ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଚଲାପଥ ନେଇ ସତର୍କ ସୂଚନା ଫଳକ ଲଗାଇଲା ବନ ବିଭାଗ

ଭାଲୁ ଚଲାପଥ ନେଇ ସତର୍କ ସୂଚନା ଫଳକ ଲଗାଇଲା ବନ ବିଭାଗ

କୋକସରା,୧୫/୧୨ // କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରେଞ୍ଜ ଅଧୀନରେ ଥିବା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଭାଲୁ ଉପଦ୍ରବ ବୃଦ୍ଧି ପାଉଛି । ଗାଁ ଜନବସତି ଅଞ୍ଚଳକୁ ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଭାଲୁ ହାବୁଡ଼ରେ ପଡି ଅନେକ ଧନ ଜୀବନ ଯାଉଛି। ବିଗତ କିଛି ମାସ ମଧ୍ୟରେ ବରାଡଙ୍ଗା ପଞ୍ଚାୟତର ୨ ଜଣ ଭାଲୁ ଆକ୍ରମଣର ଶିକାର ହୋଇ ମୃତ୍ୟୁ ମୁଖରେ ପଡିଥିବା ବେଳେ ଅନେକ ଲୋକ ଭାଲୁ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ ବରାଡଙ୍ଗା, ପାତ୍ରବସା, କନ୍ଦାଗଡ଼, ନୂଆଗାଁ, ଝୁଲେନବର, ଆମପାଣି ଘାଟି ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ସତର୍କ ଓ ସଚେତନ କରିବାକୁ ଆମପାଣି ଫରେଷ୍ଟ ପକ୍ଷରୁ ବିଭିନ୍ନ ଜନବସତି ସ୍ଥାନରେ ବୋର୍ଡ ଲଗାଇ ସୁଚିତ କରାଯାଇଛି। ଆମପାଣି ଫରେଷ୍ଟ ଗାର୍ଡ ନାରାୟଣ ନାଗ, ମହେଶ ମହାପାତ୍ର ଓ ପାରା କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ସତର୍କ ଫଳକ ଲଗାଇ ଲୋକଙ୍କୁ ସଚେତନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅଳ୍ପ ବର୍ଷା ରେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା! ଆଖି ପଲକରେ ଏବେ ଭୋଗିବେ ଟେମେରା ଗ୍ରାମବାସୀ

Sunil Chandra Nayak

ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପର ମାଷ୍ଟର୍ ପ୍ଲାନ୍ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହାତ , ଶିକ୍ଷକ ନିଯୁକ୍ତି ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ 

Leave a Comment

error: Content is protected !!