ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ରେଞ୍ଜର ସ୍ବର୍ଗତ ପ୍ରଶାନ୍ତ କୁମାର ପାଳଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ଯାତ୍ରା 

ନର୍ଲା ରେଞ୍ଜର ସ୍ବର୍ଗତ ପ୍ରଶାନ୍ତ କୁମାର ପାଳଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ଯାତ୍ରା 

ମ.ରାମପୁର,୧୩/୧୨ (ମସୀହା): ଚଳିତ ମାସ ଡିସେମ୍ବର ୧୦ ତାରିଖ ରବିବାର ଦିନ ନର୍ଲା ବନାଞ୍ଚଳ ଅଧିନସ୍ଥ ଆମପଡା ନିକଟରେ ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଳଙ୍କ ଜଙ୍ଗଲୀ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଯେଉଁ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଚାଷୀଙ୍କ ଫସଲ ଓ ଜଙ୍ଗଲୀ ହାତୀଙ୍କ ସୁରକ୍ଷାକୁ ନେଇ କାର୍ଯ୍ୟ କରାଯାଉଥିଲା ତାଙ୍କର କାର୍ଯ୍ୟରତ ଅବସ୍ଥାରେ ହାତୀ ଆକ୍ରମଣରେ ମୃତ୍ୟୁ ହେବା ଘଟଣା ସମଗ୍ର କଳାହାଣ୍ଡି ବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ମଦନପୁର ରାମପୁର ସଚେତନ ନାଗରିକ ମଞ୍ଚ ତରଫରୁ ଗତକାଲି ମଙ୍ଗଳ ଦିନ କ୍ୟାଣ୍ଡେଲ ଯାତ୍ରା ମାଧ୍ୟମରେ ସ୍ଥାନୀୟ ଚାରି ଛକରୁ ପଦଯାତ୍ରା କରି ବସଷ୍ଟାଣ୍ଡ ଠାରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୁଇ ମିନିଟ ନିରବ ପ୍ରାଥନା କରି ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା। ସେ ଜଣେ ମିଷ୍ଟଭାଷୀ, ଜନପ୍ରିୟ ତଥା କର୍ତ୍ତବ୍ୟନିଷ୍ଟ ବ୍ୟକ୍ତିତ୍ୱ ଥିବାରୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଶୋକାକୁଳ କାର୍ଯ୍ୟକ୍ରମରେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ ସମେତ ନର୍ଲା ଓ ମ .ରାମପୁର ରେଞ୍ଜର ସମସ୍ତ ବନ କର୍ମଚାରୀ ଉପସ୍ଥିତ ରହିବା ସହିତ ଯୁବନେତା ନୀଳମାଧଵ ସିଂ ଦେଓ,ଡବ୍ଲୁଓଡ଼ିସି ସଦସ୍ୟ ଅବିନାଶ ଠାକୁର, କବି ପଦ୍ମଲୋଚନ ମିଶ୍ର, ଯୁବ ସମାଜସେବୀ ସତ୍ୟନାରାୟଣ ସାହୁ,ଶାଶ୍ୱତ ମିଶ୍ର,ସାମ୍ବାଦିକ ଲକ୍ଷ୍ମଣ ସ୍ୱାଇଁ,ପ୍ରସାନ୍ତ ସାମନ୍ତରାୟ, ହେମନ୍ତ ସାହୁ,ସଂଯୁକ୍ତା ପୁରୋହିତ,ନିରଞ୍ଜନ ମହାରଣା,ଉଦ୍ଧବ ପଣ୍ଡା,ବିଭୁତି ଭୁଷଣ ମହାଖୁଡ଼,ସେବାଜଗତ ସଂସ୍ଥା ର ସ୍ୱେଛାସେବୀ ବୃନ୍ଦ ଅଂଶଗ୍ରହଣ କରି ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ନର୍ଲା ରେଞ୍ଜ କାର୍ଯ୍ୟାଳୟ ପରିସରରେ ସ୍ବର୍ଗତ ପ୍ରଶାନ୍ତ କୁମାର ପାଳଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ଷ୍ଟାଚ୍ୟୁ ପ୍ରତିଷ୍ଠା କରିବା ପାଇଁ ମଦନପୁର ରାମପୁର ରେଞ୍ଜ ଅଫିସର ଅସିତ କୁମାର ଦାସଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଏକ ପ୍ରସ୍ତାବ ଦିଆଯାଇଥିଲା l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜାମଦା ଅଞ୍ଚଳର ନଦନଦୀ ଶୁଷ୍କ,ଚାଷୀ ହତାସ, ଅଚଳ ନଳକୂପ ଗୁଡ଼ିକ ହେଉନି ମରାମତି-ଜନସାଧାରଣ ହନ୍ତସନ୍ତ

Sunil Chandra Nayak

ବିଶ୍ଵ ହକିକପ ଉପଲକ୍ଷେ ନେସନାଲ କଲେଜ ପରିସର ମଧ୍ୟରେ ଫଟୋଚିତ୍ର ହକି ପ୍ରଦର୍ଶନୀ

Sunil Chandra Nayak

କୃଷ୍ଣାନନ୍ଦପୁର ଫାଣ୍ଡିକୁ ଥାନାର ମାନ୍ୟତା, ଭିଡିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!