ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁଦ ବାଇକ ଦୁର୍ଘଟଣା ରେ ୨ମୃତ,୨ଗୁରୁତର

ମର୍ମନ୍ତୁଦ ବାଇକ ଦୁର୍ଘଟଣା ରେ ୨ମୃତ,୨ଗୁରୁତର

ଧର୍ମଗଡ: କୋକସରା ଥାନା ଖପରାମାଲ -ବେହେରା ରାସ୍ତା ରେ ବାଇକ ଦୁର୍ଘଟଣାରେ ୨ମୃତ ,୨ଗୁରୁତର ହୋଇଥିବା ଜଣାପଡିଛି।ରବିବାର ଦିନ ଅପରାହ୍ଣ ସମୟରେ ଖପରାମାଲ ଦେଇ ଗୋଟାଏ ବାଇକ ଯୋଗେ ୨ଜଣ ଆସୁଥିବା ବେଳେ ବେହେରାପଟୁ ଦୁଇଜଣ ଯାଉଥିଲେ।ଠିକ ଏହି ସମୟରେ ବେହେରା -ଖପରାମାଲ ରାସ୍ତା ମଝିରେ ମୁହାଁମୁହିଁ ଧକ୍କା ହୋଇଥିଲା।୪ଜଣ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପର୍ଲା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନେଇଥିଲେ।ତେବେ ସେଠାରେ ୨ଜଣ ଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।ମୃତ ଦୁଇଜଣ ହେଲେ ମୂଷାପାଲି ଗ୍ରାମର ଜିତେନ୍ଦ୍ର ଦୁର୍ଗା (୨୪)ଓ ଡ଼ହଗାଁ ର ପବିତ୍ର (୪୦)ବୋଲି ଜଣାପଡିଛି।ଗୁରୁତର ମଧ୍ୟରେ ନୂଆଗାଁ ର ଗୁପ୍ତେଶ୍ଵର ବାଗ( ୩୮)ଓ ଜିତେନ୍ଦ୍ର ସାଗର (୨୩)ରହିଥିବା ଜଣାପଡିଛି।ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ପର୍ଲା ଡାକ୍ତର ଧର୍ମଗଡ ଡାକ୍ତରଖାନା କୁ ସ୍ଥାନାନ୍ତର କରିଛନ୍ତି।ଖବର ପାଇବା ପରେ କୋକସରା ପୋଲିସ ପର୍ଲା ଡାକ୍ତରଖାନା କୁ ପହଞ୍ଚି ଶବ ଜବତ କରିବା ସହ ଶବବ୍ୟବଛେଦ ପାଇଁ କୋକସରା ଡାକ୍ତର ଖାନା ପଠାଇଛି।ଏନେଇ କୋକସରା ପୋଲିସ ଏକ କେଶ ରୁଜୁ କରି ଅଧିକ ତଦନ୍ତ ଚଳାଉ ଥିବା ତଦନ୍ତଧିକାରୀ ହେମନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ 

Sunil Chandra Nayak

ରୂପସା ରେଳ ଜଙ୍କଶନ ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବ ଏପ୍ରିଲରେ ଆନ୍ଦୋଳନ ଚେତାବନୀ

masiha

ପୁରୀ ଘୋଷ ଯାତ୍ରାରେ ଜନହିତ ଯୁବ ସଙ୍ଗ ପକ୍ଷରୁ ସେବା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!