ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହୁଚରା ମାତାଙ୍କ ପୂଜାନୋତ୍ସଭ ଓ ଉତ୍କଳ ଦିବସ ପାଳିତ

ନର୍ଲା -(ମ ନି ସ )- ସେବାକାରୀ କିନ୍ନର ସଙ୍ଘ ନର୍ଲା ରୋଡ ସ୍ଥିତ ବିକ୍ରମ ଲଜ ନିକଟ ପ୍ରାଙ୍ଗଣରେ ବହୁଚରା ମାତା ଙ୍କ ପୂଜାନୋତ୍ସଭ ଓ ଉତ୍କଳ ଦିବସ ଅନୁଷ୍ଠିତ ହୋଇ ଯାଇଛି l ସେବାକାରୀ କିନ୍ନର ସଙ୍ଘ ସଭାପତି କାମିନୀ କିନ୍ନରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ଯାଦବ ଉନ୍ନୟନ ପରିଷଦ ର ଚେୟାରମ୍ୟାନ ବଳରାମ ସିଂ ଯାଦବ, ଅନ୍ୟତମ ଅତିଥି ଭାବେ କଳାହାଣ୍ଡି ଡିଏସଏସଓ ଶ୍ରୀଯୁକ୍ତ ମଞ୍ଜିତ ସାର, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି କିନ୍ନର ସଂଘ ସଂପାଦକ ସ୍ୱପ୍ନା ବେହେରା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ମନୋରମା ମହାନ୍ତି, ସର୍ଗିଗୁଡା ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳି ବୁଦ୍ଧିଆ,ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବି ଗୌଡ଼ିଆ, ସମାଜସେବୀ ବିବେକ ସେନାର ଶିବାରମ ସାହୁ ଯୁବ ବ୍ୟବସାୟୀ ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହି ମଞ୍ଜାସିନ ଥିଲେ l ଏହି ପୂଜାନୋତ୍ସଭ ଓ ଉତ୍କଳ ଦିବସ ଅବସରରେ ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା l ସଭା ଶେଷରେ କିନ୍ନର ମାନଙ୍କ ଦ୍ୱାରା ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ବଲାଙ୍ଗୀର, ସମ୍ବଲପୁର ଭୁବନେଶ୍ୱର ରୁ ଆସିଥିବା ସମସ୍ତ କିନ୍ନର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

ନର୍ଲା ରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ ମସିହା. ଇନ

Related posts

କଳାହାଣ୍ଡି: କେସିଙ୍ଗା ବ୍ଲକ ରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଯୋଗାଇବ ଏସବିଆଇ ଓ ରାମକୀ ଫାଉଣ୍ଡେସନ

Sunil Chandra Nayak

ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ ରେ ଅନିୟମିତତା – ଖଇର ପଦର ପେକ୍ସ ସମ୍ପାଦକ ନିଲମ୍ବିତ, ବହିଷ୍କୃତ ହେଲେ ଡାଟା ଏଣ୍ଟ୍ରି ଅପରେଟର 

Sunil Chandra Nayak

କିକିଆ ଗ୍ରାମର ବିକାଶକୁ ନେଇ ବୈଠକ

Leave a Comment

error: Content is protected !!