ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ସହିତ ଛାତ୍ର ଛାତ୍ରୀ ଙ୍କ ସାମଗ୍ରିକ ବିକାଶ ଆବଶ୍ୟକ

ଶିକ୍ଷା ସହିତ ଛାତ୍ର ଛାତ୍ରୀ ଙ୍କ ସାମଗ୍ରିକ ବିକାଶ ଆବଶ୍ୟକ ,

ଚିନ୍ତାମଣି ଜେନା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ବସ୍ତା ୭/୧୨: ଶିକ୍ଷା ସହ ଛାତ୍ର ଛାତ୍ରୀ ଙ୍କ ସମ୍ମନିତ ବିକାଶ ମଧ୍ୟ ଏକାନ୍ତ ଆବଶ୍ୟକ। ଖେଳ ସହ କଳା, ସାହିତ୍ୟ ଓ ସଂସ୍କୃତି ରେ ମଧ୍ୟ ଅନ୍ତର୍ନିହିତ ବିକାଶ ସହ ଦକ୍ଷତା ବୃଦ୍ଧି ହେବା ନେଇ ଓଡ଼ିଶା ସରକାର ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ଲୁକାଇତ ପ୍ରତିଭା କୁ ଲୋକଲୋଚନକୁ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ବସ୍ତା ବ୍ଲକ ଛଚିନା ସ୍ଥିତ ଚିନ୍ତାମଣି ଜେନା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯକ୍ରମ ଉଦଘାଟିତ ହୋଇଛି। ସ୍କୁଲ ର ଅଧକ୍ଷ ବୌଲୋଚନ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏକ ସଭା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଆଧକ୍ଷା ଅଞ୍ଜଳି ଦାସ, ମୁଖ୍ୟ ବକ୍ତା ଭାବେ ଆମ ଓଡ଼ିଶା ନୁଆ ଓଡିଶା ର ନୋଡାଲ ଅଧିକାରୀ ପ୍ରାଧ୍ୟାପକ ଡ଼. ଅରୋବିନ୍ଦ ବେଜ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ମୋହିନୀ କୁମାର ନାୟକ , ପ୍ରଧ୍ୟାପିକା ଛବିରାଣୀ ମଲ୍ଲିକ ଯୋଗ ଦେଇ ବକ୍ତଵ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭ ରେ ଅଧ୍ୟାପିକା ପ୍ରଣିତା ନନ୍ଦ ବେଦ ପାଠ କରିଥିଲେ। ଛାତ୍ରୀ ରଶ୍ମୀ ରେଖା ସି, ଲିପି ସାମନ୍ତ, ମାଧବୀ ଦାସ, ଅଙ୍କିତା ଜେନା, ଆରତୀ ଜେନା, ଶୁଭଶ୍ରୀ ଦେ ଓ ସ୍ମୃତି ରେଖା ସ୍ବାଗତ ସଙ୍ଗୀତ ଗାନ କରି ଥିବା ବେଳେ ପ୍ରୀତିଲତା ଦେବ ନାଥ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ୧୭ ଦିନ ଧରି ଏହି କାର୍ଯ୍ୟକ୍ରମ ଜରିଆରେ ଖେଳ, ସାମାଜିକ ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଆସନ୍ତା ୨୩ ତାରିଖ ରେ ଉଦଯାପନ ହେବ ବୋଲି ଅଧକ୍ଷ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ କୁ ସ୍କୁଲ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପଦୋନ୍ନତି ପାଇଲେ ୧୮ ଜଣ ଶିକ୍ଷୟତ୍ରୀ ଶିକ୍ଷକ

Sunil Chandra Nayak

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!