ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରି ଡ୍ରେନ ଖୋଳିବାକୁ ଯାଇ ଖୋଳିଦେଲେ ସରକାରି ରାସ୍ତା

ସରକାରି ଡ୍ରେନ ଖୋଳିବାକୁ ଯାଇ ଖୋଳିଦେଲେ ସରକାରି ରାସ୍ତା

ନବରଙ୍ଗପୁର ( ୯|୧୨) ସରକାରୀ ଡ୍ରେନ ଖୋଳିବାକୁ ଯାଇ ସରକାରୀ ରାସ୍ତା ଭାଙ୍ଗିଦେଲେ ଠିକାଦାର ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଗୋନା ପଂଚାୟତ ର ଭାରଶୁଣ୍ଡି ଡିଏନକେ ଗ୍ରାମ ରେ ।ସୂଚନା ଥାଉ କି ଭାରଶୁଣ୍ଡି ଗ୍ରାମ ରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଗ ତରଫରୁ ୪ ଲକ୍ଷ ଟଙ୍କାର ଡ୍ରେନ ତିଆରି ପାଇଁ ଅନୁମୋଦନ ହୋଇଥିବା ବେଳେ ଗ୍ରାମ ର ୩ ରୁ ୪ ଜଣ ଠିକାଦାର ଏହି ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଆଗରୁ ଜେସିବି ଗାଡି ଆଣି ଡ୍ରେନ ଖୋଳିବା ଗର୍ତ୍ତ ଖୋଳିବାକୁ ଯାଇ ଏମିତି ଡ୍ରେନ ପାଇଁ ଗର୍ତ୍ତ ଖୋଳିଲେ ଯେ ଲୋକଙ୍କ ଘର, ଗଛ ଆଉ ସରକାରୀ ରାସ୍ତା କୁ ଛାଡିଲେ ନାହିଁ ।ଅଧା ସରକାରୀ ରାସ୍ତା ଖୋଳି ଦେଲେ ଲୋକଙ୍କ ଘରର ବଡ଼ ବଡ଼ ଗଛ ଭାଙ୍ଗିଦେଲେ, ପରେ ଭାରଶୁଣ୍ଡି ଡିଏନକେ ଗ୍ରାମ ର ଅତୁଳ ବର, ଦିନେଶ ହାଲଦାର, ପ୍ରିୟା ବର, ଗୌତମ ମିର୍ଧା, ମୋନା ହାଲଦାର, ଦୀପ୍ତି ହାଲଦାର, ଗୋବିନ୍ଦ ହାଲଦାର, ସୁଧାଂଶୁ ମିର୍ଧା ଅଭିଯୋଗ କରିବା ସହ ଠିକାଦାର ମାନଙ୍କ କାମ କୁ ବିରୋଧ କରିବା ସହ ପାଟିତୁଣ୍ଡ କରିଥିଲେ। ଏହି ବିଷୟରେ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ନୂତନ ଭାବେ ଯୋଗଥିବା ଗୋନା ପଂଚାୟତ ର ଯନ୍ତ୍ରୀ ମଙ୍ଗଲମ ହଂସଦା ଘଟଣାସ୍ଥଳରେ ପହଞ୍ଚି ଥିଲେ । ପରେ ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଯେତିକି ରାସ୍ତା କ୍ଷୟକ୍ଷତି ହୋଇଛି, ସେତିକି ପୁଣିଥରେ ତିଆରି କରିଦେବାକୁ ଠିକାଦାର ମାନଙ୍କୁ କହିଥିଲେ ପରେ ପରିସ୍ଥିତି ଶାନ୍ତ ପଡିଥିଲା,ଯେହେତୁ ଏହି ଯନ୍ତ୍ରୀ ଜଣଙ୍କ ନୂତନ ଭାବେ ଯୋଗ ଦେଇଥିବା ବେଳେ କେତେ ଟଙ୍କା ର କାମ ପଚାରିବାରୁ ସେ କୌଣସି ସଠିକ ତଥ୍ୟ ଦେଇପାରି ନ ଥିଲେ । ପୁରୁଣା ଯନ୍ତ୍ରୀ ଭକ୍ତ ଆଜ୍ଞା ପାଖେ କାର୍ଯ୍ୟ ର ଫାଇଲ ରହିଛି ମୋତେ ଏହି କାର୍ଯ୍ୟ ର ଫାଇଲ ଦେଇନାହାନ୍ତି ବୋଲି କହିଥିଲେ । ନୂତନ ଯନ୍ତ୍ରୀ ହାସଂଦା ବାବୁ,ସବୁଠୁ ବଡ଼ ପ୍ରଶ୍ନ ସରକାରୀ କାର୍ଯ୍ୟ ଆରମ୍ଭ ଆଗରୁ ସୂଚନା ଫଳକ ଲାଗିବା କଥା, କିନ୍ତୁ ଏହି କାର୍ଯ୍ୟ ପାଖେ କୌଣସି ସୂଚନା ଫଳକ ଲାଗିନାହିଁ । କିନ୍ତୁ ଏହି ବିଷୟରେ ଯନ୍ତ୍ରୀ ଙ୍କ ନଜର ରେ ପଡିନି, ଯେହେତୁ ଲୋକଙ୍କ କ୍ଷତି ହୋଇଛି ଏହି କ୍ଷତିପୂରଣ କରିବ କିଏ କଂକ୍ରିଟ ସରକାରୀ ରାସ୍ତା ର ବଡ଼ ବଡ଼ ମେଟାଲ ଭାଙ୍ଗି ଦେବା ସହ ରାସ୍ତା ର ଅଧା ଭାଗ ଡ୍ରେନପାଇଁ ଗାତ କରିଦେଲେ ଏହି ସରକାରୀ ସିସି କଂକ୍ରିଟ ରାସ୍ତା ଭାଙ୍ଗିବାର ନିର୍ଦେଶ କିଏ ଦେଲା, କାହାର ନିର୍ଦେଶ ରେ ଭଙ୍ଗାଯାଇଛି ସରକାରୀ ରାସ୍ତା, ତାହାର ତଦନ୍ତ କରାଯିବା ସହ ଭଲଭାବେ ଯନ୍ତ୍ରୀ ଉପସ୍ଥିତ ରହି ଏହି ଡ୍ରେନ କାର୍ଯ୍ୟକୁ ତଦାରଖ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବେଦାନ୍ତ ହସ୍ପିଟାଲରେ ମେଗା ସ୍ୱାସ୍ଥ୍ୟ ଶିବିର 

masiha

ସ୍ବାମୀ ଥିଲା ବେଳେ ଗୁହାରି କରିଥିଲେ, ଏବେ ସ୍ବାମୀ ଆରପାରି ରେ ! ହେଲେ ବି ମିଳୁନି ଆବାସ ଘର ?  

Sunil Chandra Nayak

ଟିପର ଗାଡି ତଳେ ଚାପି ହୋଇଗଲା ବୁଲେଟ

Leave a Comment

error: Content is protected !!