ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି 

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି 

ଲାଞ୍ଜିଗଡ଼,୦୫/୧୨(ମନିସ)-ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀନ ଜୋନର ଉପ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ଛାତ୍ରନେତା ଦେବାଶିଷ ରଞ୍ଜନ ବିଶି ! ୨୦୧୭-୧୮ ବର୍ଷରେ ସେ ଲାଞ୍ଜିଗଡ଼ ବ୍ଲକର ଏକମାତ୍ର ଡିଗ୍ରୀ ମହାବିଦ୍ୟାଳୟ ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦର ପ୍ରଥମ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ! ସେ ନିର୍ବାଚିତ ହେବା ପରେପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମସ୍ୟା ନିରାକରଣ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ! ସେହିପରି ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ସେ ବିଜୁ ଛାତ୍ର ଜନତା ଦଳର ଲାଞ୍ଜିଗଡ଼ ବ୍ଲକ ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ ! ଏହାପରେ ପରେ ସେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଛାତ୍ର ସମସ୍ୟାକୁ ନେଇ ନିୟମିତ ସ୍ବର ଉତ୍ତୋଳନ କରି ଆସୁଛନ୍ତି ! ବର୍ତ୍ତମାନ ତାଙ୍କୁ ଶାସକ ବିଜୁ ଜନତା ଦଳର ଛାତ୍ର ସଂଗଠନ ବିଜୁ ଛାତ୍ର ଦଳର ବଲାଙ୍ଗୀର ଜୋନର ଉପ ସଭାପତି ଦାୟିତ୍ବ ଦିଆଯାଇଛି ! ତାଙ୍କର ନୂତନ ନିଯୁକ୍ତିକୁ ନେଇ ବିଶ୍ବନାଥପୁର, ଲାଞ୍ଜିଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ! ସେହିପରି ଲାଞ୍ଜିଗଡ଼ ବ୍ଲକର ଭୈରବ ବହିଦାରଙ୍କୁ ବିଜୁ ଛାତ୍ର ଜନତା ଦଳର ବଲାଙ୍ଗୀର ଜୋନ ସଂପାଦକ ଭାବେ ନିଯୁକ୍ତି ମିଳିଛି !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

Biju Sethu Construction Lags Behind Schedule

masiha

ଥୁଆମୁଳ ରାମପୁର ବ୍ଳକ ଠାରୁ ବିଛିନ୍ନାଞ୍ଚଳ ଭାବରେ ପୋଡାପଦର ଗ୍ରାମପଞ୍ଚାୟତ, ଗମନାଗମନ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ

Sunil Chandra Nayak

ଶାସ୍ତ୍ରୀ ନଗର ରେ ଢୋଲ ବାଦ୍ୟ ମହୁରୀ ରେ ଦୁଲୁକିଲା ପୋଚାଲୁଣ୍ଡି ଦଣ୍ଡ ନାଚ:ଲୋକେ ଦେଖି ହେଲେ ବିଭୋର 

masiha

Leave a Comment

error: Content is protected !!