ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ମଣ୍ଡି ଉଦଘାଟିତ

ଧାନ ମଣ୍ଡି ଉଦଘାଟିତ

ପାପଡାହାଣ୍ଡି 11/12, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଧାନ ମଣ୍ଡି ପାପଡାହାଣ୍ଡି ଲେମ୍ପସ ଆନୁକୂଲ୍ୟରେ ସୋମବାର ଶୁଭାରମ୍ଭ ହୋଇଛି | ଏଥିରେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା , ଲେମ୍ପସ ସଭାପତି ସଦାଶିବ ନାୟକ, ଲେମ୍ପସ ଏମଡି. ଇସ୍ମାଇଲ ସୋନଫୁଲ , ଲେମ୍ପ କର୍ମଚାରୀ , ଆର ଏମ ସି କର୍ମଚାରୀ , ପାପଡାହାଣ୍ଡି ଅଞ୍ଚଳ ର ବରିଷ୍ଟ ଚାଷୀ ମନଜ ମହାନ୍ତି , ଦୁର୍ଗାପ୍ରସାଦ ନାୟକ , ଆନଂଦ ରାଓ , ଫାରୁଖ ବାବୁ , ପ୍ରବୀଣ ସତନାମୀ ପ୍ରମୁଖ ଉପସ୍ଥିତ ଥିଲେ | ଶୁଭାରମ୍ଭ ରେ ପୁରହିତ ନୀଳକଣ୍ଠ ତ୍ରିପାଠୀ ଙ୍କ ପୁରହିତ୍ୟରେ ମଣ୍ଡି ଆରମ୍ଭ ହୋଇଥିଲା | ମଣ୍ଡି ଆରମ୍ଭରୁ କିଛି ଚାଷୀ ଧାନ ଧରି ମଣ୍ଡିରେ ପହଞ୍ଚି ଥିଲେ କିନ୍ତୁ ସେମାନଙ୍କ ଧାନ କିଣା ଯାଇନଥିଲା | ଏନେଇ ଏମ ଡି. ଙ୍କୁ ପଚାରି ବୁଝିବାରୁ ମିଳେର ଟାଗ ହୋଇନଥିବା ଯୋଗୁଁ ଧାନ କିଣା ଯାଇନାହିଁ ବୋଲି ତାଙ୍କ ପ୍ରତିକ୍ରିୟା ରଖିଥିଲେ | ଉକ୍ତ ଧାନକୁ ଲେମ୍ପ ସୁରକ୍ଷିତ ଭାବେ ତାଙ୍କ ଜିମାରେ ରଖିଥିବା ଏମ ଡି କହିଛନ୍ତି |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରେଙ୍ଗାଳପାଲି ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ 

Sunil Chandra Nayak

ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!