ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପବ୍ଲିକ ସ୍କୁଲ ରେ ପୁରସ୍କାର ବିତରଣ ଉତ୍ସବ

ନୂଆପଡା: ଖଡିଆଳ ଠାରେ ଥିବା ୱେଷ୍ଟଣ୍ଣ ଓଡିଶା ରେସିଡେନ୍ସିଆଲ ପବ୍ଲିକ ସ୍କୁଲରେ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷ ଉଜ୍ଜଲ ଗୁପ୍ତା ଯୋଗାଦାନ କରି ବିଦ୍ୟାର୍ଥୀ ବିକାଶ ସଂସ୍ଥା, ଔରଙ୍ଗାବାଦ, ମହାରାଷ୍ଟ୍ର ତରଫରୁ ସର୍ବଭାରତୀୟ ସ୍ତରରରେ ଆୟୋଜିତ ଜାତୀୟ ରଚନା, ହସ୍ତଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ତୀର୍ଣ ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଦ୍ୟାଳୟର ଆରୋହୀ ଧଳ, ଦିବ୍ୟାସା ସୋରେନ ଓ ଶ୍ରେୟସ ଷ୍ଟିଫେନ ପଲ ଙ୍କୁ କଳାଶ୍ରୀ ସମ୍ମାନ, ରଚନା ବିଭାଗରେ ସଞ୍ଜିତ କୌର ଓ ଶ୍ରଦ୍ଧା ଶର୍ମା ଙ୍କୁ ବିଦ୍ୟାରନ୍ ସମ୍ମାନ ଓ ହସ୍ତଲିଖନ ପ୍ରତିଯୋଗିତାରେ ଶ୍ରଦ୍ଧା ଶର୍ମା ଙ୍କୁ ବିଦ୍ୟାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦଶମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ଶର୍ମା ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସଂସ୍ଥା ତରଫରୁ ୮ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଗୁପ୍ତ ଶେଷରେ ତାଙ୍କ ବକ୍ତବ୍ୟରେ ବିଦ୍ୟାଳୟ ତଥା ଖଡିଆଳର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି କହିଥିଲେ । ସମାରୋହରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ,ସାଙ୍ଗରେ ଯିବେ ପାଞ୍ଚ ଆଇଏଏସ ଅଧିକାରୀ

Sunil Chandra Nayak

ବରିଷ୍ଠ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

Sunil Chandra Nayak

Leave a Comment

error: Content is protected !!