ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି: ଜଂଗଲୀ ହାତୀ ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ , ରେଞ୍ଜରଙ୍କୁ ଦଳିଦେଲା ହାତୀ । କଳାହାଣ୍ଡିର ନର୍ଲା ରେଞ୍ଜରଙ୍କୁ ଦଳି ଦେଇଛି ହାତୀ

କଳାହାଣ୍ଡି: ଜଂଗଲୀ ହାତୀ ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ ,

ରେଞ୍ଜରଙ୍କୁ ଦଳିଦେଲା ହାତୀ । କଳାହାଣ୍ଡିର ନର୍ଲା ରେଞ୍ଜରଙ୍କୁ ଦଳି ଦେଇଛି ହାତୀ….

କଳାହାଣ୍ଡି ନର୍ଲା ରେଞ୍ଜ ଆମପଡ଼ା ଗାଁରେ ଅଘଟଣ । ହାତୀ ଆକ୍ରମଣରେ ରେଞ୍ଜରଙ୍କ ମୃତ୍ୟୁ ହୋଇଛି । ମୃତକ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ୍‌ ବୋଲି ଜଣାପଡିଛି । ହାତୀକୁ ଘଉଡାଇବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା ।

ହାତୀ ଘଉଡାଇବାକୁ ଯାଇଥିବା ନର୍ଲା ରେଞ୍ଜରଙ୍କୁ ଦଳିଦେଲା ହାତୀ। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ନର୍ଲା ରେଞ୍ଜର ପ୍ରଶାନ୍ତ ପାଳ(୫୭) ନର୍ଲା ରେଞ୍ଜ କନେକପୁର ବାଲସିଙ୍ଘା ଜଙ୍ଗଲକୁ ହାତୀ ଘଉଡାଇବାକୁ ଯାଇଥିଲେ। ତେବେ ଜଙ୍ଗଲୀ ହାତୀ ଅଚାନକ ତାଙ୍କ ଉପରକୁ ଆକ୍ରମଣ କରି ଦଳି ଦେଇଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ନର୍ଲା ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଚାରବାହାଲକୁ ବ୍ଲକ ଦାବି ଜୋର୍ ଧରିଲା 

masiha

ନୂଆ ଓ ଓଡ଼ିଆ ସହିତ୍ୟ ପ୍ରତିଯୋଗୀତର ଉଦଯାପନୀ ଉତ୍ସବ

masiha

ସୁନ୍ଦରଗଡ଼ ଠାରେ ଜାତୀୟ ଭୋଟର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!