ପାପଡାହାଣ୍ଡି,21/1, ମନିସ —- – ନକଲି ସୁନା ଶଙ୍ଖକୁ ଅସଲି କହି ଅଧିକ ଟଙ୍କା ପାଇବା ଆଶାରେ ଅନ୍ୟକୁ ବିକ୍ରି କରି ନିଜେ ଫସିଲେ ଯୁବକ | ସଫଳ ହେଇ ପାରିଲାନି ତାଙ୍କର ସ୍ୱପ୍ନ । ନକଲି ସୁନା ଶଙ୍ଖ ବୋଲି ଜାଣିବା ପରେ ଶେଷରେ କିଣିଥିବା ଲୋକ ଯୁବକକୁ ଅପହରଣ କରି କଲେ ବନ୍ଧକ | ଫୋନରେ ଟଙ୍କା ସହ ହତ୍ୟା ଧମକ ପାଇ ପରିବାର ଲୋକ ଏ ନେଇ ଥାନାରେ ଜଣାଇବା ପରେ ପୋଲିସ ଅପହୃତ ଯୁବକକୁ ଉଦ୍ଧାର କରିଛି | ଏହି କାରବାର ନେଇ ଦୂଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆୟୋଜିତ ପ୍ରେସ ମିଟରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ | ସୂଚନା ମୁତାବକ ମଇଦଲପୁର ଥାନା ଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ମିର୍ଗାନ ସୁନା ଶଙ୍ଖ ଦେବି କହି ମଧ୍ୟପ୍ରଦେଶ ଅଞ୍ଚଳର କିଛି ବ୍ୟକ୍ତିଙ୍କ ଠାରୁ 50 ହଜାର ଟଙ୍କା ଅଗ୍ରୀମ ଆଣିଥିଲା । କମ ଦରରେ ସୁନା ଶଙ୍ଖ ପାଇବା ଆଶାରେ ଟଙ୍କା ଦେଇଥିବା ବ୍ୟକ୍ତି ମାନେ ମଇଦଲପୁର ଅଞ୍ଚଳକୁ ବାରମ୍ବାର ଆସୁଥିଲେ ।ଶେଷରେ ରବୀନ୍ଦ୍ର ଏମାନଙ୍କୁ ନକଲି ସୁନା ଶଙ୍ଖ ଦେଇଥିଲେ । ବାକି ଟଙ୍କା ନିଜ ଗାଁରେ ମୁଲଚାଲ ହେବ କହି ରବିନ୍ଦ୍ର କୁ ମଧ୍ୟପ୍ରଦେଶ ନେଇ ଯାଇଥିଲେ କିଣିବା ଲୋକ । ସେଠାରେ ଯାଞ୍ଚ ବେଳେ ନକଲି ସୁନା ଶଙ୍ଖ ବୋଲି ଜାଣିବା ପରେ ତାଙ୍କୁ ସେଠାରେ ବନ୍ଧକ କରି ରଖିଥିଲେ | 6 ଲକ୍ଷ ଦେଲେ ଛାଡ଼ିବୁ ବୋଲି ରବୀନ୍ଦ୍ରଙ୍କ ପତ୍ନୀଙ୍କୁ ଫୋନ କରି ଜଣାଇଥିଲେ ଅପହରଣକାରି । ଅନ୍ୟ ପଟେ ରବୀନ୍ଦ୍ର ପୂର୍ବରୁ ନିଖୋଜ ଥିବାରୁ ପତ୍ନୀ ମଇଦଲପୁର ଥାନାରେ ଅଭିଯୋଗ କରିଥିଲେ । ପରେ 1/23ରେ ମାମଲା ରୁଜୁ କରିଥିଲା | ପରେ 6ଲକ୍ଷ ନେଇ ପତ୍ନୀ ବନ୍ଦିତାଙ୍କୁ ଫୋନ ଆସିବାରୁ ସେ ପୁଣି ଠାରେ ମଇଦଲପୁର ଥାନାର ଦ୍ୱାରସ୍ତ ହୋଇଥିଲେ | ପୋଲିସ 6/23ରେ ମାମଲା ରୁଜୁ କରି ନବରଙ୍ଗପୁର ଏସ ପି – ଏସ ଶୁଶ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡିପିଓ ଆଦିତ୍ୟ ସେନ, ଥାନା ଅଧିକାରୀ ନଟବର ନନ୍ଦ, ଏସଆଇ ଶିବଜୀ ପଣ୍ଡା ଓ ପୋଲିସ ଟିମ ଗଠନ କରି ମଧ୍ୟପ୍ରଦେଶ ଅଞ୍ଚଳର ବେତୁଲ ଅଞ୍ଚଳ ର ଚିଛୋଲି ରୁ ରବୀନ୍ଦ୍ରକୁ ଉଦ୍ଧାର କରିଥିଲେ | ତା ସହିତ ସେମାନଙ୍କ ସହ କାର୍ଯ୍ୟ କରୁଥିବା ଏକ ବାବା ବିଦ୍ୟା ଶଙ୍କର ଦୁବେକୁ ବି ଗିରଫ କରିବାରେ ସଫଳ ହୋଇଥିଲା ମଇଦଲପୁର ପୋଲିସ । ସେହିପରି ରବିନ୍ଦ୍ରଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ ।ଏହି ଦୁଇ ଜଣଙ୍କୁ ଗିରଫ କରି ଆଉ ତଦନ୍ତ କଲାପରେ ଅନ୍ୟ ଅପରାଧୀଙ୍କୁ ମଧ୍ୟ ଧରିବାକୁ ସୂଚନା ଦେଇଛି ପୋଲିସ । ଆୟୋଜିତ କାର୍ଯ୍ୟକ୍ରମରେ ମଇଦଲପୁର ଥାନାଧିକାରୀ ନଟବର ନନ୍ଦ, ଡି ଦେବୀ କୁମାର ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |
next post