ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓ ଯୁବ ଓଡିଶା ଆନୁକୂଲ୍ୟରେ କ୍ରୀଡା ଉତ୍ସଵ ଉଦଘାଟନ

ନୂଆ ଓ ଯୁବ ଓଡିଶା ଆନୁକୂଲ୍ୟରେ କ୍ରୀଡା ଉତ୍ସଵ ଉଦଘାଟନ

କୋକସରା,୧୨/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମାର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ନୂଆ ଓ ଯୁବ ଓଡିଶା ଆନୁକୂଲ୍ୟରେ ବ୍ଲକ ପ୍ରଶାସନର ସହଯୋଗରେ କ୍ରୀଡା ଉତ୍ସଵ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀଙ୍କ ସଭାପତିତ୍ୱରେ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଉପସ୍ଥିତ ରହି ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସଵର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ବାଗ ଛାତ୍ରଛାତ୍ରୀ ମାନେ ପାଠପଢା ବ୍ୟତୀତ କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆଗଭର ହୋଇ ଦକ୍ଷତା ପ୍ରତିପାଦନ ସହ ନିଜ ସ୍କୁଲ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଳି କହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଉତ୍ସଵରେ ହକି, ଫୁଟବଲ, ଭଳିବଲ, ଖୋକୋ, କବାଡି ଓ କ୍ରିକେଟ ଭଳି ଖେଳ ଆୟୋଜନ ହେବ। ଏହି କ୍ରୀଡା ଉତ୍ସଵ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

masiha

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ସମଗ୍ର ଶିକ୍ଷା ପକ୍ଷରୁ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ

masiha

Leave a Comment

error: Content is protected !!