ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି: ସାଧାରଣ ନିର୍ବାଚନ ୨୦୨୪ ସକାଶେ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି: ସାଧାରଣ ନିର୍ବାଚନ ୨୦୨୪ ସକାଶେ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଜିଲ୍ଲାରେ କିଭଳି ଏକ ସୁସ୍ଥ ଓ ଉପଯୁକ୍ତ ପରିବେଶରେ ଶାନ୍ତିଶ୍ରୁଙ୍ଖଳା ସହ ଭୋଟ ଦାନ କାର୍ଯ୍ୟ ସମାପନ ହେବ ଏବଂ ଏଥିପାଇଁ ନିର୍ବାଚନ ପୂର୍ବରୁ ସଂବେଦନଶୀଳ / ଅସୁରକ୍ଷିତ ଭୋଟଗ୍ରହଣ ଅଞ୍ଚଳ / ଗ୍ରାମ ଚିହ୍ନଟ ପାଇଁ କଳାହାଣ୍ଡି ଜିଲ୍ଲାର ସମସ୍ତ ନିଯୁକ୍ତ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି ତାଲିମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ତାଲିମ ପ୍ରଶିକ୍ଷଣରେ ପ୍ରଶିକ୍ଷଣ ଅଧିକାରୀ ଭାବେ ଆରକ୍ଷୀ ଅଧିକ୍ଷକ ଅଭିଲାଷ ଜି , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ , ଉପଜିଲ୍ଲାପାଳ ଭବାନୀପାଟଣା ଡଃ ବିଶ୍ଵଜିତ ଦାସ , ଉପଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ , ପି.ଡି ଡୁଡା ମୁନୀନ୍ଦ୍ର ହୁନାଙ୍ଗା ପ୍ରମୁଖ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଉପ ଜିଲ୍ଲାପାଳ ଡ ଦାସ ପ୍ରଶିକ୍ଷଣ ର ଉଦ୍ଦେଶ୍ୟ, ବିଭିନ୍ନ ଫର୍ମ ପୂରଣ,ନିର୍ଦ୍ଦେଶାବଳୀ କୁ ଉପସ୍ଥାପନ କରିଥିଲେ।

 ଜିଲ୍ଲାପାଳ ନିଜ ବକ୍ତବ୍ୟରେ ମୁକ୍ତ ଓ ନିରପେକ୍ଷ ଭୋଟ ଦାନ ପାଇଁ ଭୋଟର ମାନେ ଯେଭଳି କୌଣସି ଭୟ , ଅର୍ଥ ପ୍ରଲୋଭନ , ବାହୁବଳ , ନିଶାର ପ୍ରଭାବରେ ନ ପଡନ୍ତୁ ଏବଂ ସେଥିପାଇଁ ସେକ୍ଟର ଅଧିକାରୀ ମାନେ ବାରମ୍ବାର ଗସ୍ତ ପୂର୍ବକ ସଂବେଦନଶୀଳ / ଅସୁରକ୍ଷିତ ଭୋଟଗ୍ରହଣ ଅଞ୍ଚଳ , ଗ୍ରାମ , ବସ୍ତିକୁ ଚିହ୍ନଟ କରି ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ରିପୋର୍ଟ ଦାଖଲ କରିବେ ତା ପ୍ରତି ଦାୟିତ୍ଵବାନ ରହି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକୁ ସତର୍କତାର ସହ ପାଳନ କରିବାକୁ କହିଥିଲେ । ସେଭଳି ଏସ.ପି ନିଜ ବକ୍ତବ୍ୟରେ ପ୍ରଥମଥର ପାଇଁ ପୋଲିସ ସେକ୍ଟର ଅଧିକାରୀଙ୍କୁ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ସଂବେଦନଶୀଳ / ଅସୁରକ୍ଷିତ ଭୋଟଗ୍ରହଣ ଅଞ୍ଚଳକୁ ଚିହ୍ନଟ ପାଇଁ ନିୟୋଜିତ କରାଯାଇଛି ବୋଲି କହିଥିଲେ । ଅଧିକାରୀମାନେ ଭୟର ବାତାବରଣ , ମଦ ଓ ଅର୍ଥର ପ୍ରୟୋଜନ , ଦୁର୍ବୁର୍ତ୍ତମାନଙ୍କ ପ୍ରଭାବ , ଭୋଟଦାନରୁ ବିରତ ରହିବାପାଇଁ ଧମକ , ଅପ୍ରୀତିକର ଘଟଣାର ସମ୍ଭାବ୍ୟ ସୂଚନା ସଂଗ୍ରହ କରିବାପାଇଁ ପ୍ରଶାସନ ସେକ୍ଟର ଅଧିକାରୀଙ୍କ ସହ ସମନ୍ଵୟ ରକ୍ଷା କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ । 5ଟି ନିର୍ବାଚନମଣ୍ଡଳୀରୁ ମୋଟ 389 ଜଣ ପୋଲିସ ସେକ୍ଟର ଅଧିକାରୀ ଏବଂ ପ୍ରଶାସନ ନିଯୁକ୍ତ ସେକ୍ଟର ଅଧିକାରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ବୈଠକ ରେ ଡେପୁଟି କଲେକ୍ଟର (ନିର୍ବାଚନ )ରମେଶ ପଣ୍ଡା, ଡି ଆଇ ପି ଆର୍ ଓ ମନୋଜ ବେହେରା ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବାଲୁକା କଳା ରେ ବି.ଆର. ଆମ୍ବେଦକର ଙ୍କୁ ଶ୍ରଦ୍ଧାଞ୍ଜଳି

masiha

ପ୍ରଥମ ବନ୍ୟାଜଳରେ ଧୋଇନେଲା ଟିର୍ଲିଆମକୁ ସଂଯୋଗ ରାସ୍ତା, ଯାତାୟାତରେ ହୀନସ୍ତା ହେଉଛନ୍ତି ବନବାସୀ

masiha

ନିଆଁ ରେ ପୋଡି ହୋଇ ଗର୍ଭବତୀ ମହିଳା ଗୁରୁତର 

Sunil Chandra Nayak

Leave a Comment

error: Content is protected !!