ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓବିସି ମଞ୍ଚ ଓଡ଼ିଶାର ଜନଜାଗରଣ ରଥକୁ ସ୍ବାଗତ ନିମନ୍ତେ ଧର୍ମଗଡ଼ରେ ପ୍ରସ୍ତୁତି ବୈଠକ

ଓବିସି ମଞ୍ଚ ଓଡ଼ିଶାର ଜନଜାଗରଣ ରଥକୁ ସ୍ବାଗତ ନିମନ୍ତେ ଧର୍ମଗଡ଼ରେ ପ୍ରସ୍ତୁତି ବୈଠକ

ଆଜି ଧର୍ମଗଡ଼ ଠାରେ ଓବିସି ଜନଜାଗରଣ ରଥ କୁ ସ୍ଵାଗତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଓବିସି ମଞ୍ଚର କଳାହାଣ୍ଡି ଜିଲ୍ଲା ସଂଯୋଜକ ଡାକେ ଲହଜଲ ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ଓବିସି ରଥକୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ପାଇଁ ବିଚାର ବିମର୍ଶ କରାଯାଇଥିଲା।

ଆଗାମୀ ୧୦ ତାରିଖରେ ଉକ୍ତ ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିବା ପାଇଁ ମତ ପ୍ରକାଶ ପାଇଥିଲା।କଳାହାଣ୍ଡି ଜିଲ୍ଲା ଯାଦବ ସମାଜ ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, ଧର୍ମଗଡ଼ ବ୍ଲକ ମାଳି ସମାଜ ସଭାପତି ଫକୀର ଚରଣ ନାଏକ, ପଟେଲ ସମାଜ ସମ୍ପାଦକ ସମ୍ପତି ପଟେଲ,ସୁନାରି ସମାଜ ଲବରାମ ସରାପ, ମହରା ସମାଜ ଚାରିଗଡ ସଭାପତି ରାମଦାସ ମେହେର, ଉଦିତ କୁମାର ନାଏକ ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥଲେ।।ଧର୍ମଗଡ଼ ବ୍ଲକ ଓବିସି ମଞ୍ଚ ର ସଂଯୋଜକ ଭାବେ ନିରାକାର ଗୋପାଳ, ସହ ସଂଯୋଜକ ଓ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଯୋଜକ ଭାବେ ସୌମ୍ୟରଞ୍ଜନ ନାଏକ ଙ୍କୁ ମନୋନୀତ କରାଯାଇଥିଲା। ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟକାରୀ ସଭାପତି ପ୍ରମୋଦ ହଂସ, ରତନ ନାଏକ, ଖଗେନ୍ଦ୍ର ନାଏକ ଅରକ୍ଷିତ ଭଇଁସାଲ,ଆକାଶ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାଶ୍ମୀର ପହେଲଗାମ ରେ ଉଗ୍ରପନ୍ଥୀଙ୍କ ନରସଂହାର ପ୍ରତିବାଦରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିରୀହ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ସନ୍ସାସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

masiha

କୋଇଡାରେ ମା’ ଲକ୍ଷ୍ମୀ ପି ଜି ଗ୍ରୁପ ଆନୁକୁଲ୍ୟରେ ମହିଳା ଦିବସ ପାଳନ

masiha

ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅଛି ବିଶେଷଜ୍ଞ ଡାକ୍ତର

Sunil Chandra Nayak

Leave a Comment

error: Content is protected !!