ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଟ୍ରକ ଘୋଷାରି ମାରିଲା ବାଇକ ଆରୋହୀ ଙ୍କୁ, ଘଟଣା ସ୍ଥଳରେ ଉତ୍ତେଜନା

ଅଜଣା ଟ୍ରକ ଘୋଷାରି ମାରିଲା ବାଇକ ଆରୋହୀ ଙ୍କୁ, ଘଟଣା ସ୍ଥଳରେ ଉତ୍ତେଜନା 

ବାମେବାରୀ ପଳାସପଙ୍ଗା ରାସ୍ତା ସାଜିଛି ଯମ ଯନ୍ତ୍ରଣା, ପ୍ରତ୍ୟେକ ଦିନ କିଛିନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେବାର ନଜିର ରହିଛି, କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଅଧିନରେ ଥିବା ପୂର୍ବତନ ଏସାର ଷ୍ଟିଲ ବର୍ତ୍ତମାନ ର ଆର୍ସେଲର ମିତ୍ତଲ କମ୍ପାନୀ ର ଅହରହ ପରିବହନ କାର୍ଯ୍ୟ ଜନ ସାଧାରଣ ଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି, ସବୁବେଳେ ଶହ ଶହ ଗାଡି ରେ ପରିବହନ କାର୍ଯ୍ୟ ଚଳାଉଥିବା ହେତୁ ସବୁବେଳେ ଟ୍ରାଫିକ ଜାମ ସମସ୍ୟା ଲାଗି ରହୁଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ଟ୍ରାଫିକ ଜାମ ସମସ୍ୟାରେ ଘାଣ୍ଟି ହେବା ସହ ରାସ୍ତା ରେ ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେବାର ନଜିର ରହିଛି, ଆଜି ଅପରାହ୍ନରେ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୟାଗଡ଼ ପଞ୍ଚାୟତ ର କଟୁପାଲି ଗ୍ରାମ ର ବିଭିଷଣ ବେହେରା ଙ୍କୁ ହାତୀମରା ନିକଟରେ ଏକ ଅଜଣା ହାଇୱା ଟ୍ରକ ପଛପଟୁ ଧକ୍କା ଦେବା ସହ କିଛି ଦୁର ପର୍ଯ୍ୟନ୍ତ ଘୋଷାରି ନେଇଥିଲା ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଟ୍ରକ ଟି, ଫଳରେ ସଂକଟାପନ୍ନ ଅବସ୍ଥା ରେ ତାଙ୍କ ପୁଅ ହେମନ୍ତ ବେହେରା ନିଜସ୍ଵ ବୋଲେରୋ ଗାଡ଼ି ରେ ଝୁମ୍ପୁରା ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ନେଇ ଯାଇଥିଲେ ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି, ଘଟଣା ସ୍ଥଳରେ ଉଜେନା ଲାଗିରହିଥିବାରୁ ଖବର ପାଇ ବାମେବାରୀ ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି, ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ବୈଠକ ପରେ ବୈଠକ କରି ରାସ୍ତା କଡରେ ବେଆଇନ ପାର୍କିଂ ବ୍ୟବସ୍ଥା ହଟାଇବାକୁ ଆଲୋଚନା କରାଯାଇଥିଲେ ମଧ୍ୟ ଫଳ ଶୂନ ହେବା ଏକ ପରିତାପର ବିଷୟ ବୋଲି ଜନ ସାଧାରଣ ରେ ଚର୍ଚା ହେଉଛି।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଡିଜେଲ ମାଫିଆଙ୍କ ରାକେଟ ସକ୍ରିୟ; ୩ ଜଣଙ୍କୁ ବାନ୍ଧିଲା ପୋଲିସ

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

ସଂଘବଦ୍ଧ ଆକ୍ରମଣ ରେ ୧୯ ବର୍ଷିୟ ଯୁବକ ଆଜୀବନ ପଙ୍ଗୁ: ୫ ଦୋଷୀ ଙ୍କୁ ୫ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ 

masiha

Leave a Comment

error: Content is protected !!