ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଯାତ୍ରାରେ ରାଜ୍ୟସ୍ତରୀୟ ବିଶ୍ଵଶାନ୍ତି ଓ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ

ବାଲିଯାତ୍ରାରେ ରାଜ୍ୟସ୍ତରୀୟ ବିଶ୍ଵଶାନ୍ତି ଓ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବାଲିଯାତ୍ରା ଅବସରରେ ରାଜ୍ୟସ୍ତରୀୟ ବିଶ୍ଵଶାନ୍ତି ଓ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସ୍ତରୀୟ ବିଶ୍ଵଶାନ୍ତି ସାହିତ୍ୟ ସମ୍ମିଳନୀରେ ବିଶ୍ଵ ସାହିତ୍ୟରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଭାବ ଶୀର୍ଷକ ଆଲୋଚନା କରାଯାଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟବହାରୁ ଆସିଥିବା ଶତାଧିକ କବି କବୟିତ୍ରୀ ମାନଙ୍କ ଦ୍ଵାରା “ବାଲିଯାତ୍ରା ଏବଂ ବିଶ୍ଵଶାନ୍ତି “ଶୀର୍ଷକ କବିତା ପାଠ କରାଯାଇଥିଲା । ଉକ୍ତ ଅବସରରେ ଦଶଗୋଟି ସାମାଜିକ ସେବା ସଂଗଠନର ସେବା ପ୍ରଦାନ କରିଥିବା ବ୍ୟକ୍ତିମାନଙ୍କୁ କଟକ ସେବଶ୍ରୀ ସମ୍ମାନ ଏବଂ ସାରସ୍ବତ ସ୍ରଷ୍ଟା ମାନଙ୍କୁ ବାରବାଟୀ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ବକ୍ତା ଭାବେ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ,ସମ୍ପାଦକ ନବକାକଳି,ଡ଼କ୍ଟର ଲକ୍ଷ୍ମଣ ସାହୁ , ଅଧ୍ୟକ୍ଷ ଏବଂ ବରିଷ୍ଠ ସ୍ତମ୍ଭକାର ଶ୍ରୀଯୁକ୍ତ ଅଜୟ କୁମାର ପଣ୍ଡା, ଉପ ନିର୍ଦ୍ଦେଶକ ଏବଂ ଗାଳ୍ପିକ,ଶ୍ରୀଯୁକ୍ତ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ସଭାପତି ସର୍ବୋଦୟ ମଣ୍ଡଳ,ଡଃ ଦିପାୟନ ପଟ୍ଟନାୟକ , ଯୁଗ୍ମ ସମ୍ପାଦକ କଟକ ଶାନ୍ତି କମିଟି,ଡାକ୍ତର ଆଲୋକ କୁମାର ସାହୁ, ଅଧ୍ୟକ୍ଷ ଲିଙ୍କ ଚକ୍ଷୁ ଚିକିତ୍ସାଳୟ ଏବଂ ବ୍ରହ୍ମାନନ୍ଦ ମହାନ୍ତି ସଭାପତି ଗ୍ରାମ୍ୟ ସ୍ବରାଜ ଯୋଗଦେଇ ବାଲିଯାତ୍ରାର ଗାଥା, ଗରିମା, ସାହିତ୍ୟ, ସଂସ୍କୃତି ଏବଂ ବିଶ୍ଵ ବାଣିଜ୍ୟ ଦୃଶ୍ୟପଟ ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କବି ଅଜୟ କୁମାର ପଣ୍ଡାଙ୍କ “ମଉଳା ଖରା ” କବିତା ପୁସ୍ତକର ଶୁଭ ଲୋକାର୍ପଣ କରାଯାଇଥିଲା । ଦ୍ଵିତୀୟ ଦିବସରେ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା । ଉକ୍ତ ଅବସରରେ ଓଡ଼ିଆ ଲୋକ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଦର୍ଶନ ଶୀର୍ଷକ ଆଲୋଚନା କରାଯାଇଥିଲା । ଉକ୍ତ ଅବସରରେ ଉଦ୍ଘାଟକ ଶ୍ରୀ ମାନସ ଚୈତନ୍ୟ ମହାରାଜମୁଖ୍ୟ ଅତିଥି ସୁବାସ ସିଂହ , ମେୟର କଟକ,ମୁଖ୍ୟ ବକ୍ତା ଡ଼କ୍ଟର ଶୁଭେନ୍ଦୁ ସ୍ୱାଇଁ , ଜଗନ୍ନାଥ ସଂସ୍କୃତି ଗବେଷକ ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଜେନା, ଆଇ ଏ ଏସ ସମ୍ମାନିତ ଅତିଥି ମାଧବ ଚୈତନ୍ୟ ମହାରାଜ, ଡ଼କ୍ଟର ବିଦ୍ୟୁତ୍ ପ୍ରଭା ମିଶ୍ର, ପ୍ରଧ୍ୟାପିକା ପଣ୍ଡିତ ଲିଙ୍ଗରାଜ ପତି,ପଣ୍ଡିତ ନିରାକାର ଦାଶ,କବି ପ୍ରସନ୍ନ ସ୍ୱାଇଁ, ରବୀନ୍ଦ୍ର ଜେନା ଯୋଗଦେଇ ବାଲିଯାତ୍ରାର ଇତିହସ ସହିତ ଜଗନ୍ନାଥ ସଂସ୍କୃତିକୁ ଭକ୍ତି ମାର୍ଗରେ ବ୍ୟାଖ୍ୟା କରିଥିଲେ । ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ବାହାରୁ ଯୋଗଦେଇଥିବା ଶତାଧିକ କବି ବାଲିଯାତ୍ରା ଓ ଶ୍ରୀ ଜଗନ୍ନାଥ ଶୀର୍ଷକ କବିତା ପାଠ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ଦୁଇଦିନ ଧରି ଚାଲିଥିବା ରାଜ୍ୟର ସର୍ବବୃହତ ସାରସ୍ବତ ସମ୍ମିଳନୀରେ ଛଅ ଶହରୁ ଉର୍ଦ୍ଧ ସାରସ୍ବତ ସ୍ରଷ୍ଟା, ସାମାଜିକ କର୍ମୀ, ସେବା ପ୍ରଦାନକାରୀ ସରକାରୀ ଅଧିକାରୀ, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କବୟିତ୍ରୀ ବ୍ରଜେଶ୍ୱରୀ ସିଂହ, କବି ନିରଞ୍ଜନ ମହାନ୍ତି , କବୟିତ୍ରୀ ସୁରଭି ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ । କଣ୍ଠଶିଳ୍ପୀ ଅଶୋକ କୁମାର ବେହେରା, ଗୋଲାପ ସାହୁ ଏବଂ ବିରେନ୍ଦ୍ର ଜେନା ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶୁଭବ୍ରତ ମହାପାତ୍ର , ଜନ ରଞ୍ଜନ ପ୍ରଧାନ, ଇତିଶ୍ରୀ ପତି, ଛବିରାମ ସେଠୀ, କୁନଲତା ତ୍ରିପାଠୀ, ସାଗର କୁମାର ସାମନ୍ତରାୟ, ସୁରେନ୍ଦ୍ର କୁମାର ମହାପାତ୍ର,ସୁକାନ୍ତି ମହାପାତ୍ର, ପ୍ରତିମା ମଣ୍ଡଳ, ସ୍ନିଗ୍ଧା ନାୟକ, ବସନ୍ତ କୁମାରୀ ନନ୍ଦ, ସ୍ୱାଗତିକା ସାହୁ , ଉତ୍କଳିନୀ ରାଉତ, ଭଗବତୀ ଖଟୁଆ, ସୁକାନ୍ତି ମହାନ୍ତି, ରଜନୀ ରଣସିଂହ,ଆଶୁତୋଷ ଦେବୀ ପ୍ରସାଦ ରାଉତ ସହଯୋଗ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଫୋଲ୍ଡସ୍କୋପ(Foldscope) ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ 

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫  ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!