ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ର ମଅନୁଷ୍ଠିତ

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ର ମଅନୁଷ୍ଠିତ

କ୍ରୀଡା, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ର ରେ ଯୁବ ବର୍ଗଙ୍କୁ କୁ ପ୍ରୋତ୍ସାହିତ କରିଵା ହେଉଛି ମୁଖ୍ୟ ଉଦ୍ଦେଶ୍ୟ

ଜୁନାଗଡ଼୪/୧୨(ମ ନି ସ), ଜୁନାଗଡ଼ ସହର ସ୍ଥିତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ର ରେ ଯୁବ ବର୍ଗ ଙ୍କ ଅଂଶ ଗ୍ରହଣ କୁ ପ୍ରୋତ୍ସାହିତ କରିଵା ହେଉଛି ଏହି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ‌। କଲେଜର ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଯାପନୀ ବ ସନ୍ଧ୍ୟା ର ମୁଖ୍ୟଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପ଼ଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ବକ୍ତା ସମ୍ବଲପୁର ବି.ଇଡି କଲେଜ୍ର ଓଡ଼ିଆ ବିଭାଗ ର ସହକାରୀ ପ୍ରଫେସର୍ ଡକ୍ଟର୍ ମମତା ପ୍ରିୟଦର୍ଶିନୀ ସାହୁ, ସମ୍ମାନିତ ଅତିଥି ମଣ୍ଡଳ ଶିକ୍ଷା ନିରୀକ୍ଷକ କମଳାକାନ୍ତ ପ୍ରହରାଜ, ବ୍ଳକ୍ ଅଧ୍ୟକ୍ଷା ସବିତା ମେହେର, ଜିଲ୍ଳା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, କୁରୁଗୁଡା ସ୍କୁଲ ର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର, ଭଟାଗୁଡା ଆଶ୍ରମ ର ପ୍ରଧାନ ଶିକ୍ଷକ ଚକ୍ରଧର ଖାନସାମା,ସହ ଶିକ୍ଷକ ଶାନ୍ତନୁ କୁମାର ଶଗଡ଼ିଆ ପ୍ରଭୃତି ଯୋଗଦେଇ ଉଦବୋଧନ ଦେଇଥିଲେ । ଵିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରୁପ୍ କେଶ୍ଵରୀ ମୁଣ୍ଡ ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଟି କୁ ଇଂରାଜୀ ଅଧ୍ୟାପିକା ତପସ୍ଵିନୀ ମହାନ୍ତି,ଏନସିସି ଅଫିସର୍ ସନ୍ତୋଷ କୁମାର ମେହେର, ବିଜ୍ଞାନ ଶିକ୍ଷକ ପ୍ରମୋଦ ଛତ୍ରିଆ ପରିଚାଳନା କରିଥିବା ଵେଳେ ଅଧ୍ୟାପକ ବିଶ୍ଵନାଥ ସାହୁ,ଅଧ୍ୟାପକ ସିଦ୍ଧାର୍ଥ ଭୋଇ ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଶିଳ ନାଗ,କ୍ରୀଡା ଶିକ୍ଷକ ବିଜୟ ନାଏକ,କନିଷ୍ଠ କିରାଣୀ ରାକେଶ ବିଶ୍ଵାଳ,ଭାରତ ଦଳପତି ପ୍ରମୁଖ ସହଯୋଗ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଘାଟିରେ ପିକ ଅପ୍ ଭ୍ୟାନ ଓଲଟି ୩୩ ଆହତ ,୧୩ ଗୁରୁତର କୋରାପୁଟ ସ୍ଥାନାନ୍ତର 

Sunil Chandra Nayak

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ : ତୁରନ୍ତ ମରାମତି ପାଇଁ ଦାବୀ 

Sunil Chandra Nayak

ଯାମଦା ବ୍ଳକ ; ଯାମଦାରେ ବହୁ ପ୍ରତିକ୍ଷିତ ଅଟଳ ବସଷ୍ଟାଣ୍ଡ ଶିଳାନ୍ୟାସ କଲେ ସାଂସଦ ଓ ଵିଧାୟକ

Leave a Comment

error: Content is protected !!