ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉଚ୍ଚ ବାଳିକା ପରିସରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ରାଇରଙ୍ଗପୁର ଉଚ୍ଚ ବାଳିକା ପରିସରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

 ମୟୂରଭଞ୍ଜ -୮/୧୨ ( ମସିହା)ରାଜ୍ୟ ସରକାରଙ୍କ ‘ ସଉନଏତ୍ର’ ଯୋଜନାରେ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଗୋଟିଏ ସୁସ୍ଥ ମଣିଷ ପାଇଁ ତା’ର ଚକ୍ଷୁ ଅବସ୍ଥା ଠିକ୍ ଥିବା ଦରକାର । ଚକ୍ଷୁ ଠିକ ଥିଲେ ସେ କିଛି କାର୍ଯ୍ୟ କରିବା,କରେଇବା,କହିବା ,ସଚେତନ ହୋଇପାରିବ ।ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଚକ୍ଷୁ ସ୍ବାସ୍ଥ୍ୟ ସେବା’ ସୁନେତ୍ର’ ଯୋଜନାରେ ଚକ୍ଷୁ ଚିକିତ୍ସା ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ ଟି କ୍ଲଷ୍ଟର ପିସିଏମ ସ୍କୁଲ, ପିଛିଲିଘାଟୀ,,ଦୁବୁଲାଵେଡା,ମୂଷାବଣୀ , ପଣ୍ଡିତ ରଘୁନାଥ ମୁର୍ମୁ,ବଡବାଇକଳା ସ୍କୁଲର ୨୫୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ, ଶିକ୍ଷୟତ୍ରୀ ଆଣି ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇ ସେମାନଙ୍କୁ ମାଗଣା ଔଷଧ ଦିଆଯାଇଥିଲା ।ପରେ ଚଷମା ମଧ୍ୟ ଦିଆଯିବ ।ଅଧିକ ଚିକିତ୍ସା ପାଇଁ —୨- ଜଣଙ୍କୁ ବାହାରକୁ ସରକାରୀ ଖର୍ଚ୍ଚରେ ପଠାଯିବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ ଚକ୍ଷୁ ଚିକିତ୍ସା ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଡାକ୍ତର ମୀନକେତନ ଦାସ, ଡାକ୍ତର ଅମିତ ସେନାପତି, ଡାକ୍ତର ଵୁଦ୍ଧେଶ୍ବର ସୋରେନ,ଅପ୍ଟୋମେଟ୍ରିଷ୍ଟ ରଣଜିତ ମୁର୍ମୁଙ୍କ ଦ୍ବାରା ହୋଇଥିଲା ।ଏଥିରେ ଵିଇଓ ଶ୍ରୀ ଭାଗ୍ଯରଥି ମହାନ୍ତି,ସମ୍ବଳ ଶିକ୍ଷକ ମହେଶ ମହାପାତ୍ର,ସମ୍ବଳ ଶିକ୍ଷୟିତ୍ରୀ ସାଗରିକା ପଣ୍ଡା,ସିଆରସିସି ଅଜିତ ମହାନ୍ତ, ଶିକ୍ଷକ ଅଜୟ ବେହେରା,, ଶିକ୍ଷକ ଲବୁଆ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଳନ

masiha

୮ ରେ କୃଷକ ଆନ୍ଦୋଳନ, ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦୋକାନ ବଜାର ଅଖଚକ ବନ୍ଦ,ଆବଶ୍ୟକ ପଦକ୍ଷେପ ପାଇଁ ଦାବି

ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ମଧୁପୁର, ଲାଞ୍ଜିଗଡ ରୋଡ଼, ବେନଗାଁରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!