ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଜୁନାଗଡ଼,୪/୧୨(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁର ଠାରେ ସୋମବାର ସନ୍ଧ୍ୟାରେ ଏକ ଘରୋଇ ବସ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ବାଇକ ଦୁଇଜଣ ଜୁନାଗଡ଼ ରୁ ନିଜ ଗାଁ କୁ ଯାଇଥିବା ବେଳେ କଲମପୁର ରୁ କଟକ ,ଚଣ୍ଡିଖୋଲ ଅଭିମୁଖେ ଯାଇଥିବା ଲକି ନାମକ ଏକ ଘରୋଇ ବସ ନମ୍ବର(OD-05,P2104) କଲମପୁର ପଟୁ ଆସୁଥିଲା । ଚିଲକପୁର ଠାରେ ବସ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଦୁଇଜଣ ବାଇକ ଆରୋହୀ ଯୁବକ ଦୁଇ କଲମପୁର ବ୍ଲକ ର ଗୁମାବାହଲ ଓ ତୋତ୍ର ଗୁଡା ବୋଲି ଜଣାପଡ଼ିଥିବା ବେଳେ ଏପର୍ଯ୍ୟନ୍ତ ମୃତକଙ୍କ ସ୍ପଷ୍ଟ ପରିଚୟ ମିଲିପାରିନାହିଁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବସ ଓ ବାଇକ କୁ ପୋଲିସ ଜବତ କରିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କିନ୍ନର ମାନଙ୍କ ଦ୍ଵାରା ଜଗତ କଲ୍ୟାଣ ନିମନ୍ତେ ହୋମ ଯଜ୍ଞ 

Sunil Chandra Nayak

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଅକ୍ଷୟ ମହାନ୍ତି ଏବଂ ସଂପାଦକ ଭାବେ ମନୋଜ ଦାସ ନିର୍ବାଚିତ

masiha

୮୯ତମ ଓଡିଶା ଦିବସ ୨୦୨୪ ଓ ଜିଲ୍ଲା ପ୍ରତିଷ୍ଠ। ଦିବସ ପାଳନ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!