ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋକସରାରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

କୋକସରାରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

କୋକସରା,୧୭/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମାରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି।କୋକସରା ପ୍ରବେଶ ପୂର୍ବରୁ ହଜାର ହଜାର ସଂଖ୍ୟାରେ ତାଙ୍କ ସମର୍ଥକ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ସମାଜସେବୀ ମଧୁ ମହାନ୍ତି ଓ ତାଙ୍କ ପୁତ୍ର ତିଲକରାଜ ମହାନ୍ତିଙ୍କୁ ବିଭିନ୍ନ ସାଂସ୍କୃତିକ ଦଳ ମଧ୍ୟରେ ସଭା ପଡ଼ିଆକୁ ପାଛୋଟି ଆଣିଥିଲେ। କଳାହାଣ୍ଡିର ବିକାଶରେ ମଧୁ ମହାନ୍ତିଙ୍କ ଭାଗିଦାରୀକୁ ମନେ ପକାଇ ଉପସ୍ଥିତ ଜନସାଧାରଣ ନାରାବାଜି କରିଥିଲେ। ସାଧାରଣ ସଭାରେ ମଧୁ ମହାନ୍ତି କଳାହାଣ୍ଡି ଜିଲ୍ଲାର ବିକାଶ ତାଙ୍କର ଏକମାତ୍ର ଲକ୍ଷ୍ୟ ସେଥିପାଇଁ ସମସ୍ତ ଆଗେଇ ଆସିବାକୁ ଶ୍ରୀମହାନ୍ତି ଆହ୍ବାନ ଦେଇଥିଲେ। ଏହି ଅବସରରେ ମଧୁ ମହାନ୍ତିଙ୍କ ପୁତ୍ର ତିଲକରାଜ ମହାନ୍ତି କହିଥିଲେ ଯେ’ ବାପା ଯେଉଁଭଳି ଭାବେ କଳାହାଣ୍ଡି ଜିଲ୍ଲା ବିକାଶର ସ୍ବପ୍ନ ଦେଖିଛନ୍ତି ଓ ସମାଜସେବା କରି ଆସୁଛନ୍ତି ତାଙ୍କ ହାତକୁ ଆହୁରି ମଜବୁତ କରିବା ପାଇଁ ଆପଣ ମାନଙ୍କ ସହଯୋଗ ଜରୁରୀ ରହିଛି। ଯୁବଗୋଷ୍ଠୀଙ୍କୁ କିପରି ରୋଜଗାର ଦିଆଯିବ, ସ୍ବଚ୍ଛ ଶାସନ ଓ ସ୍ବଚ୍ଛ ସେବା ପାଇଁ ଆପଣ ମାନଙ୍କ ସହଯୋଗ ଜରୁରୀ ତେଣୁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି ସମାବେଶର କୋକସରା ଓ ଧର୍ମଗଡ଼ ବ୍ଳକରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଶେଷରେ ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନର୍ଲା ଚାରିଛକ ଠାରେ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

ଧର୍ମଗଡ଼ ରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତି 

masiha

ଆଦିବାସୀ କଂଗ୍ରେସ ରାଇରଙ୍ଗପୁର ପକ୍ଷରୁ ଆଦିବାସୀ ମାନଙ୍କୁ”ବନବାସୀ ” ସମ୍ବୋଧାନ ପ୍ରତିବାଦ ରେ ଗୃହମନ୍ତ୍ରୀ ଅମିତ ସାହା ଙ୍କ ପୁତୁଳା ଦାହ କରାଯାଇଛି 

Leave a Comment

error: Content is protected !!