ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି 

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି 

ଲାଞ୍ଜିଗଡ଼,୦୫/୧୨(ମନିସ)-ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀନ ଜୋନର ଉପ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ଛାତ୍ରନେତା ଦେବାଶିଷ ରଞ୍ଜନ ବିଶି ! ୨୦୧୭-୧୮ ବର୍ଷରେ ସେ ଲାଞ୍ଜିଗଡ଼ ବ୍ଲକର ଏକମାତ୍ର ଡିଗ୍ରୀ ମହାବିଦ୍ୟାଳୟ ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦର ପ୍ରଥମ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ! ସେ ନିର୍ବାଚିତ ହେବା ପରେପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମସ୍ୟା ନିରାକରଣ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ! ସେହିପରି ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ସେ ବିଜୁ ଛାତ୍ର ଜନତା ଦଳର ଲାଞ୍ଜିଗଡ଼ ବ୍ଲକ ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ ! ଏହାପରେ ପରେ ସେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଛାତ୍ର ସମସ୍ୟାକୁ ନେଇ ନିୟମିତ ସ୍ବର ଉତ୍ତୋଳନ କରି ଆସୁଛନ୍ତି ! ବର୍ତ୍ତମାନ ତାଙ୍କୁ ଶାସକ ବିଜୁ ଜନତା ଦଳର ଛାତ୍ର ସଂଗଠନ ବିଜୁ ଛାତ୍ର ଦଳର ବଲାଙ୍ଗୀର ଜୋନର ଉପ ସଭାପତି ଦାୟିତ୍ବ ଦିଆଯାଇଛି ! ତାଙ୍କର ନୂତନ ନିଯୁକ୍ତିକୁ ନେଇ ବିଶ୍ବନାଥପୁର, ଲାଞ୍ଜିଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ! ସେହିପରି ଲାଞ୍ଜିଗଡ଼ ବ୍ଲକର ଭୈରବ ବହିଦାରଙ୍କୁ ବିଜୁ ଛାତ୍ର ଜନତା ଦଳର ବଲାଙ୍ଗୀର ଜୋନ ସଂପାଦକ ଭାବେ ନିଯୁକ୍ତି ମିଳିଛି !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

Sunil Chandra Nayak

କଲନାରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

ରାୟଗଡ଼ ଜିଲ୍ଲାରେ ତିନୋଟି ତହସିଲ କାର୍ଯ୍ୟାଳୟରେ ଶୁଭାରମ୍ଭ ହେଲା ଉପ-ନିବନ୍ଧନ କାର୍ଯ୍ୟାଳୟ 

Sunil Chandra Nayak

Leave a Comment

error: Content is protected !!