ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ସ୍କୁଲ ଅଭିଯାନରେ ବ୍ୟାପକ ଦୁର୍ନୀତି ନେଇ ତଦନ୍ତ ଆରମ୍ଭ

ମୋ ସ୍କୁଲ ଅଭିଯାନରେ ବ୍ୟାପକ ଦୁର୍ନୀତି ନେଇ ତଦନ୍ତ ଆରମ୍ଭ

ବାଲେଶ୍ଵର,୧୦/୧୨/୨୩- ଖଇରା ବ୍କକ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଯୋଜନାରେ ଆସିଥିବା ଅର୍ଥ ଆତ୍ମସାତ ହୋଇଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗର ଚିଠି ନମ୍ବର ୭୨୧୯ ତା ୦୪/୯/ ୨୦୨୩ ରିଖ ମୂଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୧୨୪୬୫ ତା ୨୦/୧୦/୨୦୨୩ ରିଖରେ ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଦାସ, ତଦନ୍ତ ଅଧିକାରୀ ଭାବେ ଶୁକ୍ରବାର ଖଇରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ କାଗଜପତ୍ର ଯାଞ୍ଚ କରିବା ଆରମ୍ଭ କରିଥିଲେ ।

       ଅଭିଯୋଗ ଅନୁଯାୟୀ ୨୦୧୮ ମସିହାରେ ବିଭିନ୍ନ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରିବା ତଥା ପୁରାତନ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ସେମାନଙ୍କ ସମ୍ପୃକ୍ତି ଜାହିର କରିବା ଲକ୍ଷ୍ୟରେ ମୋ ସ୍କୁଲ ଅଭିଯାନ ଯୋଜନା ପ୍ରଚଳନ କରାଯାଇଥିଲା । ଏଥିରେ ପୁରାତନ ଛାତ୍ର ମାନେ ଯେତିକି ଅର୍ଥ ବିଦ୍ୟାଳୟ ଆକାଉଣ୍ଟରେ ଜମା କରିବେ ସରକାର ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ ପାଇଁ ୨ ଗୁଣ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା । ହେଲେ ଏହି ଯୋଜନାରେ ଖଇରା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବେଶ୍ ଲାଭ ଦାୟକ ଯୋଜନା ପାଲଟି ଯାଇଥିଲା । ୩ ଶହ ବିଦ୍ୟାଳୟରୁ ୮୦ ଭାଗରୁ ଉର୍ଦ୍ଧ୍ବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ବ୍ଯାକ୍ତିଗତ ଉଦ୍ୟମ, କେତେ ଜଣ ସହକାରୀ ଶିକ୍ଷକ ଓ ସମ୍ପର୍କୀୟ ମାନଙ୍କ ଠାରୁ ସୁଧରେ ଅର୍ଥ ଆଣି ଆକାଉଣ୍ଟରେ ଜମା କରି ସରକାରଙ୍କ ଠାରୁ ୨ ଗୁଣ ଅର୍ଥ ପାଇବା ପରେ ମୂଳ ଭାଗକୁ ରଖି ମିଳିଥିବା ଅର୍ଥକୁ ଭାଗ କରି ଉଠାଇ ନେଇଥିଲେ । ଏହି ଅର୍ଥ ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିବା ନେଇ ମିଥ୍ୟା ଜିଏସଟି ବିଲ୍ ପ୍ରଦାନ ଦେଇଥିଲେ । 

ବହୁ ବିଦ୍ଯାଳୟ ୩ ପର୍ଯ୍ୟାୟରେ ଏହି ଅର୍ଥ ଉଠାଇଥିବା ବେଳେ ପ୍ରଥମ ଓ ୨ୟ ପର୍ଯ୍ୟାୟ ଅର୍ଥକୁ ଖୁଲମ ଖୋଲା ଲୁଟ କରିଥିବା ବେଳେ ଶେଷ ଜମା ଅର୍ଥରେ କିଛି ପ୍ରକଳ୍ପ ନିର୍ମାଣ କରି ଗ୍ରାମବାସୀ ଓ ଅଭିଭାବକଙ୍କୁ ଭକୁଆ ବନେଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ଡିଇଓଙ୍କ କାର୍ଯ୍ୟାଳୟରେ ଏହି କାର୍ଯ୍ୟ ତଦାରଖ କରୁଥିବା ସର୍ବ ଶିକ୍ଷା ଅଭିଯାନ ସଂସ୍ଥାର ତଥ୍ୟ ପ୍ରବେଶକାରୀ ସହାୟକ ପଦବୀରେ ଥିବା ନିଜେ ମିଥ୍ୟା ଜିଏସଟି ବିଲ୍ ପ୍ରସ୍ତୁତ କରି ପ୍ରଧାନ ଶିକ୍ଷକ ମାନଙ୍କୁ ଅନିୟମିତତାର ବାଟ ଦେଖାଇଥିବା ନେଇ କେତେ ଜଣ ଶିକ୍ଷକ ନାମ ଗୋପନ ରଖିବା ପାଇଁ କହିଛନ୍ତି । ଏଭଳି ଦୁର୍ନୀତିର ପରିମାଣ ପ୍ରାୟ ୧୦ ରୁ ୧୨ କୋଟି ହେବ ବୋଲି କୁହାଯାଉଛି । ତେବେ ଭାଟପଡା, କାସିନ୍ଦିପୁର, ଅଲିହା ପ୍ରାଇମେରୀ, ଅନ୍ତରା ନୋଡାଲ, ହରିପୁର ହାଇସ୍କୁଲ, ଜଳଦା – ଡାଲଙ୍ଗ ହାଇସ୍କୁଲ, କୁରୁଣ୍ଟା ଓ ରାଇକୁଳା ବିଦ୍ୟାଳୟରେ ଏହି ଯୋଜନାରେ ହୋଇଥିବା ଖର୍ଚ୍ଚ ଉପରେ ମିଳିଥିବା ସୂଚନା ଅଧିକାର ତଥ୍ୟରେ ଦୁର୍ନୀତିର ପ୍ରମାଣ ମିଳିବା ପରେ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା । ଏ ସମ୍ପର୍କରେ ତଦନ୍ତ ଅଧିକାରୀ ଶ୍ରୀ ନାରାୟଣ ଦାସଙ୍କୁ ପଚାରିବାରୁ ସେ ତାଙ୍କର ରିପୋର୍ଟ ସମ୍ପୁର୍ଣ୍ଣ ହେବା ପରେ ଉପରିସ୍ଥିତ ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି, ଏ ଦୁର୍ନୀତି ତଦନ୍ତ ହେବା ଶୁଣି ସାଧାରଣରେ ଆଲୋଚନା ଜୋର୍ ଧରିଛି, ତୁରନ୍ତ ଦୁର୍ନୀତିର ଲିପ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବହୁ ବୁଦ୍ଧିଜୀବୀ ମାନେ କହିଛନ୍ତି ରିପୋର୍ଟ ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସରପଞ୍ଚ ମାନଙ୍କ ଅସହଯୋଗ ଆନ୍ଦୋଳନ ::ସରକାରୀ ଯୋଜନା କୁ ଅସହଯୋଗ 

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Rayagada Pioneers Doorstep Governance  PVTGs to Receive Pensions at Doorsteps Under PM Janman

Sunil Chandra Nayak

Leave a Comment

error: Content is protected !!