ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ବିଦ୍ୟାରମ୍ଭ ଦିବସରେ ଗାୟତ୍ରୀ ହୋମଯଜ୍ଞ

ନର୍ଲା (ମନିସ)-ନର୍ଲା ବ୍ଳକ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ଅପ୍ରେଲ ୧ ତାରିଖ ଶିକ୍ଷା ବର୍ଷ ୨୦୨୨-୨୩ର ବିଦ୍ୟାରମ୍ଭ ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ବିଦ୍ୟାଳୟ ପରିସରରେ ମା ସରସ୍ବତୀ ଓ ଗାୟତ୍ରୀ ମାତାଙ୍କ ମନ୍ତ୍ର ପାଠ ସହ ହୋମଯଜ୍ଞ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡାଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରୁପ୍ରାରୋଡ ଗାୟତ୍ରୀ ପରିବାରର ମୋହନ ପୁଟେଲ,ଶ୍ୟାମ ସୁନ୍ଦର ମାଝୀ ପ୍ରମୁଖ ଗାୟତ୍ରୀ ମହାମନ୍ତ୍ର ଜପ ଓ ହୋମ କାର୍ଯ୍ୟ ତୁଲାଇଥିଲେ। ବିଦ୍ୟାଳୟ ସଂପାଦକ ସଞ୍ଜିବ କୁମାର ଦାସ ଓ ତାଙ୍କ ଧର୍ମପତ୍ନୀ ସହ ବିଦ୍ୟାଳୟର ସଭାପତି ଘନଶ୍ୟାମ ଭୋଇ, ସଦସ୍ୟା ବାସନ୍ତୀ ତ୍ରିପାଠୀ ପ୍ରମୁଖ ଯଜ୍ଞ ସ୍ଥଳରେ ଉପସ୍ଥିତ ରହି ଆହୂତି ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଭାଇ, ଭଉଣୀ ମାନଙ୍କ ଦ୍ଵାରା ପୁଷ୍ପାଞ୍ଜଳି ଓ ଗାୟତ୍ରୀ ମହାମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୁରୁଜୀ,ଗୁରୁମା, ସେବକ ଓ ସେବିକା ସହଯୋଗ ପ୍ରଦାନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

Sunil Chandra Nayak

ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପଣ୍ଡକୁଳ ପ୍ରାଥମିକ ବିଦ୍ୟାଳୟ ଖୋଲିଲେ,

Sunil Chandra Nayak

ଆରପାରିରେ_ରାଇମୋହନ_ପରିଡା

Sunil Chandra Nayak

Leave a Comment

error: Content is protected !!