ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରେମିକାକୁ ହତ୍ୟା କରି ୩୧ ଖଣ୍ଡ କରିବା ଘଟଣା , ଫାଶୀ ଦେବାକୁ ଅଞ୍ଚଳ ବସୀ ଙ୍କ ତରଫରୁ ଦାବି

ପ୍ରେମିକାକୁ ହତ୍ୟା କରି ୩୧ ଖଣ୍ଡ କରିବା ଘଟଣା ,
ଫାଶୀ ଦେବାକୁ ଅଞ୍ଚଳ ବସୀ ଙ୍କ ତରଫରୁ ଦାବି

ରାଇଘର ,ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗୋନା ପଂଚାୟତର ମୁରୁମଡିହି ଗ୍ରାମରେ ପେମିକା ତିଲାବାଈକୁ ହତ୍ୟା କରି ଚନ୍ଦ୍ର ରାଉତ ଓ ପତ୍ନୀ ସିଆ ରାଉତସହ ୩୧ ଖଣ୍ଡ କାଟି ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା ଘଟଣାରେ ଦୁହିଁଙ୍କୁ ପୁଲିସ ଗିରଫ କରିଥିଲା l ଏ ନେଇ ରାଇଘର ଥାନାରେ କେଶ ନମ୍ବର ୨୦୬ /୨୦୨୩ ରେ ଏକ ହତ୍ୟା ମାମଲା ଋଜ୍ଜୁ କରି ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିଥିଲା | କୋର୍ଟରେ ଜାମିନ ମଞ୍ଜୁର ନ ହେବାରୁ ଉଭୟଙ୍କୁ ବିଚାରଧିନ ହାଜତକୁ ପଠାଇ ଦିଆଯାଇ ଅଛି l ଅପରପକ୍ଷରେ ମୃତ ତିଲାବାଈର ପରିବାର ଲୋକେ ଓ ବାଘବେଡ଼ା ଗ୍ରାମବାସୀ ଥାନା ପରିସରରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ହଟ୍ଟଗୋଳ କରିବା ଫଳରେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା l 

           ପ୍ରକାଶ ଥାଉ କି ବାଘବେଡା ଗ୍ରାମର ତିଲାବାଈ ଗଣ୍ଡ ନିଜ ପେମିକ ତଥା ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତକୁ ସ୍ତ୍ରୀର ଅଧିକାର ମାଗିବାକୁ ଯାଇ ହତ୍ୟାର ଶିକାର ହୋଇଥିଲେ | ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଯାଇ ଉଭୟ ଚନ୍ଦ୍ର ରାଉତ ଓ ତାର ପତ୍ନୀ ସିଆ ରାଉତ ତିଲାବାଈର ମର ଶରୀରକୁ ୩୧ ଖଣ୍ଡ କାଟି ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ | ଏହି ଘଟଣା ମୁରୁମଡିହି ଗ୍ରାମରେ ହଇଚଇ ସୃଷ୍ଟି ହୋଇ ଗତ ବୁଧବାର ଅର୍ଥାତ୍ 22 ନଭେମ୍ବରଠାରୁ ନିଖୋଜ ଥିବା ତିଲାବାଈଙ୍କ ବାପା ଏଭଳି ଖବର ପାଇବା ପରେ ରାଇଘର ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପରେ ସ୍ଥାନୀୟ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପକ୍ଷରୁ ଶବ ଉଦ୍ଧାର ହୋଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାଂତର କରାଯାଇଥିଲା | ଅନ୍ୟପଟେ ଉତ୍ୟକ୍ତ ଗ୍ରାମବାସୀ ଉକ୍ତ ଶବକୁ ନେଇ ରାତିରେ ଚନ୍ଦ୍ର ରାଉତର ଘର ଅଗଣାରେ ଶବଦାହ କରିଥିଲେ | ଏଭଳି ଘଟଣା ପରେ ମୁରୁମଡିହି ଗ୍ରାମ ନିସ୍ତବ୍ଧ ହୋଇ ଯାଇଥିଲା। ଶନିବାର ୫୦୦ ରୁ ଉର୍ଦ୍ଧ୍ବ ଅଞ୍ଚଳ ବାସିନ୍ଦା ଏକଜୁଟ ହୋଇ ଏକ ଶୋଭାଯାତ୍ରା ରେ ହତ୍ୟାକରି କୁ ଫାଶୀ ଦଣ୍ଡ ଦେବାକୁ ସ୍ଲୋଗ୍ଲାନ ଦେଇ ଏକ ଲିଖିତ ଅଭିଯୋଗ ରାଇଘର ଥାନା ଅଧିକାରୀ ଙ୍କ ଜରିଆରେ ଜିଲ୍ଲା ପୋଲିସ ଅଧିକାରୀ, ମୁଖ୍ୟ ମନ୍ତ୍ରୀ, ଆଇନ ମନ୍ତ୍ରୀ, ଓ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଦେଇଥିବା ଜଣାଯାଇଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖାତିଗୁଡା ରେ ହୋଇଥିବା ହତ୍ୟା କାଣ୍ଡ : ଛ ଦିନର ତନା ଘନା ପରେ ଦୋଷୀ ଚିହ୍ନଟ ଓ କୋର୍ଟ ଚାଲାଣ

masiha

ଭିଜିଲାନ୍ସ ଜାଲରେ ସୁନାରୀ ସିକୂଆଁ ଜିଆରଏସ ଏବଂ ପଂଚାୟତ ପିଅନ 

masiha

ଛତୁ ପାଇଁ ହତ୍ୟାକାଣ୍ଡ : ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା

Sunil Chandra Nayak

Leave a Comment

error: Content is protected !!