ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ମଧ୍ୟପ୍ରଦେଶରୁ ଉଦ୍ଧାର କଲା ମଇଦଲପୁର ପୋଲିସ

ପାପଡାହାଣ୍ଡି,21/1, ମନିସ —- – ନକଲି ସୁନା ଶଙ୍ଖକୁ ଅସଲି କହି ଅଧିକ ଟଙ୍କା ପାଇବା ଆଶାରେ ଅନ୍ୟକୁ ବିକ୍ରି କରି ନିଜେ ଫସିଲେ ଯୁବକ | ସଫଳ ହେଇ ପାରିଲାନି ତାଙ୍କର ସ୍ୱପ୍ନ । ନକଲି ସୁନା ଶଙ୍ଖ ବୋଲି ଜାଣିବା ପରେ ଶେଷରେ କିଣିଥିବା ଲୋକ ଯୁବକକୁ ଅପହରଣ କରି କଲେ ବନ୍ଧକ | ଫୋନରେ ଟଙ୍କା ସହ ହତ୍ୟା ଧମକ ପାଇ ପରିବାର ଲୋକ ଏ ନେଇ ଥାନାରେ ଜଣାଇବା ପରେ ପୋଲିସ ଅପହୃତ ଯୁବକକୁ ଉଦ୍ଧାର କରିଛି | ଏହି କାରବାର ନେଇ ଦୂଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆୟୋଜିତ ପ୍ରେସ ମିଟରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ | ସୂଚନା ମୁତାବକ ମଇଦଲପୁର ଥାନା ଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ମିର୍ଗାନ ସୁନା ଶଙ୍ଖ ଦେବି କହି ମଧ୍ୟପ୍ରଦେଶ ଅଞ୍ଚଳର କିଛି ବ୍ୟକ୍ତିଙ୍କ ଠାରୁ 50 ହଜାର ଟଙ୍କା ଅଗ୍ରୀମ ଆଣିଥିଲା । କମ ଦରରେ ସୁନା ଶଙ୍ଖ ପାଇବା ଆଶାରେ ଟଙ୍କା ଦେଇଥିବା ବ୍ୟକ୍ତି ମାନେ ମଇଦଲପୁର ଅଞ୍ଚଳକୁ ବାରମ୍ବାର ଆସୁଥିଲେ ।ଶେଷରେ ରବୀନ୍ଦ୍ର ଏମାନଙ୍କୁ ନକଲି ସୁନା ଶଙ୍ଖ ଦେଇଥିଲେ । ବାକି ଟଙ୍କା ନିଜ ଗାଁରେ ମୁଲଚାଲ ହେବ କହି ରବିନ୍ଦ୍ର କୁ ମଧ୍ୟପ୍ରଦେଶ ନେଇ ଯାଇଥିଲେ କିଣିବା ଲୋକ । ସେଠାରେ ଯାଞ୍ଚ ବେଳେ ନକଲି ସୁନା ଶଙ୍ଖ ବୋଲି ଜାଣିବା ପରେ ତାଙ୍କୁ ସେଠାରେ ବନ୍ଧକ କରି ରଖିଥିଲେ | 6 ଲକ୍ଷ ଦେଲେ ଛାଡ଼ିବୁ ବୋଲି ରବୀନ୍ଦ୍ରଙ୍କ ପତ୍ନୀଙ୍କୁ ଫୋନ କରି ଜଣାଇଥିଲେ ଅପହରଣକାରି । ଅନ୍ୟ ପଟେ ରବୀନ୍ଦ୍ର ପୂର୍ବରୁ ନିଖୋଜ ଥିବାରୁ ପତ୍ନୀ ମଇଦଲପୁର ଥାନାରେ ଅଭିଯୋଗ କରିଥିଲେ । ପରେ 1/23ରେ ମାମଲା ରୁଜୁ କରିଥିଲା | ପରେ 6ଲକ୍ଷ ନେଇ ପତ୍ନୀ ବନ୍ଦିତାଙ୍କୁ ଫୋନ ଆସିବାରୁ ସେ ପୁଣି ଠାରେ ମଇଦଲପୁର ଥାନାର ଦ୍ୱାରସ୍ତ ହୋଇଥିଲେ | ପୋଲିସ 6/23ରେ ମାମଲା ରୁଜୁ କରି ନବରଙ୍ଗପୁର ଏସ ପି – ଏସ ଶୁଶ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡିପିଓ ଆଦିତ୍ୟ ସେନ, ଥାନା ଅଧିକାରୀ ନଟବର ନନ୍ଦ, ଏସଆଇ ଶିବଜୀ ପଣ୍ଡା ଓ ପୋଲିସ ଟିମ ଗଠନ କରି ମଧ୍ୟପ୍ରଦେଶ ଅଞ୍ଚଳର ବେତୁଲ ଅଞ୍ଚଳ ର ଚିଛୋଲି ରୁ ରବୀନ୍ଦ୍ରକୁ ଉଦ୍ଧାର କରିଥିଲେ | ତା ସହିତ ସେମାନଙ୍କ ସହ କାର୍ଯ୍ୟ କରୁଥିବା ଏକ ବାବା ବିଦ୍ୟା ଶଙ୍କର ଦୁବେକୁ ବି ଗିରଫ କରିବାରେ ସଫଳ ହୋଇଥିଲା ମଇଦଲପୁର ପୋଲିସ । ସେହିପରି ରବିନ୍ଦ୍ରଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ ।ଏହି ଦୁଇ ଜଣଙ୍କୁ ଗିରଫ କରି ଆଉ ତଦନ୍ତ କଲାପରେ ଅନ୍ୟ ଅପରାଧୀଙ୍କୁ ମଧ୍ୟ ଧରିବାକୁ ସୂଚନା ଦେଇଛି ପୋଲିସ । ଆୟୋଜିତ କାର୍ଯ୍ୟକ୍ରମରେ ମଇଦଲପୁର ଥାନାଧିକାରୀ ନଟବର ନନ୍ଦ, ଡି ଦେବୀ କୁମାର ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ ଲକ୍ଷର ସିସିଟିଭି ବ୍ୟବସ୍ଥା ଅଚଳ

masiha

ବନ୍ଧୁଗାଁ ବ୍ଲକର ଯୁବ ସାମ୍ବାଦିକ ଆରସାଡା ଲାଚାନା ନିଖୋଜ

masiha

ଦିନ ଦିପହର ରେ ଡକାୟତି

Sunil Chandra Nayak

Leave a Comment

error: Content is protected !!