ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାପାଣି ଗ୍ରାମରେ ଦଶହରା ବଜାର 

ଜୁନାପାଣି ଗ୍ରାମରେ ଦଶହରା ବଜାର 

ଡାବୁଗାଁ, ୧୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଜୁନାପାଣି ଗ୍ରାମ ପଞ୍ଚାୟତ ସଦର ମହକୁମାସ୍ଥିତ ଜୁନାପାଣି ଗ୍ରାମରେ ଦଶହରା ବଜାର ମହାସମାରୋହରେ ସୋମବାର ପାଳିତ ହୋଇଯାଇଛି l ଏହି ଅବସରରେ ଜୁନାପାଣି ସାପ୍ତାହିକ ବଜାର ପଡି ଥିବାରୁ ଲୋକାରଣ୍ୟ ରେ ବଜାର ଗହଳି ହୋଇ ଉଠିଛି l ତା ସାଙ୍ଗକୁ ଦଶହରା ବଜାର ହୋଇଥିବାରୁ ବହୁ ଦୋକାନ ବଜାର ପଡି ଆହୁରି ଲୋକାରଣ୍ୟ ବଢାଇ ଦେଇଛି l ଆଖ ପାଖ ଗ୍ରାମରୁ ଏହି ବଜାର ଦେଖିବାକୁ ବହୁ ଲୋକେ ଆସୁଥିବା ଦେଖାଯାଉଛି | ମାତା ଠାକୁରାଣୀ ଙ୍କ ଲାଠି, କୁର୍ଚି ସହ ଆଖ ପାଖ ଠାକୁରାଣୀ ଙ୍କ ପ୍ରତୀକ ଲାଠି, କୁର୍ଚି ଆସି ବଜାର ପରିକ୍ରମା କରାଯାଇ ମା ଠାକୁରାଣୀ ଙ୍କ ସ୍ଥାନ କୁ ଆସି ପୂଜାର୍ଚ୍ଚନା କରାଯାଇଥିଲା l ଏହି ଦଶହରା ବଜାର ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମାନଙ୍କ ମନୋରଞ୍ଜନ ନିମନ୍ତେ ଦାମ ଗୁରୁ ଙ୍କ ନିର୍ଦ୍ଦେଶିତ ବୋରିଗୁମ୍ମା ନିକଟ ସଅଁରାଗୁଡା ଗ୍ରାମର ଦେଶୀଆ ନାଟକ “ଓଠରୁ ଆରମ୍ଭ ଖଟରେ ଶେଷ ” ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି l କମିଟିର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରl, ବିପିନ ଡଙ୍ଗରି, ସୁକୃ ହରିଜନ, କୃଶ ଗୌଡ, ଦେବୀସିଂ ଭତରା, ମଧୁ ଗୌଡ, ବିଶ୍ଵନାଥ ମାଝୀ, ସଦା ହରିଜନ, ଫୁଲଚନ୍ଦ ନାୟକ ପ୍ରମୂଖ ଅନ୍ୟ ମାନେ ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅନୁସୂଚିତ ଜାତି ଓ ଜନଜାତି ର ଔଦ୍ୟଗୀକ ଯୁବକ ଯୁବତୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଛାତ୍ର/ଛାତ୍ରୀ ଯେମିତି,ବିଦ୍ୟାଳୟ ପରିବେଶ ସେମିତି,ପ୍ରଧାନ ଶିକ୍ଷକଙ୍କ ସହ ସହକାରୀ ଶିକ୍ଷକ ହେବତ ଏମିତି

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ : ପଶୁ ଚିକିତ୍ସା ବିଭାଗରେ କର୍ମଚାରୀ ମରୁଡି ;ଗୃହ ପାଳିତ ତଥା ଦୁଗ୍ଧଚାଷୀ ପାଉ ନାହାଁନ୍ତି ଚିକିତ୍ସା ସୁବିଧା

Sunil Chandra Nayak

Leave a Comment

error: Content is protected !!