ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାପାଣି ଗ୍ରାମରେ ଦଶହରା ବଜାର 

ଜୁନାପାଣି ଗ୍ରାମରେ ଦଶହରା ବଜାର 

ଡାବୁଗାଁ, ୧୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଜୁନାପାଣି ଗ୍ରାମ ପଞ୍ଚାୟତ ସଦର ମହକୁମାସ୍ଥିତ ଜୁନାପାଣି ଗ୍ରାମରେ ଦଶହରା ବଜାର ମହାସମାରୋହରେ ସୋମବାର ପାଳିତ ହୋଇଯାଇଛି l ଏହି ଅବସରରେ ଜୁନାପାଣି ସାପ୍ତାହିକ ବଜାର ପଡି ଥିବାରୁ ଲୋକାରଣ୍ୟ ରେ ବଜାର ଗହଳି ହୋଇ ଉଠିଛି l ତା ସାଙ୍ଗକୁ ଦଶହରା ବଜାର ହୋଇଥିବାରୁ ବହୁ ଦୋକାନ ବଜାର ପଡି ଆହୁରି ଲୋକାରଣ୍ୟ ବଢାଇ ଦେଇଛି l ଆଖ ପାଖ ଗ୍ରାମରୁ ଏହି ବଜାର ଦେଖିବାକୁ ବହୁ ଲୋକେ ଆସୁଥିବା ଦେଖାଯାଉଛି | ମାତା ଠାକୁରାଣୀ ଙ୍କ ଲାଠି, କୁର୍ଚି ସହ ଆଖ ପାଖ ଠାକୁରାଣୀ ଙ୍କ ପ୍ରତୀକ ଲାଠି, କୁର୍ଚି ଆସି ବଜାର ପରିକ୍ରମା କରାଯାଇ ମା ଠାକୁରାଣୀ ଙ୍କ ସ୍ଥାନ କୁ ଆସି ପୂଜାର୍ଚ୍ଚନା କରାଯାଇଥିଲା l ଏହି ଦଶହରା ବଜାର ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମାନଙ୍କ ମନୋରଞ୍ଜନ ନିମନ୍ତେ ଦାମ ଗୁରୁ ଙ୍କ ନିର୍ଦ୍ଦେଶିତ ବୋରିଗୁମ୍ମା ନିକଟ ସଅଁରାଗୁଡା ଗ୍ରାମର ଦେଶୀଆ ନାଟକ “ଓଠରୁ ଆରମ୍ଭ ଖଟରେ ଶେଷ ” ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି l କମିଟିର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରl, ବିପିନ ଡଙ୍ଗରି, ସୁକୃ ହରିଜନ, କୃଶ ଗୌଡ, ଦେବୀସିଂ ଭତରା, ମଧୁ ଗୌଡ, ବିଶ୍ଵନାଥ ମାଝୀ, ସଦା ହରିଜନ, ଫୁଲଚନ୍ଦ ନାୟକ ପ୍ରମୂଖ ଅନ୍ୟ ମାନେ ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ,କଟକ ଠାରେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଶିକ୍ଷକ ଦକ୍ଷତା ବୃଦ୍ଧି କର୍ମଶାଳା 

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ବ୍ୟକ୍ତି ଦିବସ ପାଳିତ 

masiha

Leave a Comment

error: Content is protected !!