ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା ପୁଲିସ କୁ ମିଳିଛି ବଡ ସଫଳତା

ରାୟଗଡା:୩୦/୩- ରାୟଗଡାରେ ଚାଞ୍ଚଲ୍ଯ କର ଘଟଣା ଖେଳାଇଥିବା ଏକ ଚୋର ଦଳଙ୍କୁ ଧରିବାରେ ରାୟଗଡା ପୁଲିସ ସଫଳ ହୋଇଛି। ଏହି ଚୋର ଦଳ ଗତ ୨୬ ତାରିଖରେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ଥିବା ଜଗନ୍ନାଥ କମ୍ପ୍ଲେକ୍ସର ପି.ନନ୍ଦାକିଶୋର ରାଓଙ୍କ ଘରୁ ଚୋରୀ କରିଥିଲେ। ଥାନାରେ ଅଭିଯୋଗ ହେବାପରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲା। ରାୟଗଡା ଥାନା ଅଧିକାରୀ ଶ୍ରୀ ପ୍ରଧାନ ନିଜେ ମାମଲାର ତଦନ୍ତ ଭାର ନେଇ ସିସିଟିଭି ଫୁଟେଜ୍ ଆଧାରରେ ଚୋର ଦଳଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଚୋର ଦଳର ୪ ଜଣଙ୍କୁ ପୁଲିସ ଗିରଫ୍ କରିବାପରେ ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ନଗଦ ୧୫ ହଜାର ଟଙ୍କା ସହ ରୂପା ସାମଗ୍ରୀ ଜବତ କରିଛି। ଘରେ କେହି ନଥିବା ବେଳେ ଏହି ଚୋର ଦଳ ତାଲା ଭାଙ୍ଗି ସାମଗ୍ରୀ ଚୋରୀ କରି ନେଇଥିଲେ। ଧରାପଡିଥିବା ୪ ଜଣ ଚୋର ରାୟଗଡା ସହର ମଧ୍ୟରେ ଥିବା ବିଭିନ୍ନ ସାହିର ଅଟନ୍ତି ବୋଲି ରାୟଗଡା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରାଗ

କଳାହାଣ୍ଡି ଜିଲ୍ଲାରେ ପୌରପରିଷଦ ନିର୍ବାଚନ ଶେଷ ଭବାନୀପାଟଣା ସର୍ବନିମ୍ନ ଭୋଟ ଓ କେସିଙ୍ଗାରେ ସର୍ବାଧିକ ଭୋଟ ପଡିଛି

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

Sunil Chandra Nayak

Leave a Comment

error: Content is protected !!