ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ୍ତାହିକ କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ

ସାପ୍ତାହିକ କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ

ବାଲେଶ୍ଵର,୧୧/୧୨/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପ୍ରତିଷ୍ଠାତା ହେବା ଠାରୁ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ସାରସ୍ୱତ ସାଧକ ଓ ସାଧିକା ମାନଙ୍କୁ ନେଇ ଆଗକୁ ଆଗକୁ ଆଗେଇ ଚାଲିଛି । ଏ ଅନୁଷ୍ଠାନର ମୂଳ ଲକ୍ଷ୍ୟ ଗଦ୍ୟ ସାହିତ୍ୟର ଉନ୍ନତି । ଏଥିପାଇଁ ପ୍ରତ୍ୟେକର ରବିବାର ହ୍ଵାଟ୍ସଆପ୍ ଗୃପରେ ଗଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯଦିଓ ପଦ୍ଯ ପ୍ରତିଯୋଗିତା ଅନୁଷ୍ଠାନର ଲକ୍ଷ୍ୟ ନୁହେଁ ତଥାପି ମଝିରେ ମଝିରେ ପଦ୍ଯ ଅର୍ଥାତ୍ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାରସ୍ୱତ ସ୍ରଷ୍ଟା ମାନେ ଏଥିରେ ଅଂଶ ଗ୍ରହଣ କରି ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥାନ୍ତି । ଏହି ପରିପ୍ରେକ୍ଷୀରେ ଗତ ତା ୧୦/୧୨/୨୩ ରିଖ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା- ଶଙ୍ଖା ସିନ୍ଦୁର ” । ଯାହାର ଫଳାଫଳ ପ୍ରକାଶ ପାଇଅଛି । ଏଥିରେ (୧) ରଞ୍ଜୁଲତା ପାଢ଼ୀ, ସୁନ୍ଦରଗଡ (୨) ଡ. ଚପଳା ପଣ୍ଡା, ଖୋର୍ଦ୍ଧା (୩) ସୁଜାତା ଦ୍ବିବେଦୀ, ଯାଜପୁର (୪) ସୁଷମା ପାଣିଗ୍ରାହୀ, ସମ୍ବଲପୁର (୫) ପ୍ରତିମା ଶତପଥୀ, ଯାଜପୁର (୬) ସ୍ବର୍ଣ୍ଣଲତା ଦାଶ, ନୟାଗଡ଼ (୭) ଶୁଭଶ୍ରୀ ପ୍ରଧାନ, ପୁରୀ (୮) ବୀଣାପାଣି ଦେବୀ, ଖୋର୍ଦ୍ଧା (୯) ବିନୋଦିନୀ ନାୟକ, ଗଞ୍ଜାମ (୧୦) ପ୍ରିୟଦର୍ଶିନୀ ମିଶ୍ର, ବଲାଙ୍ଗୀର (୧୧) ସଞ୍ଜୁକ୍ତା ସାହୁ, ଜଗତସିଂହପୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ସୁ-ସାହିତ୍ୟିକା, ସୁ-ଗୃହିଣୀ ତଥା ସାହିତ୍ୟକୁ ଭଲ ପାଉଥିବା ଉଚ୍ଚ ଶିକ୍ଷିତା ରଶ୍ମିରେଖା ସାହୁ ସମୀକ୍ଷା କରିଥିଲେ । ତାଙ୍କ ସୁଚିନ୍ତିତ ସମୀକ୍ଷାରୁ ରଞ୍ଜୁଲତା ପାଢୀ ପ୍ରଥମ ସ୍ଥାନ, ପ୍ରିୟଦର୍ଶିନୀ ମିଶ୍ର ଦ୍ବିତୀୟ ସ୍ଥାନ ଓ ଶୁଭଶ୍ରୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ସେଥିପାଇଁ ଅନେକ ସାହିତ୍ୟ ବନ୍ଧୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ମାନେ ସ୍ଥାନ ଅଧିକାର କରିପାରି ନାହାନ୍ତି । ବିଳମ୍ବରେ ଆସିଥିବା କବିତା ଗୁଡିକ ସୁନ୍ଦର ହୋଇଥିଲେ ମଧ୍ୟ ବିଚାରକୁ ନିଆଯାଇ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ଧାର୍ଯ୍ୟ ସମୟ ପୂର୍ବରୁ କିମ୍ବା ପରେ ଦିଅନ୍ତୁ ନାହିଁ । ଧାର୍ଯ୍ୟ ସମୟ ମଧ୍ୟରେ ଦେଲେ କବିତା ଗୁଡିକୁ ଏକତ୍ର କରିବା ସମ୍ଭବ ହେବ ଏବଂ ତାଲିକା ଭୁକ୍ତ ହୋଇ ବିଚାର ଟେବୁଲକୁ ଯିବ । ସୂଚିତ ସମୟ ସୀମା ମଧ୍ୟରେ ପଠାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନାଚକ୍ର

Sunil Chandra Nayak

“ନର ସଂହାର କି ବିଶୂ ଶାନ୍ତି ର ଆବଶ୍ୟକତା “

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!