ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବ୍ଲକ ଡୁମେରଗୁଡା ଗ୍ରାମ ପଞ୍ଚାୟତ ଠାରେ “ଆମ ସଂକଳ୍ପ ବିକସିତ ସଂକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼ ବ୍ଲକ ଡୁମେରଗୁଡା ଗ୍ରାମ ପଞ୍ଚାୟତ ଠାରେ “ଆମ ସଂକଳ୍ପ ବିକସିତ ସଂକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ

 କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵ୍ଳକ ଅଧିନସ୍ଥ ଡୁମେରଗୁଡା ଗ୍ରାମ ପଞ୍ଚାୟତ ଠାରେ ଆମ ସଂକଳ୍ପ ବିକସିତ ସଂକଳ୍ପ ରଥକୁ ଭଵ୍ୟ ସ୍ଵାଗତ କରାଯାଇଛି । ସ୍ଥାନୀୟ ସରପଞ୍ଚ ନଲିନି ପ୍ରଭା ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ହିମାଚଳ ମାଝୀ, ତହସିଲଦାର ସିମାଞ୍ଚଳ କୁମାର ସାମନ୍ତରାୟ,ପିଇଓ ଵ୍ୟାମକେଶ ବଗର୍ତ୍ତୀ,ଜିଆରଏସ ଦୀପକ ଲହଜଲ, ୱାର୍ଡ ମେମ୍ବର, ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଓ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟ କର୍ତ୍ତା ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଵରିଷ୍ଟ କାର୍ଯ୍ୟ କର୍ତ୍ତା ଚିତ୍ତରଞ୍ଜନ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଯୁବ ମୋର୍ଚ୍ଚା ବଲାଙ୍ଗୀର ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଅପ୍ରେସ ସ୍ଵାଇଁ, ଟିପିଗୁଡା ମଣ୍ଡଳ ସଭାପତି ଵିଭୁଦତ୍ତ ପ୍ରଧାନୀ , ଲଳିତ ଵାଗ, ଧର୍ମଗତ ନଗର ମଣ୍ଡଳ ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର, ଯୁବ ମୋର୍ଚ୍ଚା ଉପସଭାପତି ମନିନ୍ଦ୍ର ଭୁଷଣ ପାତ୍ର ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ବାର୍ତ୍ତା ପ୍ରସାରଣ ପରେ ବିକଶିତ ଭାରତ ସଂକଳ୍ପ ନେଇ ସମସ୍ତେ ଶପଥ ପାଠ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନାର ବିଷୟରେ ସଚେତନା କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଓଜେୟୁ ତରଫରୁ ଜିଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ଭୀମକେଲା ଗ୍ରାମରୁ ପୁରାତନ ମୂର୍ତ୍ତି ଉଦ୍ଧାର

masiha

ୱାଇଏମଏଫଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରେ ଆଲୋଚନାଚକ୍ର

masiha

Leave a Comment

error: Content is protected !!