ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ 

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ 

 ମୟୂରଭଞ୍ଜ -୯/୧୨( ମସିହା)ଆଜି ରାଇରଙ୍ଗପୁର କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଏମେସିଟି,ଜମିଜମା,ଅର୍ଥ କାରବାର,ସିଭିଲ କେଶ,ବିବାହ ମାମଲା,କ୍ରାଇମ୍ ମାମଲା,ଏନ୍ ଆଇ ଆକ୍ଟ, ଇତ୍ୟାଦି ବିଭିନ୍ନ କୋର୍ଟରେ ୫୭ ଟି ମାମଲା ମଧ୍ଯରୁ ୬ ଟି ମାମଲାର‌ ଫଇସଲା କରାଯାଇ ୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।ଏହି ଶୁଣାଣିରେ ଏଡିଜେ ଶ୍ରୀ ଦୀପକ କୁମାରଙ୍କ ସମେତ ସଵଜଜ୍ ଶ୍ରୀ ହିମାଂଶୁ ଶେଖର ବିଶ୍ବାଳ,ଏସଡିଜିଏମ ଶ୍ରୀମନ୍ଦିର ଯସିଦ୍ଧାର୍ଥ ଶଙ୍କର ସେନାପତି,ଜେଏମଏଫସି ଶ୍ରୀ ଅଭିଷେକ ପୋଥାଳ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୋର୍ଟ କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀ, ବଟକୃଷ୍ଣ ମହାନ୍ତି,ଜମିଦାର ସର୍ଦ୍ଦାର,ଆୟୁଷ ଵିନ୍ଧାଣି,ଦୀନେଶ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅନୁସୂଚିତ ଜାତିର ଉନ୍ନୟନ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି , ପାଣ୍ଡିୟାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌

ନର୍ଲା ବ୍ଲକରେ ସମନ୍ୱୟ ଓ ଯୋଜନା ବୈଠକ ଅନୁଷ୍ଠିତ

Sunil Chandra Nayak

ଫୁଲବାଣୀ ଠାରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ବାଗତ

Sunil Chandra Nayak

Leave a Comment

error: Content is protected !!