ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ସୂଚନା ଫଳକ ରେ ମେସିନ ରେ ମନେରଗା କାମ ପ୍ରଶାସନର ପଡୁନି ଦୃଷ୍ଟି   

ବିନା ସୂଚନା ଫଳକ ରେ ମେସିନ ରେ ମନେରଗା କାମ ପ୍ରଶାସନର ପଡୁନି ଦୃଷ୍ଟି                                     

ନବରଙ୍ଗପୁର ( ମ ନି ସ) ମନେରଗା କାମ ଯାହାକି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଏହି ଯୋଜନା ରେ ଶ୍ରମିକ ଙ୍କ ନିଜ ବ୍ୟାଙ୍କ ଖାତାରେ ଯିବ ସରକାରୀ ପଇସା l କିନ୍ତୁ କେତେକ ଜାଗାରେ ଶ୍ରମିକ କାମ ନ କରି ମେସିନ ରେ କରାଯାଉଛି କାମ ଏବଂ ଶ୍ରମିକ ଙ୍କ ନାମ ଦର୍ଶାଇ ଶ୍ରମିକ ଙ୍କ ବ୍ୟାଙ୍କ ଖାତାକୁ ଯାଉଛି ପଇସା l ଏଥିପ୍ରତି ପ୍ରଶାସନ ର ନଜର ପଡୁନି l ସୂଚନା ଥାଉ କି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର କୁରାବେଡା ପଂଚାୟତ ର ଆଦିବାସୀ ସୋନପୁର ଗ୍ରାମ ରେ ପଂଚାୟତ ତରଫରୁ ମାଟିନାଳ ପାଇଁ ଅନୁମୋଦନ ହୋଇଥିବା ବେଳେ ଏହି ମାଟିନାଳ ମେସିନ ସାହାଯ୍ୟ ରେ ଖୋଳା ଯାଇଛି ଏବଂ ମେସିନ ଖୋଳିବାର ଚିହ୍ନ ରହିଛି l ଏହି କାମ ପାଖେ କୌଣସି ସୂଚନା ଫଳକ ନାହିଁ, ଏହି କାମ କେଉଁ ବର୍ଷର, ଏହାର ଅଟକଳ ମୂଲ୍ୟ କେତେ, ମେଟ ଙ୍କ ନାମ କଣ ? ତାହା ମଧ୍ୟ ଜଣାପଡ଼ିନାହିଁ l ବାରମ୍ବାର ତାଗିତ ପରେ ମଧ୍ୟ ପଂଚାୟତ ଅଧିକାରୀ ଙ୍କ ନଜର ରେ ପଡୁନି, ଏହି ବିଷୟରେ କୁରାବେଡା ପଂଚାୟତ ର ଗ୍ରାମ୍ୟ ରୋଜଗାର ସେବକ ସଞ୍ଜୟ ପାଲ ଙ୍କୁ ପଚାରିବାରୁ ସେ କହିଲେ ଏହି କାମ ପଂଚାୟତର ମାଟିନାଳ ଖୋଳା ହେବାର ଥିଲା, କିନ୍ତୁ କେବେ ଖୋଳା ହେଇଛି ମୁ ଜାଣିନି ବୋଲି କହିଥିଲେ l କୌଣସି ପଂଚାୟତ ର କାମ ଗ୍ରାମ୍ୟରୋଜଗାର ସେବକ ଏବଂ ପଂଚାୟତ ଅଧିକାରୀ କେମିତି ଜାଣି ନାହାନ୍ତି, ତାହା ବଡ଼ ଆଶ୍ଚର୍ଯ୍ୟ ର କଥା l ବାରମ୍ବାର ସରକାର ଙ୍କ ନିର୍ଦେଶ ରହିଛି କାମ ଆରମ୍ଭ ପୂର୍ବରୁ କାମ ପାଖେ ସୂଚନା ଫଳକ ତିଆରି କରିବାର, କିନ୍ତୁ ଏହି ନିୟମକୁ ସମ୍ପୂର୍ଣ ଭାବେ ଅଣଦେଖା କରାଯାଇଛି l ଗୋଟେପଟେ ଲୋକେ କାମ ନ ପାଇଁ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟେ ପଟେ ଶ୍ରମିକ କୁ କାମ ନ ଦେଇ ମେସିନ ରେ କରାଯାଉଛି ସରକାରୀ କାମ l ଏଥିପ୍ରତି ବ୍ଲକ ର କୈଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର ପଡୁନି, ଯଥାଶୀଘ୍ର ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦୃଢ଼ ଦାବି ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୁଝାରୀଗୁଡ଼ା ରେ ଗୋଣ୍ଡ ସମାଜର ନୂଆଖାଇ ଭେଟଘାଟ

masiha

ରାବଣ ଦହନ ଓ ବିଜୟାଦଶମୀ ସେକ୍ଟର-୧୩ ମେଳନ ପଡ଼ିଆରେ : ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ସୂଚନା ରାବଣ ଦହନ ସହିତ ଆତସବାଜି ଏବଂ ଡିଜିଟାଲ ଆଲୋକ ହେବ ଆକର୍ଷଣର କେନ୍ଦ୍ରବିନ୍ଦୁ

Sunil Chandra Nayak

ଜୁନାଗଡ଼ ଠାରେ ଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ୯୯ ତମ ଜନ୍ମ ଉତ୍ସବ ପାଳିତ

masiha

Leave a Comment

error: Content is protected !!