ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତାରେ ବାଜପେୟୀଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ବସ୍ତାରେ ବାଜପେୟୀଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ବସ୍ତା ,୧୧।୧୨: ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ଜୟନ୍ତୀ ଆସନ୍ତା ୨୫ ଡିସେମ୍ବର ରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବାହାର୍ଦ୍ଦା ଠାରେ ଅନୁଷ୍ଠିତ ହୋଇଯାଇଛି।ବସ୍ତା ନିର୍ବାଚନ ମଣ୍ଡଳୀ ଅଟଳ ବିହାରୀ ବାଜପେୟୀ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ବୈଠକ ରେ ବିଶିଷ୍ଟ ସମାଜସେବୀ ଶ୍ୟାମାପ୍ରସାଦ ବେହେରା ସଭାପତିତ୍ବ କରିଥିଲେ। 

    ଆସନ୍ତା ଜୟନ୍ତୀ ସମାବେଶରେ ବାଜପେୟୀ ପ୍ରେମୀ ରାଜ୍ଯସ୍ତରୀୟ ଅତିଥି ଯୋଗ ଦେବାସହ ବସ୍ତା ବାଲିଆପାଳ ବ୍ଲକ ର ୧୦ ଜଣ ପ୍ରତିଭାଧର ଙ୍କୁ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ଯ ରେ ବାଜପେୟୀଙ୍କ ବାର୍ତ୍ତା ପ୍ରଚାର ପ୍ରସାର ପାଇଁ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହେବ।

     ଏହି ବୈଠକରେ ପୂର୍ବତନ ସମିତି ସଦସ୍ଯ ରାଧେଶ୍ଯାମ ମହାପାତ୍ର,ମଣ୍ତଳ ସଭାପତି ରଞ୍ଜନ ମହାନ୍ତି,ପୂର୍ବତନ ସରପଞ୍ଚ ବିଶ୍ବନାଥ ସିଂହ,ସୂର୍ଯ୍ୟନାରାୟଣ ସାହୁ,ଧ୍ରୁବ ଚରଣ ନାୟକ,ଅଭିରାମ ମଲ୍ଲିକ, ପ୍ରକାଶ କୁଣ୍ଡୁ,ଶରତ ବାରିକ,ଦିବାକର ରାଉତ,ରଜତ ନାରାୟଣ ଦାଶ, ବିନୋଦ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସ୍ବାମୀଙ୍କ ସହିତ ବାଣପୁର ପଞ୍ଚୁଦୋଳ ଯାତ୍ରା ଦେଖିବାକୁ ଆସି ପଡିଆ ମଧ୍ୟରୁ ସ୍ତ୍ରୀ ଫେରାର !!!

Sunil Chandra Nayak

କୋକସରା କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

ବିଜାତଳା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!