ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମକେଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ଦେହାନ୍ତ

ନର୍ଲା (ମ.ନି.ସ) ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ନିଜ ଜନ୍ମସ୍ଥାନ ପଲସାପଡାରେ ଦେହାବସାନ ହୋଇଛି। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କରି ଦେହାନ୍ତ ପରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କରି ତିନି ପୁଅ ଓ ଚାରି ଝିଅ ଥିବା ବେଳେ ବଡ଼ ପୁଅ ପ୍ରଫୁଲ୍ଲ ନାଏକ ମୁଖାଗ୍ନି ଦେଇଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହେଉଥିଲା। ସ୍ଵର୍ଗତ ନାଏକ ଭୀମକେଲା ଗ୍ରାମ ପଞ୍ଚାୟତର ପ୍ରଥମ ସରପଂଚ ରୂପେ କାର୍ଯ୍ୟ ତୁଲାଇଥିଲେ। ଅତୀତରେ କଂଗ୍ରେସ ଦଳର ଜଣେ ବରିଷ୍ଠ ସକ୍ରୀୟ କର୍ମୀ ସହ ପରୋପକାରୀ, ଧର୍ମପରାୟଣ,ସରଳ ବିଶ୍ୱାସୀ ଓ ଶାନ୍ତି ପ୍ରିୟ ମଣିଷ ଭାବେ ଜଣାଶୁଣା ସ୍ୱର୍ଗତ ନାଏକ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ପ୍ରାଣ ପ୍ରତିଷ୍ଠାତା ରୂପେ ପ୍ରଥମ ବିଦ୍ୟାଳୟ ସଭାପତି ହୋଇଥିଲେ। ଏଥିପାଇଁ ଉଚ୍ଚ ବିଦ୍ୟାପୀଠରେ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀମାନେ ସ୍ଵର୍ଗତ ନାଏକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭା ଆୟୋଜନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କଳାହାଣ୍ଡି ଉତ୍ସବ-୨୦୨୩ ପାଇଁ ବିଭିନ୍ନ କମିଟି ର ବୈଠକ , ଉତ୍ସବ ର ଲୋଗୋ ଉନ୍ମୋଚିତ ।

Sunil Chandra Nayak

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ

ଅପସଂସ୍କୃତି ବିହୀନ ଲୋକ ନାଟ୍ୟ ପରିବେଷଣ ନିମନ୍ତେ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!