ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକଘର ବିଧେୟକ ୨0୨୩ ରେ ପୋଷ୍ଟ ଅଫିସ ବିଲ କୁ ସମର୍ଥନ କରି ଜିଡିଏସ୍ ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ଦାବୀ କଲେ ସାଂସଦ ଶ୍ରୀ ନିରଂଜନ ବିଶି

ଡାକଘର ବିଧେୟକ ୨0୨୩ ରେ ପୋଷ୍ଟ ଅଫିସ ବିଲ କୁ ସମର୍ଥନ କରି ଜିଡିଏସ୍ ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ଦାବୀ କଲେ ସାଂସଦ ଶ୍ରୀ ନିରଂଜନ ବିଶି 

ଭୁବନେଶ୍ୱର /ବଲାଙ୍ଗିର ତା.୭ /୧୨  // ସୀତାକାଳୀନ ଅଧିବେଶନ ରେ ରାଜ୍ୟସଭା ରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଦ୍ୱାରା ଆଗତ ପୋଷ୍ଟ ଅଫିସ୍ ବିଲ୍ 2023 ରେ ସାଂସଦ ନିରଞ୍ଜନ ବିଶି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ବିଜେଡି ତରଫରୁ ସାଂସଦ ଶ୍ରୀ ବିଶି ଡିଜିଟାଲ୍ ଯୁଗ ସହିତ ସମାନ୍ତରାଳ ଭାବେ ଡାକ ସେବାକୁ ଆଧୁନିକୀକରଣ କରିବାର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନଲାଇନ୍ ସପିଂ, ଇ-ବାଣିଜ୍ୟ, ଡିଜିଟାଲ୍ ପେମେଣ୍ଟ ଭଳି ସେବାକୁ ଗ୍ରାମାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳରେ ଆର୍ଥିକ ପ୍ରଗତି କରିବା ପାଇଁ ସେ ଏହି ନିୟମ ପ୍ରଣୟନ କରିଥିବାରୁ ରେଲୱେ, ଦୂର ସଂଚାର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ପ୍ରଶଂସା କରିଥିଲେ ।

ଏଥିସହ,ସାଂସଦ ଶ୍ରୀ ବିଶି ଦେଶର ୧ ଲକ୍ଷ ୫୬ ହଜାର ପୋଷ୍ଟ ଅଫିସ ରେ କାର୍ଯ୍ୟରତ ୨ ଲକ୍ଷ ୭୨ ହଜାର ଜିଡିଏସ୍ (ଗ୍ରାମିନ ଡାକ ସେବକ ) ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ପ୍ରଦାନ, ଗୋଷ୍ଠୀ ବୀମା ୫ ଲକ୍ଷ କୁ ବୃଦ୍ଧି , ଗ୍ରାଚ୍ୟୁଇଟି ଦେଢ଼ ଲକ୍ଷ ରୁ ୫ ଲକ୍ଷ କୁ ବୃଦ୍ଧି ,୧୮0 ଦିନ ଛୁଟି ବଦଳ ରେ ଟଙ୍କା ପ୍ରଦାନ,ସେବା ଡିସଚାର୍ଜ ସୁବିଧା ୩ % ପ୍ରତିଶତ ରୁ ୧0% କୁ ବୃଦ୍ଧି,ଚିକିତ୍ସା ସୁବିଧା, ଘର ଭଡା ଭତ୍ତା, ଟିଏ ଡିଏ ଭତ୍ତା,ପ୍ରଦାନ କରିବା ପାଇଁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ l ଏହା ସହିତ କମଲେଶ ଚନ୍ଦ୍ର କମିଟି ରିପୋର୍ଟର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଆବେଦନ କରିଥିଲେ। କମିଟି ସୁପାରିଶ ଅନୁସାରେ ଡ଼ାକ ସେବକ ମାନେ ଡାକ ବିଭାଗର ଆତ୍ମା ବା ମେରୁଦଣ୍ଡ l ଜିଡିଏସ୍ ମାନେ ଡାକ ବିଭାଗର ସମସ୍ତ କାର୍ଯ୍ୟକ୍ରମ ର ସଫଳ ପରିଚାଳନା କରୁଛନ୍ତି l ବିନା ଆତ୍ମା ରେ ମଣିଷ ବଞ୍ଚିବା କଷ୍ଟକର, ତେଣୁ ବିନା ଜିଡ଼ିଏସ ରେ ଡ଼ାକ ବିଭାଗ ବିକାଶ କରିବା ଅସମ୍ଭବ ବୋଲି କମିଟି ଦର୍ଶାଇଛନ୍ତି l

ଶେଷରେ ସେ ତାଙ୍କ ଦଳ ତଥା ନେତା ବିଜୁ ଜନତା ଦଳ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଏହି ବିଲକୁ ସମର୍ଥନ ଜଣାଇ ଡାକ ସେବାରେ ଉନ୍ନତି ଆଣିବା ଏବଂ ଗ୍ରାମାଞ୍ଚଳର ବିକାଶରେ ଏହି ବିଲ୍‌ର ମହତ୍। ଉପରେ ଗୁରୁତ୍ୱାରୋପ କରିଛନ୍ତି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜନଜାତି ସୁରକ୍ଷା ମଞ୍ଚ ଡ଼ାବୁଗାଁ ମଣ୍ଡଳ ବୈଠକ

masiha

ଧର୍ମପ୍ରାଣ ମହିଳାଙ୍କ ପରଲୋକ

Sunil Chandra Nayak

ବଡବସୁଲ ଗ୍ରାମଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!