ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ବିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ 

ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ବିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା/ରୋଟାରୀ କ୍ଲବ ଅଫ୍ ମିଡଟାଉନ ଜାମସେଦପୁର ର ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ରାଉରକେଲା ଗସ୍ତ ଅବସରରେ ସହରର ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟ ସହ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି କ୍ରମରେ ସେକ୍ଟର ୧୬ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ସମ୍ପର୍କରେ ତଥା ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ କିପରି ଚାପମୁକ୍ତ ରହି ପରୀକ୍ଷା ଦେଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଯଶବିନ୍ଦର କୈ।ର, ମଣ୍ଟୁ ମିଶ୍ର, ରୋଟାରୀଆନ ମୁନମୀ ଓ ନନ୍ଦ ପ୍ରମୁଖ ରାଉରକେଲା ଷ୍ଟିଲ ସିଟି ତରଫରୁ ଉପସ୍ଥିତ ଥିଲେ। ସେହିପରି ସେକ୍ଟର ୨ ଡିସୈ।ଜା ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲରେ ମଧ୍ୟ ଛାତ୍ର ଛାତ୍ରୀଙ୍କୁ ଉପରୋକ୍ତ ବିଷୟରେ ଜ୍ଞାନ ବାଣ୍ଟିବା ସହ ଭାବ ବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିସୈ।ଜା ସ୍କୁଲର ନିର୍ଦ୍ଦେଶକ ଆଲେକଜାଣ୍ଡାର ଡିସୈ।ଜା, ଆନାବେଲ ଡିସୈ।ଜା, ଅଧ୍ୟକ୍ଷା ଜ୍ୟୋତି ଗୁରୁୱରାଙ୍କ ସହ ରୋଟାରୀଆନ ସଭାପତି ପୁତୁଲ ରାହୁଲ, ଉପଦେଷ୍ଟା ଅଞ୍ଜନା ମୈତ୍ର, ପି କେ ପତି ଙ୍କ ସମେତ ବହୁ ରୋଟାରୀଆନ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଜଗନ୍ନାଥ ମନ୍ଦିର ର ମୁଖ୍ୟ ସେବକ କୁ ଭେଟିଲେ ଇଂ ଧୀରେନ୍ଦ୍ର କୁମାର ନାଏକ 

masiha

ପୁରୁଣାସରରେ କଳସ ଶୋଭାଯାତ୍ରା

Sunil Chandra Nayak

ରାଉଲକେଲା ବିଧାୟକ ସାରଦା ନାୟକଙ୍କ ଗାଡ଼ି ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପି.ଏସ୍.ଓ

Sunil Chandra Nayak

Leave a Comment

error: Content is protected !!