିଁ । ।ଘଟଣାସ୍ଥଳରେ ଚାପା ଉତ୍ତେଜନା ରହିଥିଲା ।ଧାରଣାକାରୀଙ୍କ ସହିତ ବିଡିଓ ଦେଵାଶିଷ ପଣ୍ଡା ଏବଂ ଯାମଦା ଥାନା ଅଧିକାରୀଣୀ ସୋମବାର ଦିନ ଵୁଝାସୁଝା କରିଥିବା ସତ୍ବେ କିଛି ନିଷ୍କର୍ଷ ବାହାରି ନ ଥିଲା।ଆଜି ତୃତୀୟ ଦିନରେ ପଞ୍ଚାୟତ ସମିତି ପ୍ରତିନିଧି ବ୍ଳକ ଫାଟକରେ ଧାରଣା ଜାରି ରଖିଛନ୍ତି । ଅପରପକ୍ଷରେ ବିଡ଼ିଓ ଦେବାଶିଷ ପଣ୍ଡା ପାରିବାରିକ ବ୍ୟସ୍ତତା ନେଇ ଛୁଟିରେ ଯାଇଛନ୍ତି । ଜାମଦା ବ୍ଳକ ଡୁମକା ହେମ୍ବ୍ରମ ଙ୍କ ନେତୃତ୍ବରେ ଆଜି ବୁଧବାର ଦିନ ଶତାଧିକ ଜାମଦାବାସୀ ଆଜି ବୁଧବାର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ‌ଆସି ଉପଜିଲ୍ଲାପାଳଙ୍କୁ ତୁରନ୍ତ ହସ୍ତକ୍ଷେପ କରି ସମାଧାନର ବାଟ ଫିଟାଇବା ପାଇଁ‌ ଅନୁରୋଧ‌କରିବାକୁ ଆସିଥିଲେ । କିନ୍ତୁ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ୍ ଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜସ୍ବ ଡାକଵଙ୍ଘଳାକକୁ ଯାଇ ଏଡିଏମ୍ ସୁଚାରୁ ଵଳଙ୍କୁ ସାକ୍ଷାତ କରି ଲିଖିତ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନାଥିଲେ ।ଏଡିଏମ୍ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବ୍ୟସ୍ତ ହୁଅନ୍ତୁ ନା଼ହିଁ ।ମୁଁ ଜିଲ୍ଲାପାଳ ସାରଙ୍କ ସହ ଆଲୋଚନା କରିବି ।ନୂତନ ବିଡ଼ିଓ ଦାୟିତ୍ଵରେ ଯୋଗଦେଲେ ଖୁବ ଶିଘ୍ର ସମାଧାନ‌ ହୋଇଯିବ ।ଜାମଦା ବ୍ଳକ ଅଧ୍ୟକ୍ଷଙ୍କ ସହ ବରିଷ୍ଠ ବିଜେଡ଼ି ନେତା ଈଶାନ ମିଶ୍ର,ପ୍ରାକ୍ତନ ବିଜେଡି ବିଧାୟକ ସାହିବା ସୁଶିଲ ହାଁସଦା, ୨୦୨୪ରାଇରଙ୍ଗପୁର ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ‌ ମୁର୍ମୁ,ବାବୁଲାଲ ବେହେରା,ସଚିନ୍ଦ୍ରନାଥ ମହାନ୍ତ,ପ୍ରାକ୍ତନ ସରପଞ୍ଚ,ସମିତି ସଭ୍ୟ,ମାନ୍ୟଗଣ୍ୟ ବ୍ୟକ୍ତି ,ବହୁ ଯାମଦା ବ୍ଳକ ଅଞ୍ଚଳବାସୀ ସାମିଲ ହୋଇଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମୟୂରଭଂଜ ଆଦିବାସୀ ଷ୍ଟୁଡେଣ୍ଟ୍ ଆସୋସିଏସନ୍( ମାସା) ତରଫରୁ ଜନଶୁଣାଣୀ ରେ ଜିଲ୍ଲାପାଳଙ୍କୁ ୧୦ ଦଫା ଦାବି ପ୍ରଦାନ

masiha

ନନ୍ଦଘର ଠାରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ

masiha

ବାପ ଛେଉଣ୍ଡ ,ଭିନ୍ନକ୍ଷମ ତଥାପି ନା ରାସନ ପାଉଛନ୍ତି ନା ଭତ୍ତା

Sunil Chandra Nayak

Leave a Comment

error: Content is protected !!