ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫାଇନାନ୍ସ ଆଳରେ ଗ୍ରାହକଙ୍କୁ ଠକେଇ ,ଦୋକାନ ମାଲିକ କୋର୍ଟ ଚାଲାଣ

ଫାଇନାନ୍ସ ଆଳରେ ଗ୍ରାହକଙ୍କୁ ଠକେଇ ,ଦୋକାନ ମାଲିକ କୋର୍ଟ ଚାଲାଣ

ବସ୍ତା ,୬।୧୨: ଫାଇନାନ୍ସ କମ୍ପାନୀରୁ ଲୋନ କରାଇ ଗ୍ରାହକଙ୍କୁ ଠକିବା ରୂପସା ଅଞ୍ଚଳର ଜଣେ ଦୋକାନ ମାଲିକଙ୍କୁ ମହଙ୍ଗା ପଡ଼ିଛି।ଫଳରେ ଫାଇନାନ୍ସ କମ୍ପାନୀର ଅଭିଯୋଗ କ୍ରମେ ପୁଲିସ ଉକ୍ତ ଦୋକାନୀକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ରୂପସା ଥାନା ଅନ୍ତର୍ଗତ ଆଘିରିଆ ଗ୍ରାମର ରଜତ କୁମାର ବାରିକଙ୍କର କାହ୍ନା ଇଲେକ୍ଟ୍ରୋନିକ୍ସ ନାମରେ ଦୀର୍ଘଦିନ ଧରି ରୂପସା ବଜାରରେ ଦୋକାନଟିଏ ରହିଛି।ରଜତ ସ୍ଥାନୀୟ ଲୋକଙ୍କ ଠାରୁ ଆଧାର କାର୍ଡ,ବ୍ୟାଙ୍କ ପାସବୁକ ନେଇ ବାଜାଜ୍ ଫାଇନାନ୍ସ କମ୍ପାନୀ ଜରିଆରେ ଟିଭି,ଏଲ ଇ ଡ଼ି, ଫ୍ରିଜ ଏବଂ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକସ ସାମଗ୍ରୀ ଲାଗି ୠଣ ଯୋଗାଇ ଦିଆଯାଇଥିବା ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ ଠାରେ ରେକର୍ଡ଼ ରହିଛି।ମାତ୍ର କିଛି ମାସ ପରେ କିଛି ଗ୍ରାହକଙ୍କ କିସ୍ତି ଖିଲାପି ହୋଇଥିବା ଜଣାଯିବା ପରେ ଫାଇନାନ୍ସ କର୍ମଚାରୀମାନେ ସମ୍ପୃକ୍ତ ଗ୍ରାହକ ମାନଙ୍କ ଘରକୁ ଯାଇ କିସ୍ତି ଟଙ୍କା ମାଗିଥିଲେ।ମାତ୍ର ସେମାନେ ଫାଇନାନ୍ସରେ କୌଣସି ସାମଗ୍ରୀ ନେଇ ନଥିବା କହିଥିଲେ।ଏହାପରେ ଉକ୍ତ ଦୋକାନ ମାଲିକ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ଼ ନେଇ ଅଧିକ ଦାମରେ ଅନ୍ୟ ଗ୍ରାହକଙ୍କୁ ସାମଗ୍ରୀ ବିକ୍ରି କରିଥିବା ଫାଇନାନ୍ସକୁ ଠକିଥିବା ଜଣାଯିବା ପରେ ଫାଇନାନ୍ସ କର୍ମଚାରୀମାନେ ରଜତଙ୍କ ବିରୁଦ୍ଧରେ ରୂପସା ଥାନାରେ ଅଭିଯୋଗ କରିଥିଲେ।ପରେ ପୁଲିସ ୧୬/୨୩ ମୂଳେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ଉକ୍ତ ଦୋକାନର ମାଲିକ ରଜତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ମାତ୍ର ଏହା ଏକ ମିଥ୍ୟା ଅଭିଯୋଗ, ପ୍ରକୃତରେ ଲୋକମାନେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବଦଳରେ ଆମଠୁ ଟଙ୍କା ନେଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ରଜତ।ଘଟଣାର ସତ୍ୟତା ବାହାର କରିବା ପାଇଁ ରୂପସା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା କୋମନା ବ୍ଲକ ଜେଠୁପାଲି ଗ୍ରାମରେ ଏକ ଜୁଆ ଆଡ୍ଡା ଚଢାଉ, ନଗଦ ୪୮,୨୨୫/- ଟଙ୍କା ଜବତ,୧୬ ଗୋଟି ମୋବାଇଲ୍, ୧୨ ଗୋଟି ଯାନବାହାନ,୨୩ ଯୁଆଡି ଗିରଫ

masiha

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ନକଲି ଆଦିବାସୀ ଶିକ୍ଷକ ଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଧ, ଟିଟିଲାଗଡ଼ ଥାନାରେ ମାମଲା ରୁଜୁ

Sunil Chandra Nayak

ଅବକାରୀ ଚଢାଉ ନଅ ବାଇକ୍ ସହିତ ଆଠ ଅଟକ

masiha

Leave a Comment

error: Content is protected !!